Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ଜୀବନଚର୍ଯ୍ୟା

ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ଅଟେ ଡାଲଚିନି, ଆସନ୍ତୁ ଜାଣିବା ତାର କେତୋଟି ଚମତ୍କାର ଫାଇଦା

ଡାଲଚିନିରେ ପ୍ରଚୁର ପରିମାଣରେ ପ୍ରାକୃତିକ ଓ ଔଷଧୀୟ ଗୁଣ ଭରି ରହିଛି । ଏହା ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ । ଶରୀରରେ ମେଟାବୋଲିଜିମ୍ ହାର ବି ବଢାଇଥାଏ ଏବଂ ବଡି ଫ୍ୟାଟ୍‌କୁ କମାଇଥାଏ । ଯଦି ଆପଣ ବଢୁଥିବା ଓଜନ ଓ ହାଇ ବ୍ଲଡ୍ ପ୍ରେସର ଆଦି ସମସ୍ୟାର ସାମ୍ନା କରୁଛନ୍ତି । ତେବେ ନିହାତି ଭାବେ ଡାଲଚିନିକୁ ନିଜ ରୁଟିନ୍‌ରେ ସାମିଲ କରନ୍ତୁ ।

ଡାଲଚିନିରେ ଅନେକ ଜରୁରୀ ପୋଷକ ତତ୍ତ୍ବ ରହିଛି । ଏହା ଆମ ଶରୀର ପାଇଁ ଅନେକ ଗୁଣରେ ଲାଭଦାୟକ ହୋଇଥାଏ । ଏଥିରେ ମ୍ୟାଗ୍ନେସିୟମ୍, ଆଇରନ୍, ଫସଫରସ୍, କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, କ୍ୟାଲସିୟମ, କପର, ଜିଁଙ୍କ, ନିଆସିନ୍, ଥାୟାମିନ୍ ଏବଂ ଲାଇକୋପିନ୍ ଆଦି ଶରୀର ପାଇଁ ଆବଶ୍ୟକୀୟ ପୋଷକ ତତ୍ତ୍ବ ରହିଛି । ତେବେ ଚାଲନ୍ତୁ ଜାଣିବା ଡାଲଚିନିରେ ପ୍ରସ୍ତୁତ ଚା ପିଇବା ଦ୍ବାରା ଶରୀର ପାଇଁ କେଉଁ କେଉଁ ଫାଇଦା ହୋଇଥାଏ ।

ମସ୍ତିଷ୍କ ପାଇଁ ଲାଭଦାୟକ- ଡାଲଚିନିର ଚା ପିଇବା ଦ୍ବାରା ଆମ ମସ୍ତିଷ୍କକୁ ଚିନ୍ତା ତଥା ମାନସିକ ଚାପଠୁ ଲଢିବାକୁ ସାହାଯ୍ୟ ମିଳିଥାଏ । ଏହା ଆମ ମୁଣ୍ଡକୁ ଶାନ୍ତ ରଖେ ଓ ବ୍ରେନ୍ ଫଙ୍କସନ୍ କୁ ବଢାଇଥାଏ। ଏହା ସ୍ମରଣଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।

ମୋଟାପା- ଆଜିକା ସମୟରେ ମୋଟାପା ଏକ ଗମ୍ଭୀର ସମସ୍ୟା । ଯଦି ଆପଣ ନିଜ ବଢୁଥିବା ମୋଟାପଣକୁ ନେଇ ଚିନ୍ତିତ ଏବଂ ଏହାକୁ ଦୂର କରିବାକୁ ଚାହୁଁଛନ୍ତି, ତାହେଲେ ପ୍ରତିଦିନ ଡାଲଚିନିର ଚା ପିଅନ୍ତୁ । ଏହା ଫ୍ୟାଟ୍ ବର୍ଣ୍ଣ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ପ୍ରାକୃତିକ ଗୁଣ ଓଜନ କମାଇବାରେ ବେଶ୍ ସହାୟକ ହୋଇଥାଏ । ଏହା ମେଟାବୋଲିଜିମ୍ ହାର ବଢାଇବା ସାଙ୍ଗକୁ ବଡି ଫ୍ୟାଟ୍ କମ୍ କରିଥାଏ ।

ହାଇ ବ୍ଲଡପ୍ରେସର- ନିୟମିତ ଭାବେ ଡାଲ୍ଚିନି ଚା ପିଇବାଦ୍ବାରା କେବଳ ବ୍ଲଡ୍ପ୍ରେସର୍ କଣ୍ଟ୍ରୋଲ୍ ହୁଏ ତା ନୁହେଁ, ହାଇ ବ୍ଲଡ୍ପ୍ରେସର୍ କମ୍ କରିବାରେ ମଧ୍ୟ ବିଶେଷ ସାହାଯ୍ୟ କରିଥାଏ ।
ଋତୁସ୍ରାବ ସମସ୍ୟା- ମହିଳାମାନେ ଋତୁସ୍ରାବ ସମୟର କିଛି ଦିନ ପୂର୍ବରୁ ଯଦି ନିୟମିତ ଭାବେ ଡାଲଚିନି ଚା ପିଅନ୍ତି । ତେବେ ଋତୁସ୍ରାବ ସମୟରେ ହେଉଥିବା ପି.ଏମ୍.ଏସ୍. ସମସ୍ୟା ତଥା ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।

ତ୍ବଚା- ଡାଲଚିନିରେ ଥିବା ଆଣ୍ଟିଅକ୍ସିଡେଣ୍ଟ୍ସ୍ ଶରୀରରେ ଥିବା ଟକ୍ସିନ୍ସ ଓ ଫ୍ରି ରେଡିକାଲ୍ସ୍ ସାଙ୍ଗେ ଲଢିବାକୁ ଶରୀରକୁ ଶକ୍ତି ଦେଇଥାଏ । ଏହା କଳା ଚିହ୍ନ, ଦାଗ ଆଦି କମ୍ କରିବାରେ ବି ବେଶ୍ ଲାଭବାନ୍ ହୋଇଥାଏ ।

ଡାଲଚିନି ଚା କେମିତି ପ୍ରସ୍ତୁତ କରିବେ- ଡାଲଚିନି ଚା ପ୍ରସ୍ତୁତ କରିବା ପାଇଁ 150 ଏମ୍.ଏଲ୍ ପାଣିରେ 1ରୁ 4 ଚାମଚ ପାଉଡର୍ କିମ୍ବା 1 ଇଞ୍ଚ୍ ଡାଲଚିନି ଖଣ୍ଡ ପକାଇ ଫୁଟାନ୍ତୁ । ଏହି ପାଣି ଅଧା ହେବା ପର୍ଯ୍ୟନ୍ତ ଫୁଟାନ୍ତୁ । ପରେ ଏହାକୁ ଛାଣି ଏଥିରେ ଲେମ୍ବୁ ରସ ଓ ମହୁ ମିଶାଇ ପିଅନ୍ତୁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top