ଜଗତସିଂହପୁର, (ଓଡ଼ିଶା ୱେୟାର):ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ଓ ପାରାଦୀପ ପୌର ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଜଗତସିଂହପୁର ପୌର ପରିଷଦରେ କଂଗ୍ରେସ ପ୍ରାର୍ଥୀ ଅର୍ଚ୍ଚନା ସିଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମହାପାତ୍ରଙ୍କ ଠାରୁ ୨୨୦ ଖଣ୍ଡ ଭୋଟ ଵ୍ୟଵଧାନରେ ବିଜୟ ହାସଲ କରିଛନ୍ତି । ତେବେ ଏଠାରେ ମୋଟ ୨୧ଟି ୱାର୍ଡ ମଧ୍ୟରୁ ବିଜେଡିର ୯ ଜଣ କାଉନସିଲର ପ୍ରାର୍ଥୀ ବିଜୟ ହାସଲ କରିଥିବା ବେଳେ କଂଗ୍ରେସକୁ ୭ଟି ଆସନ ମିଳିଛି । ସେହିପରି ଏଠାରେ ପ୍ରଥମ ଥର ପାଇଁ ବିଜେପିର ୨ ଜଣ କାଉନସିଲର ପ୍ରାର୍ଥୀ ବିଜୟ ହାସଲ କରି ଖାତା ଖୋଲି ଥିବା ବେଳେ ୩ ଜଣ ସ୍ୱାଧୀନ କାଉନସିଲର ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି ।


