Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଆଇପିଏସ୍‌ସ୍ତରରେ ଅଦଳବଦଳ: ହିମାଂଶୁ ଲାଲ ପୂର୍ବାଂଚଳ ଆଇଜି

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟ ସରକାର ଆଜି ଆଇପିଏସସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ୨୦୦୩ ବ୍ୟାଚ୍ ଆଇପିଏସ୍ ହିମାଂଶୁ ଲାଲଙ୍କୁ ପୂର୍ବାଂଚଳ ରେଞ୍ଜ ଆଇଜି ଭାବେ ବଦଳି କରାଯାଇଥିବାବେଳେ ସେଠାରେ ଥିବା ଦୀପ୍ତେଶ ପଟ୍ଟନାୟକ ଜେଲ୍ ବିଭାଗର ଆଇଜି ହୋଇଛନ୍ତି।
ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ବାଲେଶ୍ୱରସ୍ଥିତ ପୂର୍ବାଂଚଳ ଆଇଜି ୧୯୯୭ ବ୍ୟାଚ୍ ଆଇପିଏସ୍ ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଜେଲ୍ ବିଭାଗର ଆଇଜି ଭାବେ ବଦଳି କରାଯାଇଛି। ସେଠାରେ ଥିବା ୨୦୦୩ ବ୍ୟାଚର ହିମାଂଶୁ କୁମାର ଲାଲଙ୍କୁ ବାଲେଶ୍ୱରସ୍ଥିତ ଉତ୍ତରାଂଚଳ ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ସମ୍ବଲପୁର ରେଞ୍ଜ ଆଇଜି ଥିବା ୨୦୦୨ ବ୍ୟାଚ୍ ନରସିଂହ ଭୋଳଙ୍କୁ କେନ୍ଦ୍ରାଂଚଳ ଆଇଜି ଭାବେ ବଦଳି କରାଯାଇଛି। ଆଶୀଷ କୁମାର ସିଂହଙ୍କୁ ଅବକାରୀ କମିଶନର ଭାବେ ଅବସ୍ଥାପିତ କରାଯିବାପରେ କେନ୍ଦ୍ରାଂଚଳ ଡିଆଇଜି ଦାୟିତ୍ୱରେ ଜେଏନ୍ ପଙ୍କଜକୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ଶ୍ରୀ ପଙ୍କଜ ଏବେ ଏସଟିଏଫ୍ ଡିଆଇଜି ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୦୪ ବ୍ୟାଚ୍ ଆଇପିଏସ୍ ଦୀପକ କୁମାରଙ୍କୁ ସମ୍ବଲପୁର ରେଞ୍ଜ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ବରିଷ୍ଠ ଓପିଏସ୍ ରାଜକିଶୋର ପାଇକରାୟଙ୍କୁ ଦେବଗଡ଼ ଏସପି ଭାବେ ବଦଳି କରାଯାଇଥିବାବେଳେ ଡିପି ତ୍ରିପାଠୀଙ୍କୁ କଟକ ରେଳବାଇ ଏସପି ଭାବେ ବଦଳି କରାଯାଇଛି। ତେବେ ବାତ୍ୟା ପ୍ରଭାବିତ ବାଲେଶ୍ୱର,ଭଦ୍ରକରେ ରେଞ୍ଜ ଆଇଜି ଭାବେ କାର୍ଯ୍ୟରତ ଦୀପ୍ତେଶଙ୍କୁ ୨ବର୍ଷରୁ କମ୍ ଅବଧି ମଧ୍ୟରେ ଅଚାନକ ବଦଳି କରାଯାଇଥିବାରୁ ପାୱାର କରିଡରରେ ଚର୍ଚ୍ଚା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top