ଆଜି ବସିବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ । ଲୋକସେବା ଭବନରେ ରାତି ୮ଟା ୩୦ରେ ବୈଠକ ବସିବାକୁ ଯାଉଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ। ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ସରକାର କ୍ଷମତାକୁ ଆସିବା ପରେ ଏହା ହେବ ତୃତୀୟ କ୍ୟାବିନେଟ୍ ବୈଠକ । ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ଥାପରେ ଲାଗିପାରେ ମୋହର । ପୂର୍ବରୁ ଦୁଇଟି କ୍ୟାବିନେଟ୍ରେ ୯ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି ।ଆସନ୍ତାକାଲି ରାଜ୍ୟ ବଜେଟ ଉପସ୍ଥାପନ ହେବାକୁ ଥିବା ବେଳେ ଆଜିର କ୍ୟାବିନେଟ ବୈଠକ ବହୁ ଗୁରୁତ୍ବ ବହନ କରୁଛି। ଏଣୁ ଏହି ବୈଠକରେ ସରକାର ରାଜ୍ୟବାସୀଙ୍କ ପାଇଁ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।


