Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଫାଇଜର ଆଣୁଛି ୫ ରୁ ୧୧ ବର୍ଷ ପିଲାଙ୍କ ପାଇଁ କରୋନା ଟିକା

ନୂଆଦିଲ୍ଲୀ : ଆମେରିକାରେ ଡେଲ୍ଟା ଭାରିଆଣ୍ଟ ଯୋଗୁ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଏହି ସମୟରେ ଫାଇଜର ହେଲ୍ଧ ଏକ୍ସପର୍ଟ ପିଲାଙ୍କ ପାଇଁ କରୋନା ଟିକା ପ୍ରସ୍ତୁତି କରିଥିବା ନେଇ ଦାବି କରିଛନ୍ତି । ୧୨ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ଖୁବ୍‌ ଶୀଘ୍ର ଟିକା ଉପଲବ୍ଧ ହେବ ବୋଲି ଫାଇଜର କମ୍ପାନୀ ପ୍ରକାଶ କରିଛି । ଦୁନିଆର ସବୁଠୁ ୩ ବଡ଼ କମ୍ପାନୀ ଫାଇଜର, ମୋଡର୍ଣ୍ଣା ଏବଂ ଜନ୍‌ସନ ଆଣ୍ଡ୍‌ ଜନ୍‌ସନ୍‌ ପିଲାଙ୍କ ପାଇଁ କରୋନା ଟିକା ପ୍ରସ୍ତୁତିରେ ଲାଗିପଡ଼ିଥିବା ବେଳେ ଫାଇଜର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ୍‌ ଶୀଘ୍ର ଆମେରିକାର ସ୍ୱାସ୍ଥ୍ୟ ବିଭାଗ ଏହି ଟିକାକୁ ମଞ୍ଜୁରୀ ଦେବ ବୋଲି ଜଣାପଡ଼ିଛି । ଟିକାକୁ ମଞ୍ଜୁରୀ ମିଳିଗଲେ ଏହା ସାର୍ବଜନୀନ ଭାବେ ପ୍ରୟୋଗ କରାଯିବ ।
ଆମେରିକାର କେତେକ ରାଜ୍ୟରେ ସ୍କୁଲ ଖୋଲି ଦିଆଯାଇଛି । ହେଲେ ଏଠାରେ ପିଲାଙ୍କ ପାଇଁ ମାସ୍କ ପିନ୍ଧିବା ଅନିବାର୍ଯ୍ୟ ହୋଇଛି । କିଛି ଦିନ ତଳେ ଆମେରିକାରେ ପିଲାଙ୍କ ଠାରେ ଖୁବ୍‌ ବେଗରେ କରୋନା ସଂକ୍ରମଣ ଜାରି ରହିଥିଲା । ଯାହାଫଳରେ ବହୁ ସଂଖ୍ୟାରେ ପିଲା ହସପିଟାଲରେ ଆଡ଼ିମିଶନ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ଫାଇଜର କମ୍ପାନୀ ଦ୍ରୁତ ବେଗରେ ତା’ର ଅଭିଯାନ ଚଳାଇଥିଲା । ଏବେ ଟିକାର ସଫଳତା ନେଇ କମ୍ପାନୀ ପ୍ରକାଶ କରିଛି । ଅନୁମତି ମିଳିବା ପରେ ଏହାର ପ୍ରୟୋଗ ଆରମ୍ଭ ହେବ ବୋଲି ଫାଇଜର କମ୍ପାନୀ ପକ୍ଷରୁ କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top