ଭୁବନେଶ୍ୱର(ଓଡବ୍ଲ୍ୟୁ):କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସପିଟାଲର ଟ୍ରମା କେୟାର ୟୁନିଟକୁ ସୁଦୃଢ ଓ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ।୨୪ ଘଂଟିଆ ଆବଶ୍ୟକ ସେବା ପ୍ରଦାନ ଉପଲବ୍ଧ ହେବ।ଅର୍ଥୋପେଡିକ୍,ନ୍ୟୁରୋ ଓ ନ୍ୟୁରୋସର୍ଜରୀ ସେବା ବ୍ୟବସ୍ଥାରେ ବିକାଶ କରାଯିବ।ଏଥିପାଇଁ ଆବଶ୍ୟକ ଭିତିଭୂମି,ଯନ୍ତ୍ରପାତି,ମାନବସମ୍ବଳ ଆଦି ଉପଲବ୍ଧ କରାଯିବ। ଟ୍ରମାକେୟାର ୟୁନିଟ୍ ଆବଶ୍ୟକତା ସଂପର୍କରେ ନିର୍ଦ୍ଧିଷ୍ଟ ପ୍ରସ୍ତାବ ଡିଏମଇଟି ଆସନ୍ତା ୭ଦିନ ମଧ୍ୟରେ ସରକାରଙ୍କୁ ପ୍ରଦାନ କରିବେ।
ସଚିବାଳୟ ଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ବିଭାଗର ଉନ୍ନତିକରଣ ସହ ଅଧିକ ସୁବିଧା ଉପଲବ୍ଧ କରାଯିବା ନେଇ ଆଲୋଚନା ହୋଇଛିଯକ୍ଷ୍ମା ଓ ଛାତି ଏବଂ ଏଣ୍ଡୋକ୍ରାଇନୋଲୋଜି ବିଭାଗର ମଧ୍ୟ ଉନ୍ନତି କରଣ କରାଯିବ।ଏସ୍.ସି.ବି.ମେଡିକାଲ କଲେଜ ଓ ହଲପିଟାଲରେ ରୋଗୀ ସେବାକୁ ଅଧିକ ଲୋକାଭିମୁଖୀ କରି ସାଧାରଣ ଲୋକ ଯେପରି ସହଜରେ ଚିକିତ୍ସା ସେବା ପାଇ ପାରିବେ ସେ ଦିଗରେ ଯତ୍ନବାନ ହେବା ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଛି।ସଚିବାଳୟ ଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା,ରାଜ୍ୟ ମେଡିକାଲ ନିଗମ ଏମ୍.ଡି ଅର୍ଚ୍ଚନା ପଟ୍ଟନାୟକ , ଅତିରିକ୍ତ ସଚିବ ହରିବଲ୍ଲଭ ମିଶ୍ର , ଡିଏମଇଟି ଡାଃ ସୋନାମାଲି ବାଗ୍,ଏସସିବି ଡିନ୍ ତଥା ପ୍ରିନ୍ସିପାଲ ପ୍ରଫେସର ଡାଃ ସିଦ୍ଧାର୍ଥ ଦାଶଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।
Mostbet Kz- Официальный Сайт Mostbet Бк И Казино В Казахстане
Официальный Сайт ᐈ Ставки на Спорт И Онлайн-казино ВходContentMostbet Kz официальный Сайт — Казино" "только Букмекер Мостбет КазахстанОсновные Преимущества и...