ଭୁବନେଶ୍ବର (ଓଡ଼ିଶା ୱେୟାର) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକଙ୍କୁ ଫେରାଇ ଅଣାଯିବ । ଏନେଇ ସମସ୍ତ ପରିବହନ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏହି ପ୍ରସଙ୍ଗରେ ସମନ୍ବୟ ରକ୍ଷା ପାଇଁ ଉନ୍ନୟନ କମିଶନର ତଥା ଏସଆରସି ପ୍ରଦୀପ କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏସଆରସିଙ୍କ ବ୍ୟତୀତ ନୂଆଦିଲ୍ଲୀ ସ୍ଥିତ ରେସିଡେଣ୍ଟ କମିଶନର ମଧ୍ୟ ସମନ୍ବୟ ରକ୍ଷା କରିବେ କେଉଁ ଜିଲ୍ଲାରୁ କେତେ ଜଣ ଛାତ୍ରଛାତ୍ରୀ ଓ ଶ୍ରମିକ ୟୁକ୍ରେନରେ ଅଛନ୍ତି ସେମାନଙ୍କ ପରିବାର ସହ ଯୋଗାଯୋଗ କରି ତଥ୍ୟ ସଂଗ୍ରହ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପୂର୍ବରୁ ଅମିତ ଶାହଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫସିଥିବା ଓଡ଼ିଆଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ କହିଥିଲେ । ବହୁ ସଂଖ୍ୟାରେ ଓଡ଼ିଆ ୟୁକ୍ରେନରେ ଫସିଛନ୍ତି । ଛାତ୍ରଛାତ୍ରୀ ଓ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଅନୁରୋଧ କରିଛନ୍ତି । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ନେଇ ଆଶ୍ୱାସନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ।


