Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଶ୍ରୀମନ୍ଦିରରେ ଚାବି: ମୁହଁ ଖୋଲିଲେ ଗଜପତି, ସୁପ୍ରିମକୋର୍ଟରେ ଶୁଣାଣି ଆଜି

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଶ୍ରୀମନ୍ଦିର ପରିଚାଳନାରେ ଅବ୍ୟବସ୍ଥା ଓ ଚାବି ହଜିବା ପ୍ରସଙ୍ଗରେ କଟକର ମୃଣାଳିନୀ ପାଢ଼ୀଙ୍କ ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ ଆସନ୍ତାକାଲି ଶୁଣାଣି କରିବେ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ଚାବି ହଜିବା ପ୍ରସଙ୍ଗରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ମୁହଁ ଖୋଲିଛନ୍ତି । ବିଦେଶରୁ ଗଣମାଧ୍ୟମକୁ ଲିଖିତ ବୟାନ ଦେଇ ଗଜପତି କହିଛନ୍ତି ଯେ, ରତ୍ନଭଣ୍ଡାରର ଚାବି ରଖିବା ଦାୟିତ୍ୱ ହେଉଛି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର । ଏଥିରେ ଗଜପତିଙ୍କ କୌଣସି ଭୂମିକା ନାହିଁ ।
ଶ୍ରୀମତୀ ପାଢ଼ୀ ଏହି ମାମଲାରେ କେନ୍ଦ୍ର ସଂସ୍କୃତି ସଚିବ, ରାଜ୍ୟ ମୁଖ୍ୟ ସଚିବ, ଶ୍ରୀଜଗନ୍ନାଥ ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ପରିଚାଳନା କମିଟି ଓ ପୁରୀ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରିଛନ୍ତି । ଆସନ୍ତାକାଲି ସୁପ୍ରିମକୋର୍ଟଙ୍କ କୋର୍ଟ ନମ୍ବର-୪ରେ ଏହି ମାମଲା ଶୁଣାଣି ହେବ । ଆବେଦନକାରିଣୀ ତାଙ୍କ ଆବେଦନରେ ମୁଖ୍ୟତଃ ଶ୍ରୀମନ୍ଦିର ଚାବି ହଜିବା ପ୍ରସଙ୍ଗ, ଦର୍ଶନରେ ଅବ୍ୟବସ୍ଥା, ବ୍ୟବସାୟିକ ମନୋବୃତ୍ତି ରଖି ସେବାୟତମାନେ ଭକ୍ତଙ୍କୁ ଶୋଷଣ କରିବା, ଶ୍ରୀମନ୍ଦିରର ମହାପ୍ରସାଦ ପ୍ରସ୍ତୁତିରେ ସ୍ୱଚ୍ଛତା ରଖାନଯିବା ଓ ଶ୍ରୀମନ୍ଦିରରେ ପରିସରରେ ପରିଚ୍ଛନ୍ନତା ଆଦି ଦିଗ ଉପରେ ସୁପ୍ରିମକୋର୍ଟଙ୍କ ତ୍ୱରିତ୍ ହସ୍ତକ୍ଷେପ ଦାବି କରିଛନ୍ତି । ଶ୍ରୀମତୀ ପାଢ଼ୀ ୬ତାରିଖରେ ସୁପ୍ରିମକୋର୍ଟରେ ଆବେଦନ କରିଥିବାବେଳେ ଆଜି ତାଙ୍କର ଆବେଦନକୁ କୋର୍ଟ ସ୍ୱୀକାର କରି ଆସନ୍ତାକାଲି ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଶ୍ରୀମନ୍ଦିର ଚାବି ହଜିବା ପ୍ରସଙ୍ଗରେ ଗତ ଦୁଇଦିନ ପୂର୍ବରୁ ଓଡ଼ିଶା ହାଇକୋର୍ଟରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି ।
ଗଜପତି ଏହି ପ୍ରସଙ୍ଗରେ ଇ-ମେଲ୍ ବାର୍ତ୍ତାରେ କହିଛନ୍ତି ଯେ,. ୧୯୬୦ ମସିହା ଶ୍ରୀମନ୍ଦିର ଟେମ୍ପଲ ଆକ୍ଟ ହେବା ପରଠାରୁ ଶ୍ରୀମନ୍ଦିରର ସମସ୍ତ ଦାୟିତ୍ୱ ସରକାରଙ୍କ ହାତକୁ ଚାଲିଯାଇଛି । ଏଣୁ ଏହି କ୍ରମରେ ଦେଖିବାକୁ ଗଲେ ଭିତର ରତ୍ନଭଣ୍ଡାରର ଚାବି କେବଳ ସରକାରଙ୍କ ଅଧୀନରେ ରହିଥାଏ । ତାଙ୍କ ପାଖରେ କେବଳ ବାହାର ଭଣ୍ଡାରର ଗୋଟିଏ ଚାବି ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି । ଏଣୁ ମୁରବୀ ବୋଲି ତାଙ୍କ ଉପରେ ଯେଉଁ ଆକ୍ଷେପ ରହିଛି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସେହିପରି ୧୯୬୦ ମସିହା ପରଠାରୁ ଯେତେଥର ରତ୍ନଭଣ୍ଡାର ଖୋଲାଯାଇଛି ସବୁଥର ଶ୍ରୀମନ୍ଦିର ପ୍ରଶାସକ ଓ ଜିଳ୍ଲାପାଳଙ୍କ ନେତୃତ୍ୱରେ ଖୋଲାଯାଇଛି । ଯେତେବେଳେ ବାହାର ରତ୍ନଭଣ୍ଡାର ଖୋଲାଯାଇଛି ଗଜପତିଙ୍କ ପ୍ରତିନିଧି ହିଁ ଉପସ୍ଥିତ ରହିଥାନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top