Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବିମୁଦ୍ରାକରଣ ପ୍ରତିବାଦରେ ରାଜ୍ୟ କଂଗ୍ରେସ ନେତାଙ୍କ ବିକ୍ଷୋଭ

ଭୁବନେଶ୍ୱର(ଓଡବ୍ଲ୍ୟୁ):ବିମୁଦ୍ରାକରଣ ବିଫଳତାର ଦୁଇବର୍ଷ ପୂର୍ତି ଅବସରରେ ଆଜି ରାଜ୍ୟ କଂଗ୍ରେସର ବିଭିନ୍ନ ଗୋଷ୍ଠୀର ବରିଷ୍ଠ ନେତାମାନେ ଏକଜୁଟ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି।

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିମୁଦ୍ରାକରଣକୁ ଦୁଇବର୍ଷ ପୂରଣ ହୋଇଥିଲେ ମଧ୍ୟ ଭାରତକୁ ଏବେ ମଧ୍ୟ ଦୁର୍ଦ୍ଦଶା ଭୋଗିବାକୁ ପଡୁଛି।ବିଭିନ୍ନ କ୍ଷେତ୍ରରେ କାମ କରୁଥିବା କୋଟି କୋଟି ଦିନ ମଜୁରିଆ ସେମାନଙ୍କର ରୋଜଗାର ହରାଇଛନ୍ତି।ବିମୁଦ୍ରାକରଣ ହେଉଛି ମୋଦି ସରକାରର ଏକ ସଂଗଠିତ ଓ ଯୋଜନାବଦ୍ଧ ଲୁଟ।

ତେବେ ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା, ଜୟଦେବ ଜେନା, ଶରତ ପଟ୍ଟନାୟକ, ଶରତ ରାଉତ, ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ଅନନ୍ତ ପ୍ରସାଦ ସେଠୀ, ସୁମିତ୍ରା ଜେନା, ଚିରଞ୍ଜୀବୀ ବିଶ୍ୱାଳ, ବିଭୂପ୍ରସାଦ ତରାଇଙ୍କ ଭଳି ବହୁ ନେତାଙ୍କୁ ଗୋଟିଏ ମଂଚରେ ଦେଖିବାକୁ ମିଳିଥିଲା।ଏହି ନେତାମାନେ ବିମୁଦ୍ରାକରଣ ପ୍ରସଙ୍ଗରେ ଉଭୟ ମୋଦି ସରକାର ଓ ନବୀନ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଏଆଇସିସି ସମ୍ପାଦକ ତଥା ଓଡ଼ିଶା ସହପ୍ରଭାରୀ ରୁଦ୍ର ରାଜୁଙ୍କ ସମେତ କଂଗ୍ରେସ ନେତା ବିଜୟଲକ୍ଷ୍ମୀ ସାହୁ, ଶୁଭେନ୍ଦୁ ମହାନ୍ତି, ଜାନକୀ ବଲ୍ଲଭ ପଟ୍ଟନାୟକ, ସମୀର କୁମାର ରାଉତରାୟ, ଅଶୋକ ସାମଲ, ବିଷ୍ଣୁ ଚରଣ ବାରିକ, ସତ୍ୟପ୍ରକାଶ ନାୟକ, ବିଶ୍ୱଜିତ୍ ଦାସ, ମନୋଜ ମହାପାତ୍ର, ଦୀପକ ମହାପାତ୍ର, ପଦ୍ମାକର ଗୁରୁ, କିଶୋର ଜେନା, ମାନସ ଆଚାର୍ଯ୍ୟ, ସନ୍ଧ୍ୟା ମହାପାତ୍ର, ରତ୍ନମଣି ଉଲାକା, ମନୋରନ ରାଉତରାୟ, ପ୍ରଦୀପ ସ୍ୱାଇଁ, ଶ୍ରେୟା ମହାନ୍ତି, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ପ୍ରଦୀପ ମହାପାତ୍ର, ସୁବ୍ରତ ମହାପାତ୍ର, ଦରିଦ୍ର ନାରାୟଣ ନାୟକ, ଏମ.ଡି. ଶାହାଦୁଲ୍ଲା, ଉଷାରାଣୀ ବେହେରା, ଜୟନ୍ତ ଭୋଇ, ଦିଲ୍ଲିପ୍ ସ୍ୱାଇଁ, ଆକାଶ ମହାନନ୍ଦ, ବିଶ୍ୱଭୂଷଣ ଦାସ, ସୁକାନ୍ତ ବେହେରା, ସନ୍ତୋଷ ବଳ, ନାରାୟଣ ଜେନା, ଭାଗ୍ୟଶ୍ରୀ ପ୍ରଧାନ, ତରୁଣ ମିଶ୍ର, ସଂଜୟ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top