Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଘୋଷଣା ହେଲା ବିଜେପି ରାଜ୍ୟ ଯୁବମୋର୍ଚ୍ଚା କର୍ମକର୍ତ୍ତା ଟିମ୍‌

ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଆଜି ତାଙ୍କର ନୂଆ ଟିମ୍ ଗଢ଼ିଛନ୍ତି । ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ ପରେ ଯୁବମୋର୍ଚ୍ଚାର ରାଜ୍ୟ କର୍ମକର୍ତ୍ତାଙ୍କ ନାଁ ଘୋଷଣା ହୋଇଛି ।
ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ଭାବେ ବିଶ୍ୱଜିତ ଷଡଙ୍ଗୀ, ମାନସ କୁମାର ଦତ, ନିଳାଦ୍ରି ପାତ୍ର, କମଳେଶ ସାହା, ପ୍ରଫୁଲ ସ୍ୱାଇଁଙ୍କୁ ଅବସ୍ଥାପିତ କରାଯାଇଥିବାବେଳେ ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଭାବେ ଦୀପକ କୁମାର ଗୋଚ୍ଛାୟତ ଓ ଓମ୍ ପ୍ରକାଶ ମିଶ୍ରଙ୍କୁ ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।
ସେହିପରି ରାଜ୍ୟ ସଂପାଦକ ଭାବେ ଶିବାନୀ ମାଝୀ, ସିଦ୍ଧାନ୍ତ ଗଙ୍ଗଦେବ, ପ୍ରିତେଶ ବହିଦାର, ରାଜଶ୍ରୀ ମହାନ୍ତି, ପ୍ରକାଶ ଦଳେଇ, ଅମୃତ ରଂଜନ ସ୍ୱାଇଁ, ଦିପଜ୍ୟୋତି ମୁଣ୍ଡ, ବିକ୍ରମ ବିଶ୍ୱାଳଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି । ଯୁବମୋର୍ଚ୍ଚା ରାଜ୍ୟ କୋଷାଧ୍ୟକ୍ଷ ସନ୍ତୋଷ ମହାପାତ୍ର ଓ ରାଜ୍ୟ ସଂପାଦକ (କାର୍ଯ୍ୟାଳୟ) ମନୋଜ ପଶ୍ଚିମକବାଟଙ୍କୁ ଦାୟିତ୍ୱ ଦିଆଯାଇଛି ।
ବିଭିନ୍ନ ବିଭାଗର ରାଜ୍ୟ ସଂଯୋଜକ ଭାବେ ଭକ୍ତବତ୍ସଳ ବସ୍ତିଆ, ସୂର୍ଯ୍ୟବଂଶୀ ସୂର୍ଯ୍ୟ ସ୍ଥିତପ୍ରଜ୍ଞ, ସୁଜିତ ସାହୁ, ସ୍ମୃତି ରଞ୍ଜନ ମିଶ୍ର, ସ୍ୱଦେଶ ସ୍ୱାଇଁ, ପ୍ରତୀକ୍ଷା ଆଚାର୍ଯ୍ୟ, ସଂଗ୍ରାମ କେଶରୀ ପାତ୍ର, ଦିନେଶ ଶର୍ମା, ହିଂମାଶୁ ପଣ୍ଡା, ହିତେଶ ସାହୁ, ଶିବ ଦିୱାନ, ଆଶିଷ ବରିସାଲ, ଅଭିଷେକ ସାମନ୍ତରାୟ, ନାରାୟଣ କର୍ମୀ, ରୂପେଶ ପଟେଲ, ଚନ୍ଦ୍ରକାନ୍ତ ଧଳ, ସୁବ୍ରତ କୁମାର ବିଶ୍ୱାଳ, ଆଶୁତୋଷ ବେହେରା, ସ୍ମରଜିତ ମହାନ୍ତି, ରାଣା ପୃଥ୍ୱୀରାଜ ସିଂ ଓ ରାଧାମାଧବ ପରିଡ଼ାଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି ।
ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଶୁଭେନ୍ଦୁ ବ୍ରହ୍ମା, କାଳିପ୍ରସାଦ ମହାନ୍ତି, ଲକ୍ଷ୍ମଣ ତ୍ରିପାଠୀ, ପିନିଟି କ୍ରାନ୍ତି,ବିଶ୍ୱଜିତ ସିଂ, ଲଲାଟ ସାମଲ, ଅଭୟ ପାତ୍ର, ପ୍ରିୟଦର୍ଶିନୀ ଅର୍ଚ୍ଚନା ବାଗ ଯାଦବ, ସୁଧୀର କୁମାର ବ୍ରହ୍ମା, ସୁବାଶିଷ ସାହୁ, ରୋଶନ ସାହୁ, ସୁଧାଂଶୁ ଜେନା, ସଜୁ ସରକାର, ସୁମନ୍ତ ବେହେରା, ରାଜେନ୍ଦ୍ର ଗୌଡ଼, ସରୋଜ ଭଞ୍ଜ, ଯଜ୍ଞ ପ୍ରସାଦ ସାହୁ, ସ୍ୱଂୟ ସେବକ ରାୟ, ଅଭିଜିତ ମିଶ୍ର, ପ୍ରାଣବନ୍ଧୁ ଦାସ, ବାଜୁ ଶିକା, ଅଶ୍ୱିନୀ ସାହୁ, ସନ୍ତୋଷ କୁମାର ବିଶ୍ୱାଳ, ଅମରେନ୍ଦ୍ର ରଣସିଂହ, ସୁନୀଲ ସ୍ୱାଇଁ, ଉମେଶ ଖୋସଲା, ଅମୃତ ମହାନ୍ତି, ସିଦ୍ଧାର୍ଥ ରାଉତରାୟ, ସୌମ୍ୟ ରଞ୍ଜନ ଲେଙ୍କା, ସୁରଜ ପାଇକରାୟଙ୍କୁ ଦାୟିତ୍ୱ ଦିଆଯାଇଛି ।
ଯୁବମୋର୍ଚ୍ଚା ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ଫାଲଗୁନୀ ସବର, କୀର୍ତ୍ତିରଞ୍ଜନ ପଟ୍ଟନାୟକ, ଦୀପକ କୁମାର ପ୍ରଧାନ, ଆନନ୍ଦ ରାମ, ଭାରତ ବିଶ୍ୱକର୍ମା, ସତ୍ୟରଞ୍ଜନ ଭୂୟାଁ, ପ୍ରକାଶ ମଲ୍ଲିକ, ପ୍ରଭୁଦତ୍ତ ପଣ୍ଡା, ରାଜୁ ସାହୁ, ଅଂଶୁଳ ପଟେଲ, ରତନ କୁମାର ଦିଗଲ, ନରସିଂହ ସିଂ, ରବିନ୍ଦ୍ର କୁମାର ପୁହାଣଙ୍କୁ ମନୋନୀତ କରାଯାଇଛି ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଆଚାର୍ଯ୍ୟ ଘୋଷଣା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top