Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଦକ୍ଷିଣ ଆଫ୍ରିକାରେ ଭୟାବହ ବନ୍ୟାରେ ୩୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଳୀ: ଦକ୍ଷିଣ ଆଫ୍ରିକାର ଡର୍ବନ ସହର ଏବଂ ପୂର୍ବ କ୍ୱାଜୁଲୁ-ନେଟଲ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ୩୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଆହୁରି ମଧ୍ୟ ପୂର୍ବାନୁମାନ କରାଯାଇଛି ଯେ ଆଗାମୀ ଦିନରେ ଝଡ଼ ତୋଫାନ ସାଙ୍ଗକୁ ବର୍ଷା ଲାଗି ରହିପାରେ ପ୍ରବଳ ବର୍ଷା କାରଣରୁ ଅନେକ ସ୍ଥାନରେ ଘରଗୁଡ଼ିକ ଦବି ଯାଇଛି । କୋଠା କ୍ଷତିଗ୍ରସ୍ତ ହୋଇଛି କିଛି ରାସ୍ତା ମଧ୍ୟ ବନ୍ୟା ପାଣିରେ ଧୋଇ ହୋଇ ଯାଇଛି କହିବା ହେଲା, ଆଗାମୀ ଦିନରେ ମୃତକଙ୍କ ସଂଖ୍ୟା ଆହୁରି ବିବାର ଆଶଙ୍କା କରାଯାଉଛି କାରଣ, ଅନେକ ପରିବାର ଏବେ ମଧ୍ୟ ନିଖୋଜ ଅଛନ୍ତି । ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି ଯେ ଡର୍ବନ ସହର ଏବଂ ଏହା ନିକଟସ୍ଥ ଇଥେକ୍ୱିନୀ ମଟ୍ରୋପଲିଟନ ଅଞ୍ଚଳରେ ପାଖାପାଖି ୫.୨ କୋଟି ଡଲାରର କ୍ଷତି ଅନୁମାନ କରାଯାଉଛି । ୧୨୦ଟି ସ୍କୁଲ ଘରେ ବନ୍ୟାପାଣି ପଶିଯାଇ ଥିବାରୁ ୨.୬ କୋଟି ଡଲାରରୁ ଅଧିକ କ୍ଷୟକ୍ଷତି ଆକଳନ କରାଯାଇଛି । ଏହି କାରଣରୁ ପ୍ରଶାସନ ସ୍ଥାନୀୟ ଅଞ୍ଚଳରେ ସ୍କୁଲଗୁଡ଼ିକୁ ଅସ୍ଥାୟୀ ରୂପେ ବନ୍ଦ କରି ଦେଇଛି । ଶିକ୍ଷାମନ୍ତ୍ରୀ ଏଞ୍ଜି ମୋଶେଗା କହିଛନ୍ତି ଯେ ବନ୍ୟାରେ ବିଭିନ୍ନ ସ୍କୁଲରୁ ପାଖାପାଖି ୧୮ଜଣ ଛାତ୍ର ଏବଂ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି । ମିଡିଆ ରିପୋର୍ଟ ମୁତାବକ, ପ୍ରଶାସନିକ ସହାୟତା ଅଭାବକୁ ନେଇ ଡରବନର ରିଜର୍ଭଓ୍ବାୟର ହିଲ୍ସରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କୁ ହଟାଇବା ପାଇଁ ପୋଲିସ ଷ୍ଟନ୍ ଗ୍ରେନେଡ୍ ବ୍ୟବହାର କରୁଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top