Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଲାଗିଲା କଟକଣା : ଶ୍ରୀମନ୍ଦିର ଭିତରେ ଦାନ ନେଇପାରିବେ ନାହିଁ ସେବାୟତ

ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନାରେ ବିଶୃଙ୍ଖଳା ଓ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଆଦର୍ଶ କୁମାର ଗୋଏଲ ଓ ଜଷ୍ଟିସ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଆଜି କଟକର ମୃଣାଳିନୀ ପାଢ଼ୀଙ୍କ ଦ୍ୱାରା ଦାଏର ଜନସ୍ୱାର୍ଥ ସମ୍ବଳିତ ଆବେଦନର ଶୁଣାଣି କରି କେତେକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଏହା ସହିତ ଜୁନ୍ ୩୦ ତାରିଖ ସୁଦ୍ଧା ଶ୍ରୀମନ୍ଦିର ପରିଚାଳନା ଓ ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗରେ ଜବାବ ଦାଖଲ କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ, ରାଜ୍ୟ ମୁଖ୍ୟ ସଚିବ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରିଛନ୍ତି । ପରବର୍ତ୍ତୀ ଶୁଣାଣି ଜୁଲାଇ ୫ତାରିଖରେ କରିବା ପାଇଁ ଖଣ୍ଡପୀଠ ଦିନ ଧାର୍ଯ୍ୟ କରିଛନ୍ତି । ଖଣ୍ଡପୀଠ କହିଛନ୍ତି, ସେବାୟତଙ୍କ ଉପରେ ସୁପ୍ରିମକୋର୍ଟ କଟକଣା ଲଗାଇଛନ୍ତି । ପୁରୀ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଠାରୁ ଦାନ ନେଇ ପାରିବେ ନାହିଁ ସେବାୟତ । କୋର୍ଟ କହିଛନ୍ତି, ଭକ୍ତଙ୍କ ଦାନ ଅର୍ଥ ସିଧା ହୁଣ୍ଡିକୁ ଯିବ । ଏହାକୁ ନିଶ୍ଚିତ କରିବା ପାଇଁ ସିସିଟିଭିର ସହାୟତା ନିଆଯିବ । ଏଥିସହ ଭକ୍ତଙ୍କୁ ହଇରାଣ କରାଯାଉଥିବା ଅଭିଯୋଗର ଅନୁଧ୍ୟାନ କରି ଜିଲ୍ଲାକୋର୍ଟ ରିପୋର୍ଟ ଦେବେ । ଦେଶର ଅନ୍ୟ ପ୍ରସିଦ୍ଧ ମନ୍ଦିରଗୁଡିକରେ ଥିବା ବ୍ୟବସ୍ଥାକୁ ଅନୁଧ୍ୟାନ କରି ଭକ୍ତଙ୍କ ଦର୍ଶନ ସହ ମନ୍ଦିର ପରିଚାଳନାକୁ ଶୃଙ୍ଖଳତି କରିବାପାଇଁ ବ୍ୟବସ୍ଥା କରାଯିବ । ଏଥିପାଇଁ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲ ଗୋପାଳ ସୁବ୍ରମଣ୍ୟମଙ୍କୁ ଆମିକସ କ୍ୟୁରୀ ଭାବେ ମଧ୍ୟ ନିଯୁକ୍ତ କରିଛନ୍ତି ।
କୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ପ୍ରଶାସନ ଆଜି ସନ୍ଧ୍ୟାରେ ସେବାୟତମାନେ ଆଉ ଭକ୍ତଙ୍କଠୁ ଦାନ କିମ୍ବା ନୈବେଦ୍ୟ ଗ୍ରହଣ କରିପାରିବେ ନାହିଁ । ଭକ୍ତମାନେ ଯାହା ଦାନ ଦେବେ ତାହା ହୁଣ୍ଡିରେ ପକାଇବେ । ନଚେତ୍ ଶ୍ରୀମନ୍ଦିର କାର୍ଯ୍ୟାଳୟ, ଶ୍ରୀମନ୍ଦିର ପ୍ରଶାସନ ଅଫିସ୍ କିମ୍ବା ଶାଖା କାର୍ଯ୍ୟାଳୟରେ ଦେଇପାରିବେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦାନ ଆକାରରେ ମିଳୁଥିବା ସୁନା ରୂପା ଅଳଙ୍କାରକୁ ଏସବିଆଇ ଲକରରେ ରଖାଯିବ । ପ୍ରାୟ ୨୩ ବର୍ଷ ହେଲା ସୁନାରୂପା ଅଳଙ୍କାର ଗୁଡିକୁ ଲକରରେ ନରଖି ଶ୍ରୀମନ୍ଦିରର ନିଜସ୍ୱ ଟ୍ରେଜେରିରେ ରଖାଯାଇଛି ।ଶ୍ରୀମନ୍ଦିର ହୁଣ୍ଡକୁ ଦାନ ଆକାରରେ ଆସୁଥିବା ସମସ୍ତ ଅଳଙ୍କାରକୁ ପ୍ରତି ମାସେ ଦୁଇମାସରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଲକରରେ ରଖିବାକୁ ନିଷ୍ପତି ହୋଇଛି । ତେବେ ରତ୍ନ ଭଣ୍ଡାର ଚାବି ହଜିବା ପରେ ଯେଉଁ ହଟଚମଟ ଦେଖାଦେଇଛି ତାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଏଭଳି ନିଷ୍ପତି ନେଇଛି । ଦାନଟଙ୍କା ପାଇଁ ଶ୍ରୀମନ୍ଦିର ସେବାୟତ ଓ ପଣ୍ଡାମାନେ ଭକ୍ତଙ୍କୁ ହଇରାଣ କରୁଥିବା ନେଇ ବାରମ୍ବାର ଅଭିଯୋଗ ସାମ୍ନାକୁ ଆସିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ କିଭଳି ସୁରୁଖୁରୁରେ ଠାକୁରଙ୍କୁ ଦର୍ଶନ କରିପାରିବେ ଓ ଦାନଅର୍ଥ ସିଧା ଜଗନ୍ନାଥ ମନ୍ଦିରକୁ ଯିବ ସେ ବାବଦରେ ପ୍ରଶାସନ ପଦକ୍ଷେପ ନେଉ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତୀରୁପତି, ବୈଷ୍ଣୋଦେବୀ, ସୋମନାଥ ମନ୍ଦିର ଓ ସ୍ୱର୍ଣ୍ଣ ମନ୍ଦିର ପରି ଦେଶର ପ୍ରମୁଖ ମନ୍ଦିରଗୁଡିକରେ ଶୃଙ୍ଖଳିତ ପରିଚାଳନା ପାଇଁ ଗ୍ରହଣ କରିଯାଇଥିବା ବ୍ୟବସ୍ଥାକୁ ଅନୁଧ୍ୟାନ କରି ପୁରୀ ଶ୍ରୀମନ୍ଦିରରେ ଆବଶ୍ୟକ ସଂସ୍କାର ଆଣିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ମଧ୍ୟ କମିଟି ଗଠନ କରି କ’ଣ ସଂସ୍କାର ଦରକାର ପରାମର୍ଶ ଦେବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top