Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମକର ସଂକ୍ରାନ୍ତି ପାଇଁ ବନ୍ଦ ରହିବ ବିଭିନ୍ନ ମନ୍ଦିର

ଭୁବନେଶ୍ୱର, (ଓଡ଼ିଶା ୱେୟାର) : ମକର ସଂକ୍ରାନ୍ତି ପାଇଁ ବନ୍ଦ ରହିବ ଘଟଗାଁର ପ୍ରସିଦ୍ଧ ମା ତାରିଣୀ ମନ୍ଦିର ମକର ମେଳାରେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ବର୍ଦ୍ଧିତ କରୋନା ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ଭିଡ଼ ଏଡ଼ାଇବା ଲାଗି ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ସ୍ବତନ୍ତ୍ର ରିଲିଫ କମିସନର ଓ କେନ୍ଦୁଝର ଜିଲ୍ଲାପାଳଙ୍କ ଚିଠି ଅନୁସାରେ ୧୪ ତାରିଖ ଦିନ ମନ୍ଦିର ପରିସରକୁ କେଣସି ଭକ୍ତ ପ୍ରବେଶ କରିପାରିବେ ନାହିଁ । ପ୍ରତ୍ଯେକ ଦିନ ପରି ମାଙ୍କ ବେଶ, ନୀତିକାନ୍ତି, ସକାଳ ଆଳତି, ସଂଧ୍ୟା ଆଳତି, ପହଡ଼ ଆଳତି ଓ ଅନ୍ନପ୍ରସାଦ ନୀତି ଯଥାରୀତି ସଂପାଦନ ହେବ। ସେହିପରି ଧବଳେଶ୍ବର ପୀଠରେ ମଧ୍ୟ କରୋନା ପାଇଁ କଟକଣା ଜାରି କରାଯାଇଛି । କୋଭିଡ କଟକଣା ପାଳନ ନିମନ୍ତେ ପୀଠରେ ୧୪୪ ଧାରା ଜାରି କରିଛି ପ୍ରଶାସନ ସମ୍ଭାବ୍ଯ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ପ୍ରତି ବର୍ଷ ମକର ସଂକ୍ରାନ୍ତିରେ ହଜାର ହଜାର ଲୋକଙ୍କ ଭିଡ ଜମିଥାଏ । ଏହାକୁ ଦୃଷ୍ଟିରେ ରଖି ପୀଠରେ ୧୪୪ ଧାରା ଜାରି କରାଯାଇଛି । ସେହିପରି କେନ୍ଦ୍ରାପଡାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ମଧ୍ୟ ୧୪୪ ଧାରା ଜାରି କରାଯାଇଛି । ମନ୍ଦିର ଏବଂ ଏହାର ୫ ଶହ ମିଟର ପରିଧି ମଧ୍ୟରେ ଏହି କଟକଣା ଲାଗୁ କରାଯାଇଛି । ଚଳିତ ମାସ ୧୨ତାରିଖ ରାତି ୯ଟାରୁ ୧୫ ତାରିଖ ସକାଳ ୯ଟା ପର୍ଯ୍ଯନ୍ତ ଏହି କର୍ଫୁ୍ଯ ବଳବତ୍ତର ରହିବ । ପବିତ୍ର ମକର ସଂକ୍ରାନ୍ତିରେ ମାସାଧିକ କାଳ ପିତ୍ରାଳୟରେ ରହି ଫେରିଥିବା ମା ଲକ୍ଷ୍ମୀ ସାଙ୍ଗରେ ଆଣିଥିବା ବିଭିନ୍ନ ବ୍ଯଞ୍ଜନକୁ ନେଇ ନବାଙ୍କ ବେଢା ପରିକ୍ରମା ହୁଏ । ସଂକ୍ରାନ୍ତି ପୂର୍ବଦିନ ୫ ଥର ଏବଂ ସଂକ୍ରାନ୍ତି ଦିନ ୪ ଥର ମକରବେଢା ପରିକ୍ରମା କରାଯାଏ ଏଥିରେ ୮୪ ପ୍ରକାରର ବିଭିନ୍ନ ବ୍ଯଞ୍ଜନ ମହାପ୍ରଭୁଙ୍କ ପାଇଁ ରହିଥାଏ । ଏହି ବେଢା ପରିକ୍ରମା ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇଥାଆନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top