Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସାଂସଦ ତଥା ଅଭନେତ୍ରୀ ମିମି ଚକ୍ରବର୍ତ୍ତୀ ନେଇଥିବା ଟିକା ଅସଲି ନୁହେଁ ନକଲି

କୋଲକାତା: ଅଭିନେତ୍ରୀ ତଥା ସାଂସଦ ମିମି ଚକ୍ରବର୍ତ୍ତୀଙ୍କ ସହ ଅନେକ ଲୋକ ଗୋଟିଏ ନକଲି କରୋନା ଟିକା କ୍ୟାମ୍ପରେ ଠକାମୀର ଶିକାର ହୋଇଛନ୍ତି। ଏମାନେ ନେଇଥିବା ଟିକା କ୍ୟାମ୍ପ ନକଲି ବୋଲି ଦୁଇ ଦିନ ତଳେ ପୁଲିସ୍ ଜାଣିବାକୁ ପାଇଥିଲା। ଏହାର ପର୍ଦ୍ଦାଫାସ କରିବା ବେଳେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି।
ପୁଲିସ୍ ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବା ସହ ତାଙ୍କୁ ଟିକାକରଣ ପାଇଁ ହୋଇଥିବା କ୍ୟାମ୍ପକୁ ଆଣିଇଥିଲା। ଟିକାକରଣ ହୋଇଥିବା ସ୍ଥାନରୁ କିଛି ଭିଆଲ୍ସ ଠାବ ହୋଇଛି। ଏଥିରେ କେବଳ କିଛି ପାଉଡର ଓ ଲିକ୍ୟୁଡି ରହିଥିବା ଜଣାପଡ଼ିଛି। ଏହାର ଅର୍ଥ ଏଠାରେ ମିମି ଚକ୍ରବର୍ତ୍ତୀ ଓ ଅନ୍ୟମାନେ ଯେଉଁ ଟିକା ନେଇଥିଲେ, ତାହା ଅସଲ ନୁହେଁ ବରଂ ନକଲି ଟିକା ଥିଲା।
ସେମାନଙ୍କୁ ଏହି ପାଉଡର ଓ ଅଜଣା ଲିକ୍ୟୁଡି ଦିଆଯାଇଥିବା ସ୍ପଷ୍ଟ ହୋଇଛି। କୋଲକାତା ପୌରପାଳିକାର ଅତିନ ଘୋଷ କହିଛନ୍ତି, ପ୍ରାଥମିକ ତଦନ୍ତରୁ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଜବତ ଭିଆଲ୍ସରେ କୌଣସି ପ୍ରକାରର କୋଭିସିଲ୍ଡ ଟିକା ନାହିଁ। ଏଥିରେ କେବଳ କିଛି ପାଉଡର ଓ ଲିକ୍ୟୁଡି ରହିଛି। ଏଠାରେ ମିନି ଚକ୍ରବର୍ତ୍ତୀଙ୍କ ସହ ପ୍ରାୟ ୨୦୦ ଜଣ ଲୋକ କୋଭିସିଲ୍ଡ ଟିକା ନେଇଥିବା ଦାବି କରାଯାଇଛି।
ଗୁରୁବାର ସନ୍ଧ୍ୟାରେ କୋଲକାତା ପୁଲିସ୍ ଅଭିଯୁକ୍ତ ଦେବାଞ୍ଜନ ଦେବଙ୍କୁ କସବା ଅଞ୍ଚଳରେ ଥିବା ତାଙ୍କ ଅଫିସକୁ ଆଣିଥିଲା। ଏଠାରେ ନକଲି ଟିକାକରଣ କ୍ୟାମ୍ପ ଚାଲିଥିବା ମଙ୍ଗଳବାର ଜଣାପଡ଼ିଥିଲା। ଦେବାଞ୍ଜନ ଦେବ ଏଠାରେ ଟିକାକରଣ କ୍ୟାମ୍ପ ଚଳାଇଥିଲେ। ଏଠାରେ ପାଉଡର, ଲିକ୍ୟୁଡି ସହ ଗ୍ଲୋବ୍ସ, ସାନିଟାଇଜର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।
ଦେବାଞ୍ଜନଙ୍କ ଘରେ ମଧ୍ୟ ଚଢ଼ଉ କରାଯାଇ ବିପୁଳ ସଂଖ୍ୟାରେ ଆମିକାସିନ ଇଞ୍ଜେକସନ ଓ ନକଲି କୋଭିସିଲ୍ଡ ଷ୍ଟିକର ଥିବା ଭିଆଲ୍ସ ଜବତ କରାଯାଇଛି। ଦେବାଞ୍ଜନ କୋଲକାତା ପୌରପାଳିକା ବ୍ୟାନରେ ୨ ମାସ ହେଲା ଏଠାରେ କ୍ୟାମ୍ପ ଚଳାଇଥିଲେ। ଏହି ନକଲି ଟିକାକରଣ କ୍ୟାମ୍ପରେ ଅନେକ ଲୋକଙ୍କୁ ଟିକା ଦିଆଯାଇଛି। ଏବେ ସେମାନଙ୍କ ଶୀରର ଉପରେ କ’ଣ ପ୍ରଭାବ ପଡ଼ୁଛି, ତା’ର ଯାଞ୍ଚ ସ୍ୱାସ୍ଥ୍ୟକର୍ମୀମାନେ କରୁଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top