Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଏବର୍ଷ ବି ବନ୍ଦ ବୋଲବମ ଯାତ୍ରା

ଭୁବନେଶ୍ୱର, (ଓଡ଼ିଶା ୱେୟାର):
କରୋନା ସଂକ୍ରମଣର ତୃତୀୟ ଲହରକୁ ନେଇ ଆଶଙ୍କା ଲାଗି ରହିଥିବାବେଳେ ରାଜ୍ୟ ସରକାର ଆସନ୍ତା ଶ୍ରାବଣ ମାସରେ ପବିତ୍ର ବୋଲବମ୍ ବା କାଉଡ଼ିଆ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଜାରି କରିଥିବା ନିର୍ଦ୍ଦେଶନାମା ଅନୁସାରେ, ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ତଥା ପରିସ୍ଥିତିକୁ ଆକଳନ କରି ରାଜ୍ୟ ସରକାର ଶ୍ରାବଣ ମାସ(ଜୁଲାଇ/ଅଗଷ୍ଟ)ରେ ଶିବ ମନ୍ଦିରଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ପାଣି ଢ଼ାଳିବା ଉପରେ କଟକଣା ଜାରି କରିଛନ୍ତି। ଏହାସହିତ କାଉଡ଼ିଆ ଅବା ବୋଲବମ୍ ଯାତ୍ରୀମାନେ ମଧ୍ୟ ପାଣି ଭାର ନେଇ କୌଣସି ଧାର୍ମିକ ସ୍ଥଳ ବା ଶିବ ମନ୍ଦିରକୁ ଚାଲି ଚାଲି ରାସ୍ତାରେ ଯାଇ ପାରିବେ ନାହିଁ। ଏହି ସମସ୍ତ ଧାର୍ମିକ ଗତିବିଧି ଓ ଏକଜୁଟ ହେବା ଉପରେ କଟକଣା ଜାରି କରାଯାଇଛି।
ସାଧାରଣତଃ ବୋଲବମ୍ ବା କାଉଡ଼ିଆମାନେ ଶନିବାର/ରବିବାର/ସୋମବାର ପାଣି ଭାର ନେଇ ଧାର୍ମିକ ସ୍ଥଳରୁ ଚାଲି ଚାଲି କୌଣସି ଶିବ ମନ୍ଦିରରେ ଥିବା ଶିବଲିଙ୍ଗରେ ଜଳାଭିଷେକ କରିଥାନ୍ତି। ଶ୍ରାବଣ ମାସରେ ପ୍ରତ୍ୟେକ ସୋମବାର ଲୋକମାନେ ଖାଲି ପାଦରେ ମାଇଲ ମାଇଲ୍ ବାଟ ଚାଲି ଚାଲି ଶିବ ମନ୍ଦିରରେ ଏହି ଜଳାଭିଷେକ କରିଥାନ୍ତି। କିନ୍ତୁ କରୋନାକୁ ଦୃଷ୍ଟିରେ ରଖି ସରକାର ଏସବୁ ଗତିବିଧି ଉପରେ କଟକଣା ଜାରି କରିଛନ୍ତି। ଏହାସହିତ ଆସନ୍ତା ୧୬ତାରିଖ ପର‌୍ୟ୍ୟନ୍ତ ରାଜ୍ୟରେ ସମସ୍ତ ପ୍ରକାରର ସାମାଜିକ, ରାଜନୀତିକ, କ୍ରୀଡ଼ା, ସାଂସ୍କୃତିକ,ଧାର୍ମିକ ଓ ଅନ୍ୟାନ୍ୟ ସମସ୍ତ ପ୍ରକାରର ଲୋକଙ୍କ ଏକଜୁଟ୍ ହେବା ଭଳି କାର‌୍ୟ୍ୟକ୍ରମ ଉପରେ କଟକଣା ଥିବାବେଳେ ଧାର୍ମିକ ସ୍ଥଳଗୁଡ଼ିକ ବନ୍ଦ ରହିଛି ବୋଲି ଶ୍ରୀ ଜେନା ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top