Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମମିତା ହତ୍ୟା ଘଟଣା: ଡେମୋ ଦେଖାଇଛି ଅଭିଯୁକ୍ତ ଗୋବିନ୍ଦ

ଭୁବନେଶ୍ବର (ଓଡ଼ିଶା ୱେୟାର) : ମହାଲିଙ୍ଗ ମିନି ଷ୍ଟାଡିୟମରେ ସିନ୍‌ ରିକ୍ରିଏସନ । ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ କ୍ରାଇମ୍‌ ସିନ୍‌ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ । ଉତ୍ତରାଞ୍ଚଳ ଡିଆଇଜି ଓ କଳାହାଣ୍ଡି ଏସ୍‌ପିଙ୍କ ଉପସ୍ଥିତିରେ ଡେମୋ ଦେଖାଇଛି ଅଭିଯୁକ୍ତ । ମମିତାଙ୍କୁ କିପରିି ହତ୍ୟା କରିଥିଲା ପୁରା ସିନ୍‌ ରିକ୍ରିଏସନ ହୋଇଛି । ଭୋର ୪ଟାରୁ ୪ଟା ୩୦ ମଧ୍ୟରେ ଘଟଣାସ୍ଥଳକୁ ଯାଇ ଡେମୋ ଦେଖାଇଛି ଅଭିଯୁକ୍ତ ଗୋବିନ୍ଦ।

ସୂଚନା ଥାଉକି, ମମିତା ମର୍ଡର ମିଷ୍ଟ୍ରି ଉପରୁ ହଟିଛି ପରଦା। ଗତକାଲି ସରଜମିନ ତଦନ୍ତ ପାଇଁ କଳାହାଣ୍ଡିର ମହାଲିଙ୍ଗରେ ପହଁଚିଥିଲେ ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗିର ଏସ୍‌ପି। ମିନି ଷ୍ଟାଡିୟମ ଯାଇ ସେଠାରେ କ୍ରାଇମସ୍ପଟରେ ଛାନଭିନ କରିଥିଲେ। ମିନିଷ୍ଟାଡିୟମରୁ ମମିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଗୋବିନ୍ଦ ସାହୁ ମମିତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି। ତାକୁ ୫ ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରାଉଚରା ଜାରି ରଖିଛି ପୋଲିସ।

ଯୋଜନାବଦ୍ଧ ଭାବେ ମମିତାଙ୍କୁ ହତ୍ୟା କରିଥିଲା। ଗୋବିନ୍ଦର ପରକୀୟା ପ୍ରୀତି ଜାଣିଥିଲେ ମମିତା । ମୁଖା ଖୋଲିଯିବା ଭୟରେ ସବୁଦିନ ପାଇଁ ମମିତାଙ୍କ ମୁହଁ ବନ୍ଦ କରିଦେଲା । ଗତ ୮ ତାରିଖରେ ଚକ୍ରାନ୍ତ କରି ଡାକିଥିଲା ଅଭିଯୁକ୍ତ । ଭବାନୀପାଟଣାରୁ କେଗାଁ ଯିବା ବାଟରେ କାର୍‌ ଭିତରେ ମମିତାଙ୍କୁ ମାରିଦେଇଥିଲା ଅଭିଯୁକ୍ତ । ହତ୍ୟା ପରେ ଗାଡ଼ିରେ ମୃତଦେହ ନେଇ ମହାଲିଙ୍ଗ ମିନି ଷ୍ଟାଡିୟମ ଯାଇଥିଲା । ଆଗରୁ ଖୋଳାଯାଇଥିବା ଗାତରେ ମୃତଦେହକୁ କାର୍ଡବୋର୍ଡ ଓ ଟାୟାରରେ ନିଆଁ ଲଗାଇ ପୋଡ଼ିଥିଲା ।

୯ ତାରିଖ ସକାଳେ ଗାତରେ ପୋତିଥିଲା ଗୋବିନ୍ଦ । ଏହି ଘଟଣାରେ ଗୋବିନ୍ଦଙ୍କ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରିଛି ପୋଲିସ । ଅଧିକ ଖୋଳତାଡ ଓ ତଥ୍ୟ ପ୍ରମାଣ ପାଇଁ ଅଭିଯୁକ୍ତ ଗୋବିନ୍ଦକୁ ୫ ଦିନିଆ ରିମାଣ୍ଡରେ ନେଇଛି । ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ପୋଲିସ । ତେବେ ତଣ୍ଟିଚିପି ହତ୍ୟା କରାଯାଇଛି କି ନାହିଁ ସ୍ପଷ୍ଟ ହୋଇନି । ଅଧିକ ତଥ୍ୟ ପ୍ରମାଣ ଯୋଗା଼ଡ଼ ପାଇଁ ଗୋବିନ୍ଦକୁ ୫ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ମମିତାଙ୍କ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ଭିତରେ ଛନ୍ଦି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top