Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଟିକେଟ୍ ନେବ ତ ଘରୱାରି ଟ୍ୟାଗିଂଙ୍ଗ୍ କରାଅ

ଭୁବନେଶ୍ୱର : ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତ ହୁଅ ଓ ସେ ଦିଗରେ କାର୍ଯ୍ୟ ତ୍ୱରାନ୍ୱିତ କର । ଏପ୍ରିଲ ୨୦ତାରିଖ ସୁଦ୍ଧା ବାକି ଥିବା ଜିଲ୍ଲାରେ ଶତପ୍ରତିଶତ ୱାର୍ଡ କମିଟି ଗଠନ ଶେଷ କର । ଆଉ ୩ମାସ ମଧ୍ୟରେ ଘରୱାରି ଟ୍ୟାଗିଂଙ୍ଗ୍ ପ୍ରକ୍ରିୟା ଆରମ୍ଭ କର । ଆଉ ଏଥିପାଇଁ କୌଣସି ବାହାନା ଶୁଣାଯିବନି । ଯିଏ ଯେଭଳି ଘରୱାରିଂ ଟ୍ୟାଗିଂଙ୍ଗ୍ କରିବ ତାକୁ ସେଭଳି ପୁରସ୍କୃତ କରାଯିବ । ଆଜି ଏଭଳି କିଛି ଭାଷାରେ ପରୋକ୍ଷରେ ଆସନ୍ତା ନିର୍ବାଚନ ପାଇଁ ଟିକେଟ୍ ମିଳିବାର ମାନଦଣ୍ଡ କ’ଣ ହେବ ତାହା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପର୍ଯ୍ୟବେକ୍ଷକମାନଙ୍କୁ ଜଣାଇଛନ୍ତି ।ଭୁବନେଶ୍ୱର : ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତ ହୁଅ ଓ ସେ ଦିଗରେ କାର୍ଯ୍ୟ ତ୍ୱରାନ୍ୱିତ କର । ଏପ୍ରିଲ ୨୦ତାରିଖ ସୁଦ୍ଧା ବାକି ଥିବା ଜିଲ୍ଲାରେ ଶତପ୍ରତିଶତ ୱାର୍ଡ କମିଟି ଗଠନ ଶେଷ କର । ଆଉ ୩ମାସ ମଧ୍ୟରେ ଘରୱାରି ଟ୍ୟାଗିଂଙ୍ଗ୍ ପ୍ରକ୍ରିୟା ଆରମ୍ଭ କର । ଆଉ ଏଥିପାଇଁ କୌଣସି ବାହାନା ଶୁଣାଯିବନି । ଯିଏ ଯେଭଳି ଘରୱାରିଂ ଟ୍ୟାଗିଂଙ୍ଗ୍ କରିବ ତାକୁ ସେଭଳି ପୁରସ୍କୃତ କରାଯିବ । ଆଜି ଏଭଳି କିଛି ଭାଷାରେ ପରୋକ୍ଷରେ ଆସନ୍ତା ନିର୍ବାଚନ ପାଇଁ ଟିକେଟ୍ ମିଳିବାର ମାନଦଣ୍ଡ କ’ଣ ହେବ ତାହା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପର୍ଯ୍ୟବେକ୍ଷକମାନଙ୍କୁ ଜଣାଇଛନ୍ତି । ଆଜି ଦଳୀୟ ପର୍ଯ୍ୟବେକ୍ଷକମାନଙ୍କ ସହ ବୈଠକରେ ଅଧ୍ୟକ୍ଷତା କରି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ୱାର୍ଡ କମିଟି ଗଠନରେ ଅହେତୁକ ବିଳମ୍ବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ୧୬ଟି ଜିଲ୍ଲାରେ ୭୦ରୁ ୮୦ ପ୍ରତିଶତ ୱାର୍ଡ କମିଟି ଗଠନ ହୋଇସାରିଛି ବୋଲି ପର୍ଯ୍ୟବେକ୍ଷକମାନେ ମତ ଦେଇଥିଲେ । ବାକି ଥିବା ୧୬ଟି ଜିଲ୍ଲାରେ ୱାର୍ଡ କମିଟି ଗଠନକୁ ଶତପ୍ରତିଶତ କରିବା ନିମନ୍ତେ ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଏପ୍ରିଲ ୨୦ତାରିଖ ପର୍ଯ୍ୟନ୍ତ ମହଲତ୍ ନେତାମାନଙ୍କୁ ଦେଇଛନ୍ତି । ଏହି ଏହା ବ୍ୟତୀତ ପ୍ରତ୍ୟେକ ଜିଲ୍ଲାରେ ତୁରନ୍ତ ୱାର୍ଡ କମିଟିର ସଦସ୍ୟମାନଙ୍କୁ ଘରୱାରିଂ ଟ୍ୟାଙ୍ଗିଗ୍ କରାଇବା ଉପରେ ସୁପ୍ରିମୋ ଗୁରୁତ୍ୱ ଦେଇଥିଲେ । ତେବେ ଏହି କାର୍ଯ୍ୟ କରିବାରେ ସମସ୍ୟା ହେବ ବୋଲି ଅଧିକାଂଶ ପର୍ଯ୍ୟବେକ୍ଷକ ମତ ଦେଇଥିଲେ ମଧ୍ୟ ସୁପ୍ରିମୋ କୌଣସି କଥା ନଶୁଣି ତୁରନ୍ତ ଏସବୁ ଆରମ୍ଭ ପାଇଁ ତାଗିଦ୍ କରିଥିଲେ । ସେ ନିଜେ ଏହି କାର୍ଯ୍ୟକୁ ବ୍ୟକ୍ତିଗତ ଭାବେ ତଦାରଖ କରିବେ ବୋଲି ରୋକ୍ଠୋକ୍ ଭାବେ ଶୁଣାଇ ଦେଇଛନ୍ତି । ଏହି କାର୍ଯ୍ୟ ଆରମ୍ଭ କରାଯାଉ, ଆଗକୁ କ’ଣ ସମସ୍ୟା ହେଉଛି ତାକୁ ଦୂର କରାଯିବ ବୋଲି ଆଶ୍ୱାସନା ଦେଇଥିଲେ । ଏହି କାର୍ଯ୍ୟକୁ ଭଲ ଭାବେ ସମ୍ପାଦନ କରୁଥିବା ନେତାଙ୍କୁ ପୁରସ୍କୃତ କରାଯିବ ବୋଲି ପରୋକ୍ଷରେ ସନ୍ଦେଶ ମଧ୍ୟ ଦେଇଥିଲେ । ଏସବୁ ବ୍ୟତୀତ ଦଳୀୟ ହ୍ୱାଟସ୍ଅପ୍ ଗ୍ରୁପ୍ରେ ନିର୍ବାଚନମଣ୍ଡଳୀସ୍ତରରେ ଅତିକମ୍ରେ ୫ହଜାର କର୍ମୀଙ୍କୁ ସାମିଲ କରିବା ଉପରେ ସୁପ୍ରିମୋ ଗୁରୁତ୍ୱ ଦେଇଛନ୍ତି । ସେହିପରି  ବିଜୁ ଯୁବ ବାହିନୀରେ ଅଧିକ ସଂଖ୍ୟକ ଦଳୀୟ କର୍ମୀଙ୍କୁ ସାମିଲ କରି ଯୋଜନାକୁ ସଫଳ କରିବା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ପ୍ରାୟ ୨୦ମିନିଟ୍ ଧରି ଉପସ୍ଥିତ ରହି ପର୍ଯ୍ୟବେକ୍ଷକମାନଙ୍କୁ ୱାର୍ଡ କମିଟି ଗଠନ ଶେଷ ଓ ଘରୱାରିଂ ଟ୍ୟାଗିଂଙ୍ଗ୍ କାର୍ଯ୍ୟ ଆରମ୍ଭ ସମ୍ପର୍କରେ ବାରମ୍ବାର ତାଗିଦ୍ କରିଥିଲେ । ଏହି ବୈଠକରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ପ୍ରଶାନ୍ତ ନନ୍ଦ ଓ ସଞ୍ଜୟ ଦାସବର୍ମା ଆଦି ଅନୁପସ୍ଥିତ ରହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top