Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ଖେଳ

ପୁଣି ଭାରତ-ପାକ୍ ମୁକାବିଲା!

ନୂଆଦିଲ୍ଲୀ: ଶ୍ରୀଲଙ୍କାଠାରୁ ଇଂଲଣ୍ଡ ହାରିବା ପରେ ଆଇସିସି ବିଶ୍ୱକପର ସେମିଫାଇନାଲ୍ ପଥ ଅଧିକ ରୋମାଞ୍ଚକର ହୋଇଯାଇଛି। ଟୁର୍ଣ୍ଣାମେଣ୍ଟର ଫେଭରିଟ୍ କୁହାଯାଉଥିବା ଇଂଲଣ୍ଡ ଟିମ୍ ପାଇଁ ଏବେ ଅନ୍ତିମ ଚାରି ସ୍ଥାନ କଷ୍ଟକର ଲାଗୁଛି। ଅନ୍ୟପକ୍ଷରେ ପାକିସ୍ତାନ ରବିବାର ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ୱକପରେ ତା’ର ଆଶା ଉଜ୍ଜୀବିତ ରଖିଛି। ଦକ୍ଷିଣ ଆଫ୍ରିକା ପାଇଁ ସେମିଫାଇନାଲ୍ ରାସ୍ତା ଏବେ ବନ୍ଦ ହୋଇସାରିଛି।

କ୍ରିକେଟ୍ ସମ୍ଭାବନାର ଖେଳ ଏବଂ ଦକ୍ଷିଣ ଆଫ୍ରିକାକୁ ହରାଇ ପାକିସ୍ତାନ ନିଜ ପାଇଁ ସମ୍ଭାବନା ସୃଷ୍ଟି କରିଛି। ପାକିସ୍ତାନ ଟିମ୍ ତା’ର ବାକି ମ୍ୟାଚ୍ ଜିତି ୧୧ ପଏଣ୍ଟ ସହ ବିଶ୍ୱକପର ଅନ୍ତିମ-୪ ପାଇଁ କ୍ୱାଲିଫାଏ କରିପାରିବ। ଅନ୍ୟପକ୍ଷରେ ଭାରତର ବର୍ତ୍ତମାନ ୯ ପଏଣ୍ଟ ଅଛି। ଯଦି ଭାରତ ତା’ର ବାକି ମ୍ୟାଚଗୁଡ଼ିକ ଜିତି ନିଏ, ତାହେଲେ ୧୭ ପଏଣ୍ଟ ସହ ଟେବୁଲ ଟପରେ ପହଞ୍ଚିଯିବ।

ଏମିତି ହୋଇପାରେ ଭାରତ-ପାକ୍ ସେମିଫାଇନାଲ୍: ଯଦି ଭାରତ ଶୀର୍ଷରେ ରୁହେ ଏବଂ ଅଷ୍ଟ୍ରେଲିଆ ତା’ର ବାକି ତିନି ମ୍ୟାଚ୍ (ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା) ଜିତେ, ତାହେଲେ ୧୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିବ। ଯଦି କଙ୍ଗାରୁ ଟିମ୍ ଗୋଟିଏ ମ୍ୟାଚ୍ ହାରେ, ତାହେଲେ ଟିମର ୧୪ ପଏଣ୍ଟ ହୋଇଯିବ। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ତା’ର ତିନୋଟି (ପାକିସ୍ତାନ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ) ମୁକାବିଲାରୁ ଯଦି ଦୁଇଟି ମ୍ୟାଚ୍ ଜିତେ, ତାହେଲେ ଟିମ୍ ୧୫ ପଏଣ୍ଟ ସହ ଦ୍ୱିତୀୟ କିମ୍ବା ତୃତୀୟ ସ୍ଥାନରେ ରହିପାରେ। ଏବେ ପାକିସ୍ତାନ ଭାବୁଥିବ ଯେ, ଇଂଲଣ୍ଡ ତା’ର ବାକି ତିନୋଟି ମ୍ୟାଚରୁ ଅତିକମରେ ଗୋଟିଏରେ ବିଜୟୀ ହେଉ। ଏହା ହେଲେ ଇଂଲଣ୍ଡର ୧୦ ପଏଣ୍ଟ ଏବଂ ପାକିସ୍ତାନ ୧୧ ପଏଣ୍ଟ ସହ କ୍ୱାଲିଫାଏ କରିପାରିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top