ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୩-୪ମାସ ମଧ୍ୟରେ ଆଳୁ ଦର କିଲୋପିଛା ୩୦ରୁ ୪୦ଟଙ୍କା ହେବ ବୋଲି ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ଏବର୍ଷ ଆଳୁ ଉତ୍ପାଦନ ହ୍ରାସ ପାଇଥିବାରୁ ଏଭଳି ସ୍ଥିତି ଉପୁଜିବାକୁ ଯାଉଛି ଓ କେନ୍ଦ୍ର ସରକାରଙ୍କ ଆଗୁଆ ସତର୍କ ସୂଚନା ଆଧାରରେ ଓଡ଼ିଶା ସରକାର ମଧ୍ୟ ଆବଶ୍ୟକ ପଦକ୍ଷେପ ନେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୩-୪ମାସ ମଧ୍ୟରେ ଆଳୁ ଦର କିଲୋପିଛା ୩୦ରୁ ୪୦ଟଙ୍କା ହେବ ବୋଲି ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ଏବର୍ଷ ଆଳୁ ଉତ୍ପାଦନ ହ୍ରାସ ପାଇଥିବାରୁ ଏଭଳି ସ୍ଥିତି ଉପୁଜିବାକୁ ଯାଉଛି ଓ କେନ୍ଦ୍ର ସରକାରଙ୍କ ଆଗୁଆ ସତର୍କ ସୂଚନା ଆଧାରରେ ଓଡ଼ିଶା ସରକାର ମଧ୍ୟ ଆବଶ୍ୟକ ପଦକ୍ଷେପ ନେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ଆଜି ରାଜ୍ୟର ଏକ ଘରୋଇ ଚ୍ୟାନେଲକୁ ସୂଚନା ଦେଇ କହିଛନ୍ତି ଯେ, “ଏବେ ଯେଉଁ ଆଳୁ ଦର ୧୦ଟଙ୍କା ଅଛି ତାହା ଆଗାମୀ ୩ରୁ ୪ମାସ ମଧ୍ୟରେ ଆଳୁ ଦର ୩୦-୪୦ଟଙ୍କାରେ ପହଞ୍ôଚବ । କାରଣ ଏବର୍ଷ ଆଳୁ ଫସଲ ଚାରିଆଡ଼େ ଖରାପ ହୋଇଛି । ତେଣୁ କିଛି ଆଳୁ ଏବେଠୁ କିଣି ରଖିବା ପାଇଁ ସରକାର ଯୋଜନା କରିଛନ୍ତି । ନାଫେଡ୍ ମାଧ୍ୟମରେ ୨୮ରୁ ୩୦କୋଟି ଟଙ୍କା ବ୍ୟୟରେ ଆଳୁ କିଣି ମହଜୁଦ୍ ରଖାଯିବ । ଯେତେବେଳେ ଆଳୁ ସଙ୍କଟ ଦେଖାଦେବ, ସେହି ସମୟରେ ବଜାରକୁ ଆଳୁ ଯୋଗାଇ ଦିଆଯିବ । ଆଳୁ ଫସଲ ସାରା ଦେଶରେ ଖରାପ ହେବ ବୋଲି ଆଶଙ୍କା କରି କେନ୍ଦ୍ର ସରକାର ମଧ୍ୟ ସବୁ ରାଜ୍ୟକୁ ଗୋଟିଏ ଲେଖାଏ ଚିଠି ପଠାଇ ଅକ୍ଟୋବର-ନଭେମ୍ବର ମାସରେ ଦର ବଢ଼ିବ ବୋଲି କହିଛନ୍ତି । ଏଥିପାଇଁ ବିହିତ ପଦକ୍ଷେପ ନେବାକୁ କହିଥିବାରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ମଧ୍ୟ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି ।” ସୂଚନାଯୋଗ୍ୟ ରାଜ୍ୟରେ ଗତ ଶୁକ୍ରବାରଠାରୁ ଖୁଚୁରା ଦରରେ ଆଳୁ କିଲୋ ପିଛା ୧୩ରୁ ୧୪ଟଙ୍କାରେ ବିକ୍ରି ହେଉଛି । ଆଜି ରାଜଧାନୀ ଭୁବନେଶ୍ୱର ଓ କଟକରେ ଆଳୁ ଖୁଚୁରା ଦର କିଲୋପିଛା ୧୫ଟଙ୍କାରେ ବିକ୍ରି ହେଉଥିବାରୁ ଖାଉଟିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।


