Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ବିଧାନ ପରିଷଦ : ମୁଖ୍ୟମନ୍ତ୍ରୀଙ୍କୁ ୭ପୃଷ୍ଠାର ରିପୋର୍ଟ ଦେଲା କମିଟି

ଭୁବନେଶ୍ୱର : ବିଧାନ ପରିଷଦ ଗଠନ ପ୍ରକ୍ରିୟା ଆଉ ପାଦେ ଆଗେଇଛି । ବିଧାନସଭାର ଆସନ୍ତା ମୌସୁମୀ ଅଧିବେଶନରେ ସରକାରଙ୍କ ପକ୍ଷରୁ ବିଧାନ ପରିଷଦ ଗଠନ ପାଇଁ ଏକ ସ୍ୱତନ୍ତ୍ର ସଂକଳ୍ପ ଅଣାଯିବ । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡଃ ନୃସିଂହ ସାହୁଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର କମିଟି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୭ପୃଷ୍ଠାର ସୁପାରିସ୍ ରିପୋର୍ଟ ଦେଇଛନ୍ତି ।

କମିଟି ଦେଇଥିବା ରିପୋର୍ଟ ଅନୁସାରେ, ବିଧାନ ପରିଷଦରେ ସର୍ବାଧିକ ୪୯ଜଣ ସଦସ୍ୟ ରହିବେ । ଏଥିରେ ୯ଜଣ ସଦସ୍ୟଙ୍କୁ ରାଜ୍ୟପାଳ ମନୋନୀତ କରିବେ । ୪ଜଣ ସଦସ୍ୟଙ୍କୁ ଶିକ୍ଷକ ସଂଗଠନ, ୪ଜଣ ସଦସ୍ୟଙ୍କୁ ରାଜ୍ୟର ଗ୍ରାଜୁଏଟସ୍ ଓ ୧୬ଜଣ ସଦସ୍ୟଙ୍କୁ ବିଧାୟକମାନେ ଚୟନ କରିବେ । ବାକି ୧୬ଜଣଙ୍କୁ ପଞ୍ଚାୟତ ଓ ପୌର ସଂସ୍ଥାର ନିର୍ବାଚିତ ପ୍ରତିନିଧିମାନେ ମନୋନୀତ କରିବେ ବୋଲି ଜଣାପଡ଼ିଛି । ଏଥିରେ ବିଧାନ ପରିଷଦର ସଦସ୍ୟଙ୍କୁ ବିଧାୟକ ଭଳି ସୁବିଧାସୁଯୋଗ ଓ ଦରମା ଦେବା ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି ସୂଚନା ମିଳିଛି । ବିଧାନ ପରିଷଦର ସଦସ୍ୟମାନଙ୍କୁ ମଧ୍ୟ ବାର୍ଷିକ ଲ୍ୟାଡ୍ ପାଣ୍ଠି ସହ ମନ୍ତ୍ରିମଣ୍ଡଳରେ ସାମିଲ ହେବାର ସୁଯୋଗ ମିଳିବ ।

ସୂଚନାଯୋଗ୍ୟ, ଡଃ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିକୁ ବିଜେପି ଓ କଂଗ୍ରେସ ସଭ୍ୟମାନେ ବର୍ଜନ କରିଥିବାବେଳେ ବିଜେଡିର ଦୁଇ ବିଧାୟକ ପ୍ରମିଳା ମଲ୍ଲିକ ଓ ମନୋହର ରନ୍ଧାରୀ ସଦସ୍ୟ ଭାବେ ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ତେଲେଙ୍ଗାନା ଓ ବିହାର ଗସ୍ତରେ ଯାଇ ସେଠାରେ ବିଧାନ ପରିଷଦ ଗଠନ ପ୍ରକ୍ରିୟାର ଅନୁଧ୍ୟାନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top