Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ସାମ୍ବାଦିକମାନଙ୍କ ଖୁସିରେ ଆନନ୍ଦିତ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଭାବେ ଆପଣମାନେ ନିରନ୍ତର କାର୍ଯ୍ୟ କରୁଛନ୍ତି । ସମାଜର ଉନ୍ନତି, ଲୋକଙ୍କ ସୁବିଧା ଓ ରାଜ୍ୟର ବିକାଶ ପ୍ରତିଟି କ୍ଷେତ୍ରରେ ଆପଣମାନେ କଠିନ ପରିଶ୍ରମ କରୁଛନ୍ତି । ଆପଣମାନଙ୍କ ଖୁସିରେ ମୁଁ ଆନନ୍ଦିତ । ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟରତ ସାମ୍ବାଦିକମାନଙ୍କ ଲାଗି ଗୁରୁବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱତନ୍ତ୍ର କଲ୍ୟାଣ ଯୋଜନାମାନ ଘୋଷଣା କରିବା ପରେ ଶୁକ୍ରବାର ସଚିବାଳୟଠାରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜ୍ୟ ଓ ଜିଲ୍ଲସ୍ତରୀୟ ସାମ୍ବାଦିକ, ସମ୍ପାଦକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଥିଲା । ସଚିବାଳୟ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସାମ୍ବାଦିକମାନେ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟରତ ସମ୍ବାଦିକମାନଙ୍କ ମୃତ୍ୟୁରେ ପରିବାରକୁ ୪ଲକ୍ଷ ଟଙ୍କା ପ୍ରଦାନ କରାଯିବା, ଗୁରୁତର ଆହତ କ୍ଷେତ୍ରରେ ୨ଲକ୍ଷ ଟଙ୍କା ସହାୟତା ଦେବା, ମୃତ ସମ୍ବାଦିକଙ୍କ ପିଲାମାନଙ୍କ ପାଠପଢା ଖର୍ଚ୍ଚ ଓ ଅନ୍ୟାନ୍ୟ ସୁବିଧା ଘୋଷଣା କରାଇଥିବାରୁ ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇ ଏ ସୁବିଧା ଯେପରି ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସାମ୍ବାଦିକ ପାଇପାରିବେ, ସେଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ । ଉଭୟ ବୈଦ୍ୟୁତିକ ଗଣମାଧ୍ୟମ ଓ ପ୍ରିଣ୍ଟ ମିଡ଼ିଆର ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଭେଟିବା ସମୟରେ ପ୍ୟାକେଜର ପ୍ରଶଂସା କରି କହିଥିଲେ ଯେ, ଓଡ଼ିଶା ସରକାର ସାମ୍ବାଦିକମାନଙ୍କ କଲ୍ୟାଣ ତଥା ମୌଳିକ ସମସ୍ୟାର ସମାଧାନ ଲାଗି ଯେଉଁ ଐତିହାସିକ ପ୍ୟାକେଜ ଘୋଷଣା କରିଛନ୍ତି ତାହା ଅତୁଳନୀୟ ଏବଂ ସମଗ୍ର ଦେଶରେ ଏହା ଏକ ଉଦାହରଣ ସୃଷ୍ଟି କରିଛି । ଦେଶର କୌଣସି ରାଜ୍ୟ ସରକାର ସାମ୍ବାଦିକମାନଙ୍କ ଲାଗି ଏପରି ସୁବିଧା ପ୍ରଦାନ କରିନାହାଁନ୍ତି । ଅନେକ କ୍ଷେତ୍ରରେ ଓଡ଼ିଶା ଆଜି ଅନ୍ୟ ରାଜ୍ୟ ତଥା ଦେଶ ଲାଗି ଆଦର୍ଶ ହୋଇଥିବା ବେଳେ ସାମ୍ବାଦିକ କଲ୍ୟାଣ କ୍ଷେତ୍ରରେ ମଧ୍ୟ ଦେଶ ପାଇଁ ଅନୁକରଣୀୟ ହୋଇଛି । କାର୍ଯ୍ୟରତ ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମ୍ବର୍ଦ୍ଧନା ଦେବା ବେଳେ ଅନ୍ୟ ରାଜ୍ୟଗୁଡ଼ିକ ପରି ଓଡ଼ିଶାରେ ରାଜ୍ୟ ସରକାର ସାମ୍ବାଦିକ ପେନ୍ସନ ଯୋଜନା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ । ସାମ୍ବାଦିକମାନେ ଅନେକ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରୁଥିବାରୁ ଅବସର ଗ୍ରହଣ ପରେ ସେମାନଙ୍କୁ ସାମାଜିକ ସୁରକ୍ଷା ସ୍ୱରୂପ ପେନ୍ସନ ବ୍ୟବସ୍ଥା ତୁରନ୍ତ କରାଯିବାକୁ ଅନୁରୋଧ କରିଥିଲେ ।
ଏହି ଅବସରରେ ସାମ୍ବାଦିକମାନେ ସୂଚନା ଓ ଲୋକ ସମ୍ପର୍କ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସଚିବାଳୟସ୍ଥିତ ପ୍ରକୋଷ୍ଠରେ ଭେଟି ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ଘୋଷଣା ହୋଇଥିବା ପ୍ୟାକେଜ୍ ଲାଗି କୃତଜ୍ଞତା ଜଣାଇଥିଲେ । ମନ୍ତ୍ରୀ ଶ୍ରୀ ଜେନା ମଧ୍ୟ ସାମ୍ବାଦିକମାନଙ୍କୁ ରାଜ୍ୟରେ ବିକାଶ କ୍ଷେତ୍ରରେ ସହଯୋଗ କରିବା ଲାଗି ଧନ୍ୟବାଦ ଜଣାଇଥିଲେ । ରାଜ୍ୟର ଅବସରପ୍ରାପ୍ତ ସମ୍ବାଦିକମାନଙ୍କୁ ପେନ୍ସନ ଯୋଗାଇ ଦେବା ଓ ବିଭିନ୍ନ ସମସ୍ୟା ନେଇ ସୂଚନା ମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ସହିତ ସଚିବାଳୟସ୍ଥିତ ପ୍ରେସ୍ ଲାଉର ଦୁରାବସ୍ଥା ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ । ମୁଖ୍ୟମନ୍ତ୍ରୀ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କ ସହ ଏହି ଆଲୋଚନାରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, କେ. ରବି, ଦିଲ୍ଲୀପ ଶତପଥୀ, ହଳଧର ଧୀର୍, ଜୀମୂତ ବାହାନ ମଙ୍ଗରାଜ, ଧୀରେନ୍ଦ୍ର ମିଶ୍ର, ଅରବିନ୍ଦ ମିଶ୍ର, ବୈଷ୍ଣବ ଜେନା, ବୀରୂପାକ୍ଷ ତ୍ରିପାଠୀ, ଦେବେନ୍ଦ୍ର ସୁଆର, ପ୍ରତାପ ସାମଲ, ବିବେକାନନ୍ଦ ଜେନା, ପ୍ରଦ୍ୟୁମ୍ନ କୁମାର ମହାନ୍ତି, କୌସ୍ତୁଭ ଦାସ, ଜିତେନ୍ଦ୍ର ପଟ୍ଟନାୟକ, ପ୍ରସନ୍ନ ପତି, ଅନିଲ୍ ଦାସ, ପ୍ରକାଶ ସେଠୀ, ବିଜୟ କୁମାର ପଣ୍ଡା, ସନତ ମିଶ୍ର, ରମେଶ ଚନ୍ଦ୍ର ସ୍ୱାଇଁ, ପାର୍ଥସାରଥୀ ଜେନା, ସୁବ୍ରତ ଦାସ, ଶୁଭାଶୀଷ ମହାନ୍ତି, ମାଧବାନନ୍ଦ ବେହୁରା, ସୁରେନ୍ଦ୍ର ସାହୁ, ଅବିନାଶ ମିଶ୍ର, ଚିତ୍ତ ରନ ପଟ୍ଟନାୟକ, ଦେବ ମହାପାତ୍ର, ଅଜୟ ଦାସ, ସତ୍ୟବାଦୀ ନାୟକ, କିଶୋର ମଙ୍ଗରାଜ, ଶେଖ ମହମ୍ମଦ ରିୟାଜ, ଧୀରେନ୍ ସ୍ୱାଇଁ, ବ୍ରାହ୍ମିପ୍ରିୟା ସାମନ୍ତରାୟ ଓ ବୈଦ୍ୟୁତିକ ଗଣମାଧ୍ୟମରୁ ଶରତ ପାଇକରାୟ, ସୌମ୍ୟଜିତ୍ ପଟ୍ଟନାୟକ, ଦିଲ୍ଲୀପ ବିଶୋଇ, ଅଜିତ୍ ଦାଶ, ଦୁର୍ଗା ଷଡ଼ଙ୍ଗୀ, ସୁକାନ୍ତ ରାଉତରାୟ, ସମର ପ୍ରଧାନ, ଲକ୍ଷ୍ମୀଧର ମହାପାତ୍ର, ଚିନ୍ମୟ ମହାପାତ୍ର, ଆଶୀଷ ପ୍ରଧାନ, ସୁଧାଂଶୁ ଦାସ ଓ ଅନିତା ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top