ଭୁବନେଶ୍ୱର : ପ୍ରଥମଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନିଜର ବିଶାଳକାୟ ମିଡିଆ ଟିମ୍ ଘୋଷଣା କରିଛି । ଦଳର ମୁଖପାତ୍ର ଟିମରେ ୨୯ଜଣ ଓ ସଂଯୋଜକ ଟିମରେ ୫ଜଣଙ୍କୁ ସାମିଲ କରାଯାଇଛି । ମୁଖପାତ୍ରମାନେ ଚାହିଁଲେ ୪ଜଣ ବରିଷ୍ଠ ନେତାଙ୍କ ସହଯୋଗ ନେଇପାରିବ ।
ପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଏକ ପ୍ରେସ୍ ରିଲିଜରେ କହିଛନ୍ତି ଯେ ଏଆଇସିସି ଅନୁମୋଦନକ୍ରମେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓଡ଼ିଶା ପିସିସି ମିଡିଆ ଓ ଯୋଗାଯୋଗ ବିଭାଗ କମିଟି ଗଠନ କରିଛନ୍ତି । ଏହି କମିଟିରେ ବରିଷ୍ଠ ମୁଖପାତ୍ର ହେଲେ ବିଧାୟକ ତାରାପ୍ରସାଦ ବାହିନୀପତି, ଡାକ୍ତର ପ୍ରଫୁଲ୍ଲ ମାଝୀ, ଅଂଶୁମାନ ମହାନ୍ତି, ସୁଚରିତା ମହାନ୍ତି,ଡଃ ହମିଦ୍ ହୁସେନ୍,ବିଜୟଲକ୍ଷ୍ମୀ ସାହୁ ଓ ସମରେନ୍ଦ୍ର ମିଶ୍ର ରହିଥିବା ବେଳେ ମୁଖପାତ୍ର ଭାବରେ ବିଭୁ ପ୍ରସାଦ ତରାଇ, ସସ୍ମିତା ବେହେରା, ବିନାୟକ ଦାସ ମହାପାତ୍ର, ଅମୀୟ ପାଣ୍ଡବ, ସୋନାଲି ସାହୁ, ମନୋଜ ମହାପାତ୍ର, ନାରାୟଣ ପ୍ରସାଦ ଜେନା, ପଦ୍ମାକର ଗୁରୁ, ଦେବୀ ପୃଷ୍ଟି, ପ୍ରଶାନ୍ତ ଶତପଥି, ନିଶିକାନ୍ତ ମିଶ୍ର, ଅର୍ଚ୍ଚନା ନନ୍ଦୀ, ହିମାଂଶୁ ଲେଙ୍କା, ଗୋବିନ୍ଦ ଭୂୟାଁ, ରଜନୀ କୁମାର ମହାନ୍ତି, ସୁଦର୍ଶନ ଦାସ, ବିସ୍ମୟ ମହାପାତ୍ର, ଅମିତ୍ ମହାନ୍ତି, ଅଶୋକ ସାମଲ, ଶୈଳେନ୍ଦୁ ମଜୁମଦାର, ନିକୁ ପଶାୟତ ଓ ସ୍ମୃତିରଂଜନ ଲେଙ୍କା ଅଛନ୍ତି ।
ସେହିପରି ମିଡିଆ ସଂଯୋଜକ ଭାବେ ଫଟୋ ସାମ୍ବାଦିକ ଦୀପକ କୁମାର ମହାପାତ୍ର, ପ୍ରଦୀପ ମହାପାତ୍ର, ଓମ୍ ପ୍ରକାଶ ସାହୁ, ମାନସ ମହାପାତ୍ର ଓ ସୂର୍ଯ୍ୟ ନାରାୟଣ ପଣ୍ଡା ଅଛନ୍ତି ।
ଆବଶ୍ୟକୀୟ ସ୍ଥଳେ ଏହି ମିଡିଆ ଟିମକୁ ତଥ୍ୟ ଯୋଗାଇଦେବା, ପରାମର୍ଶ ଓ ସହଯୋଗ କରିବା ପାଇଁ ପ୍ରଦେଶ କଂଗ୍ରେସ ଉପସଭାପତି ଅଧ୍ୟାପକ କୈଳାସ ଆଚାର୍ଯ୍ୟ, ଗଣେଶ୍ୱର ବେହେରା, ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଡ. ଦେବାଶିଷ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ପ୍ରେସ୍ ରିଲିଜରେ କୁହାଯାଇଛି ।


