Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଶୁଣାଣି ସୋମବାର ପର୍ଯ୍ୟନ୍ତ ଘୁଂଚିଲା, ଡିଜିପିଙ୍କ ସହ ଆଲୋଚନା ପାଇଁ ଓକିଲ ରାଜି

କଟକ(ଓଡବ୍ଲ୍ୟୁ):ଦୀର୍ଘ ଅଢ଼େଇ ମାସ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବା ଓକିଲମାନେ ରାଜ୍ୟ ପୁଲିସ ଡିଜିଙ୍କ ସହ ଆଲୋଚନା ପାଇଁ ସମ୍ମତି ଜଣାଇଛନ୍ତି।ଆଜି ମୁଖ୍ୟ ବିଚାରପତିଙ୍କ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା।ମାମଲା ଚାଲିଥିବାବେଳେ ପୁଲିସଙ୍କ ଉପରୁ ନିଲମ୍ବନ କିଭଳି ପ୍ରତ୍ୟାହାର କରାଗଲା ସେ ବିଷୟରେ ସରକାରଙ୍କୁ ରିପୋର୍ଟ ମଗାଯାଇଛି।

ଆଜି ହାଇକୋର୍ଟରେ ପୁଲିସ-ଓକିଲ ବିବାଦର ଶୁଣାଣି ସୋମବାର ପର୍ଯ୍ୟନ୍ତ ଘୁଂଚିବା ପରେ ବାର ଆସୋସିଏସନ୍ କର୍ମକର୍ତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ରାଜ୍ୟ ପୁଲିସ ଡିଜି ଗତକାଲି ସନ୍ଧ୍ୟାରେ ପଠାଇଥିବା ଚିଠି ସମ୍ପର୍କରେ ଆଲୋଚନା ହୋଇଥିଲା।ସେ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଆଲୋଚନା ପାଇଁ ଆସିବା ନିମନ୍ତେ ଓକିଲମାନଙ୍କୁ ଅନୁରୋଧ କରିଥିଲେ।କିନ୍ତୁ ଓକିଲମାନେ ଏଥିରେ ରାଜି ହୋଇନାହାନ୍ତି।ତେବେ ତୃତୀୟ ସ୍ଥାନରେ ଆଲୋଚନା ପାଇଁ ଡିଜିପି ଡାକିଲେ ସେଠାକୁ ବାର୍ ଆସୋସିଏସନ୍ କର୍ମକର୍ତାମାନେ ଯାଇ ଆଲୋଚନା କରିବାରେ କୌଣସି ଅସୁବିଧା ନାହିଁ ବୋଲି ହାଇକୋର୍ଟ ବାର ଆସୋସିଏସନ୍ ସଭାପତି ଶ୍ରୀକାନ୍ତ କୁମାର ନାୟକ କହିଛନ୍ତି ।

ଡିଜିପି ଯେତେବେଳେ ଚାହିଁବେ ଆଲୋଚନା କରିବାରେ ଅସୁବିଧା ନାହିଁ କିନ୍ତୁ ତାହା ତୃତୀୟ ସ୍ଥାନରେ ହେବା ଆବଶ୍ୟକ।ଆଜି ମୁଖ୍ୟ ବିଚାରପତିଙ୍କ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା।ମାମଲା ଚାଲିଥିବାବେଳେ ପୁଲିସଙ୍କ ଉପରୁ ନିଲମ୍ବନ କିଭଳି ପ୍ରତ୍ୟାହାର କରାଗଲା ସେ ବିଷୟରେ ସରକାରଙ୍କୁ ରିପୋର୍ଟ ମଗାଯାଇଛି।ମୁଖ୍ୟ ବିଚାରପତି ମଧ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ନେଇ କ୍ଷୁବ୍ଧ ହୋଇଥିଲେ ବୋଲି ଶ୍ରୀ ନାୟକ କହିଛନ୍ତି।ସୋମବାର ଶୁଣାଣି ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଆଜିର ବେଠକରେ ନିଷ୍ପତି ହୋଇଥିବା ଶ୍ରୀ ନାୟକ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top