Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨.୯୦ଲକ୍ଷ କୋଟି ଟଙ୍କାର ରାଜ୍ୟ ବଜେଟ୍ ,୧୬ ନୂଆ ସ୍କିମ୍ 

  • ବର୍ଷ ଶେଷବେଳକୁ ଋଣବୋଝ ୧ଲକ୍ଷ ୩୪ହଜାର ୯୧୪କୋଟି ଟଙ୍କା ଛୁଇଁବ

  • ନିଯୁକ୍ତି ସୃଷ୍ଟି , କୃଷି ଓ ଗ୍ରାମାଂଚଳର ବିକାଶକୁ ପ୍ରାଥମିକତା

ଭୁବନେଶ୍ୱର(ଓଡ଼ିଶା ୱେୟାର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨.୯୦ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ବିଧାନସଭାରେ ଉପସ୍ଥାପନ କରିଛନ୍ତି । ରାଜ୍ୟର ବିଜେପି ସରକାର ୨୦୨୪-୨୫ ଆର୍ଥିକ ବର୍ଷ ତୁଳନାରେ ବଜେଟର ଆକାରରେ ୨୫ହଜାର କୋଟି ଟଙ୍କାର ବୃଦ୍ଧି କରିଛନ୍ତି । ବଜେଟରେ ୧୬ଟି ନୂଆ ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ଅର୍ଥ ବ୍ୟୟବରାଦ କରିଛନ୍ତି ଓ ପୁରୁଣା ସ୍ମିମଗୁଡ଼ିକୁ ଜାରି ରଖିବା ପାଇଁ ବଜେଟର ୫୮.୬ ପ୍ରତିଶତ ଅର୍ଥାତ ୧.୭୦ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଆକଳନ କରିଛନ୍ତି ।
୨୦୨୫-୨୬ ଆର୍ଥିକ ବର୍ଷରେ ମୋଟ ୪୬୩୯୯କୋଟି ଟଙ୍କାର ଋଣ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛନ୍ତି ଓ ବର୍ଷ ଶେଷବେଳକୁ ଋଣବୋଝ ୧ଲକ୍ଷ ୩୪ହଜାର ୯୧୪କୋଟି ଟଙ୍କା ଛୁଇଁବ ବୋଲି ଜଣାପଡ଼ିଛି । ବଜେଟକୁ ସରକାର ଚିରାଚରିତ ଢଙ୍ଗରେ ରାଜସ୍ୱ ବଳକା ଓ ବିତ୍ତୀୟ ନିଅଂଟିଆ ବଜେଟ ବୋଲି ଦର୍ଶାଇଛନ୍ତି । ଅବଶ୍ୟ ବିତ୍ତୀୟ ନିଅଣ୍ଟ ପରିମାଣ ୨୦୨୪-୨୫ ବଜେଟ୍ ତୁଳନାରେ ୦.୧%  ଅଧିକ ରହିଛି ଓ ୨୦୨୫-୨୬ ବଜେଟରେ ବିତ୍ତୀୟ ନିଅଣ୍ଟ ରାଜ୍ୟ ଜିଡିପିର ୩.୨% ଅର୍ଥାତ୍ ୩୪୨୦୦କୋଟି ଟଙ୍କା ରହିବ ବୋଲି ଆକଳନ ହୋଇଛି । ରାଜ୍ୟ ସରକାର ନିଜର ବଜେଟର ଆକାରକୁ ୨୫ହଜାର କୋଟି ଟଙ୍କା ବଢ଼ାଇଛନ୍ତି ତଥା ଏହି ବର୍ଦ୍ଧିତ ଟଙ୍କାକୁ ୨୦୨୫-୨୬ରେ କାର୍ଯ୍ୟକ୍ଷମ ହେବାକୁ ଥିବା ନୂଆ ଖଣି, ଜିଏସଟି, ଅବକାରୀ ଟିକସ, ବିଦ୍ୟୁତ ଶୁଳ୍କ,ଭ୍ୟାଟ୍  ସମେତ ପ୍ରାୟ ୪ହଜାର କୋଟି ଅଧିକ ଋଣ ଆହରଣ ଓ ୧୩ହଜାର କୋଟି ଟଙ୍କାର ଅଧିକ କେନ୍ଦ୍ରୀୟ ଅନୁଦାନରୁ ଭରଣା କରିବେ ବୋଲି ଜଣାପଡ଼ିଛି ।
ସୋମବାର ବିଧାନସଭାରେ ରାଜ୍ୟ ଅର୍ଥ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨.୯୦ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଏହା ଦ୍ୱିତୀୟ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ । ରାଜ୍ୟରେ ବିଜେପି ସରକାର ଗଠନ ହେବାପରେ ଶ୍ରୀ ମାଝୀ ୨୦୨୪-୨୫ରେ ପ୍ରଥମଥର ପାଇଁ ୨.୬୫ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିଥିଲେ ।  ରାଜ୍ୟର ଅର୍ଥମନ୍ତ୍ରୀ ଭାବେ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ସରକାରଙ୍କ ‘ଜ୍ଞାନ’ ମନ୍ତ୍ର ସମ୍ପର୍କରେ ସୂଚନା ଦେଇଛନ୍ତି । ତାଙ୍କ ସରକାର ‘ଜ୍ଞାନ’କୁ ସଶକ୍ତ କରିବାର ମନ୍ତ୍ର ଦେଉଛି । ଜ୍ଞାନ- ଗରିବ, ଯୁବ,ଅନ୍ନଦାତା ଓ ନାରୀଶକ୍ତି ।  ୨୦୨୫-୨୬ ବାର୍ଷିକ  ବଜେଟର ପ୍ରାଥମିକତା କ୍ଷେତ୍ର ଭାବେ ଭିତ୍ତିଭୂମି ବିକାଶ, ବନ୍ଦରଭିତ୍ତିକ ବିକାଶ, ଶିଳ୍ପ ଓ ଏମଏସଏମଇରେ ପୁଞ୍ଜିନିବେଶ, ସମସ୍ତଙ୍କ ପାଇଁ କ୍ରୀଡ଼ା ସମେତ ମହିଳା ଓ ଶିଶୁବିକାଶ, କୃଷି ଓ ଜଳସେଚନ, ଅନୁସୂଚିତ ଜାତି, ଜନଜାତି ଓ ଓବିସିଙ୍କ ବିକାଶକୁ ଗୁରୁତ୍ୱ ଦିଆଯାଇଛି ।  ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦେଇ କୃଷି ଓ ଗ୍ରାମାଂଚଳର ବିକାଶକୁ ପ୍ରାଥମିକତା ଦିଆଯାଇଛି ।
ରାଜ୍ୟରେ ବିଶେଷକରି ବାଣିଜ୍ୟକର, ଖଣି ଭିତ୍ତିକ ରାଜସ୍ୱ ଓ କେନ୍ଦ୍ରୀୟ ଟିକସ ହାର ବୃଦ୍ଧି ଯୋଗୁ ରାଜ୍ୟ ରାଜସ୍ୱ ସଂଗ୍ରହରେ ସୁଧାର ଆସିଛି । ୨୦୨୩-୨୪ରେ ରାଜ୍ୟ ବଜେଟରେ ରାଜସ୍ୱ ସଂଗ୍ରହ ମାତ୍ର ୧ଲକ୍ଷ ୭୯ହଜାର ୫୯୩ଟଙ୍କା(ମୋଟ ବଜେଟର ୭୮%) ଥିବାବେଳେ ୨୦୨୪-୨୫ ସଂଶୋଧିତ ବଜେଟରେ ଏହି ରାଜସ୍ୱ ସଂଗ୍ରହ ପରିମାଣ ୨.୧୧ଲକ୍ଷ କୋଟି ଟଙ୍କା(୧୭% ଅଧିକ) ଓ ୨୦୨୫-୨୬ରେ ଏହି ରାଜସ୍ୱ ସଂଗ୍ରହ ପରିମାଣ ୨.୩୨ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ ହୋଇଛି ।  ସେହିପରି ଅଷ୍ଟମ ବେତନ କମିଶନରେ ରାଜ୍ୟ କର୍ମଚାରୀଙ୍କ ଦରମାରେ ୨୦ପ୍ରତିଶତ ବୃଦ୍ଧି ହେବ ବୋଲି ଆକଳନ କରି ରାଜ୍ୟ ସରକାର ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରଶାସନିକ ଖର୍ଚ୍ଚରେ ୨୦୨୪-୨୫ ତୁଳନାରେ ୧୧ ପ୍ରତିଶତ ବୃଦ୍ଧି କରିଛନ୍ତି ।
ରାଜ୍ୟର ଅର୍ଥନୀତି ନିରନ୍ତର ୭ପ୍ରତିଶତ ହାରରେ ଅଭିବୃଦ୍ଧି କରି ଓଡ଼ିଶା ପ୍ରଦେଶ ଗଠନକୁ ୧୦୦ବର୍ଷ ପୂର୍ତ୍ତି ଅର୍ଥାତ୍ ୨୦୩୬ ମସିହା ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଲକ୍ଷ୍ୟକୁ ହାସଲ କରିବାକୁ ମୋହନ ସରକାର ରୂପରେଖ ପ୍ରସ୍ତୁତ କରିଛନ୍ତି । ଏହାସହିତ ୨୦୪୭ ମସିହା ସୁଦ୍ଧା ‘ବିକଶିତ ଓଡ଼ିଶା’ର ଲକ୍ଷ୍ୟକୁ ହାସଲ କରିବେ ବୋଲି ବଜେଟ୍ ପୁସ୍ତିକାରେ ଦାବି କରିଛନ୍ତି । ୨୦୩୬ରେ ୫୦୦ ବିଲିୟନ ଡଲାରର ଅର୍ଥନୀତି ଓ ୨୦୨୭ରେ ଦେଢ଼ ଟ୍ରିଲିୟନ ଡଲାରର ଅର୍ଥନୀତି ଓଡ଼ିଶା ହେବ ବୋଲି ଆଶା ବାନ୍ଧିଛନ୍ତି । ‘ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା’ ର ସ୍ଲୋଗାନ ଦେଉଥିବା ବିଜେପି ସରକାର ୨୦୩୬ ମସିହା ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଗଠନ କରିବେ ଯେଉଁଥିରେ ସୁସ୍ଥ ଓଡ଼ିଶା  ସହ ସମାନତା,ସମୃଦ୍ଧି,ଆଂଚଳିକ ବୈଷମ୍ୟ ଦୂରର ପ୍ରମାଣ ମିଳିବ । ଜଳବାୟୁ ଅନୁକୂଳ ଓଡ଼ିଶା, ଅନ୍ନଦାତା, ଓଡ଼ିଆ ଅସ୍ମିତା ଓ ଲୋକଙ୍କ ସରକାରକୁ ଗୁରୁତ୍ୱ ଦେଇ ‘ସମୃଦ୍ଧ ଓଡ଼ିଶା ଓ ବିକଶିତ ଓଡ଼ିଶା’ ଲକ୍ଷ୍ୟକୁ ହାସଲ ପାଇଁ ମୋହନ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି ।
Click to comment

Leave a Reply

Your email address will not be published. Required fields are marked *

To Top