Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ : ଗୋଟିଏ ପଟେ ପାକିସ୍ତାନ, ଅନ୍ୟପଟେ ଦକ୍ଷିଣରେ ଶ୍ରୀଲଙ୍କାରେ ଅସ୍ଥିରତା। ଅର୍ଥନୈତିକ ସଙ୍କଟରୁ ସେଠାରେ ସୃଷ୍ଟି ହୋଇଛି ରାଜନୈତିକ ଅସ୍ଥିରତା। ଉଭୟ ଆର୍ଥିକ ଓ ରାଜନୈତିକ ସଂକଟରେ ଆସୁନି ସୁଧାର। ବଂର ଆଜି ରାଷ୍ଟ୍ରପତି ଗୋଟାବାୟା ରାଜପକ୍‌ସେଙ୍କୁ ଲାଗିଛି ଝଟ୍‌କା। ନୂଆ ଅର୍ଥମନ୍ତ୍ରୀ ଅଲି ସାବ୍‌ରୀ ଇସ୍ତଫା ଦେଇଛନ୍ତି। ପରିସ୍ଥିତିରେ ସୁଧାର ଆଣିବାକୁ ସବୁ ମନ୍ତ୍ରୀ ଏପ୍ରିଲ ୩ ତାରିଖରେ ଇସ୍ତଫା ଦେଇଥିଲେ। ରାଷ୍ଟ୍ରପତି ଗୋଟାବାୟା ରାଜପକ୍‌ସେ ବିରୋଧୀଙ୍କୁ ସରକାରରେ ସାମିଲ ହେବାକୁ ଆହ୍ଵାନ ଦେଇଥିଲେ।
କିନ୍ତୁ ପ୍ରସ୍ତାବକୁ ଗ୍ରହଣ କରି ନଥିଲେ ବିରୋଧୀ। ଏହାପରେ ଗଠନ ହୋଇଥିଲା ନୂଆ ମନ୍ତ୍ରିମଣ୍ଡଳ। ପୂରୁଣା ମନ୍ତ୍ରିମଣ୍ଡଳରେ ଆଇନ ମନ୍ତ୍ରୀ ଥିବା ଅଲି ସବ୍‌ରୀଙ୍କୁ ଅର୍ଥମନ୍ତ୍ରୀ କରାଯାଇଥିଲା। କିନ୍ତୁ ସେ ସ୍ଥିତି ସମ୍ଭାଳିବାକୁ ଅକ୍ଷମତା ପ୍ରକାଶ କରିଛନ୍ତି। ଦାୟିତ୍ୱ ନେବାର ଦିନକ ପରେ ଇସ୍ତଫା ଦେଇ କହିଛନ୍ତି, ଅପ୍ରତ୍ୟାଶିତ ସଂକଟକୁ ସୁଧାରିବାକୁ ସୁସ୍ଥ ଅର୍ଥନୀତି ଆବଶ୍ୟକ। ତେଣୁ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ଅର୍ଥମନ୍ତ୍ରୀ କରାଯାଉ। ସେପଟେ ସରକାରଙ୍କୁ ସମର୍ଥନ କରୁଥିବା ୪୧ ସାଂସଦ ମେଣ୍ଟ ସରକାରରୁ ଓହରି ଯାଇଛନ୍ତି। ଫଳରେ ସରକାର ଏବେ ବହୁମତ ହରାଇଛନ୍ତି। ବିରୋଧୀ ଏବେ ଗାଟାବାୟା ରାଜପକ୍‌ସେଙ୍କ ଇସ୍ତଫା ଦାବି କରୁଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top