Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଏବେ ପୌର ନିର୍ବାଚନ ଚାହୁଁନି ବିଜେଡି, ଫୋକସରେ ପଂଚାୟତ ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଦୀର୍ଘ ଅଢ଼େଇବର୍ଷରୁ ଅଧିକ ସମୟ ଧରି ରାଜ୍ୟର ପୌର ସଂସ୍ଥାଗୁଡ଼ିକର କାର୍ଯ୍ୟ ଅବଧି ଶେଷ ହୋଇଥିଲେ ମଧ୍ୟ ରାଜନୀତିକ କାରଣରୁ ଏସବୁରେ ଏବେ ନିର୍ବାଚନ କରିବା ସପକ୍ଷରେ କ୍ଷମତାସୀନ ବିଜେଡି ନଥିବା ଜଣାପଡ଼ିଛି । ବିଶେଷକରି ସଂଗଠନ ଭିତରେ ବଢ଼ୁଥିବା ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝା ତଥା ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆଗଧାଡ଼ିର ବିଜେଡି ନେତାମାନେ ଅଣଦେଖା ସ୍ଥିତିରେ ରହିଥିବାରୁ ଦଳ ଏବେ ପୌର ନିର୍ବାଚନ କରାଇ କୌଣସି ରିସ୍କ ନେବାକୁ ଚାହୁଁନଥିବା ସୂଚନା ମିଳିଛି । ଖାସ୍ ଏହି କାରଣ ପାଇଁ ଦଳ ଏବେ ପଂଚାୟତ ନିର୍ବାଚନ ଉପରେ ଅଧିକ ଫୋକସ୍ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ସମସ୍ତ ୧୧୪ଟି ପୌରସଂସ୍ଥା( ୫ଟି ମହାନଗର,୪୮ଟି ପୌର ପରିଷଦ ଓ ୬୧ଟି ବିଜ୍ଞାପିତ ଅଂଚଳ ପରିଷଦ)ର କାର୍ଯ୍ୟକାଳ ପ୍ରାୟ ଦୁଇରୁ ଅଢ଼େଇବର୍ଷ ହେଲା ଶେଷ ହୋଇସାରିଲାଣି । ଏସବୁ ପୌର ସଂସ୍ଥାଗୁଡ଼ିକ ନିର୍ବାଚିତ ପ୍ରତିନିଧି ବଦଳରେ ସରକାରଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିବାରୁ ଏକରକମ ପଙ୍ଗୁ ଅବସ୍ଥାରେ ରହିଛି । ଏହାସତ୍ତ୍ୱେ ରାଜନୀତିକ ଦଳଗୁଡ଼ିକ ଏନେଇ ସ୍ୱର ଉତ୍ତୋଳନ କରିବାକୁ କିମ୍ବା ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଆଗ୍ରହ ଦେଖାଉନାହାନ୍ତି । ଅନ୍ୟପକ୍ଷରେ କ୍ଷମତାସୀନ ବିଜେଡି ନିଜର ସଂଗଠନ ଭିତରେ ବଢ଼ୁଥିବା ଅସନ୍ତୋଷ ଓ ଗୋଷ୍ଠୀକନ୍ଦଳ ତଥା ସରକାରଙ୍କ ବିରୁଦ୍ଧରେ ରହିଥିବା ଜନଆକ୍ରୋଶକୁ ଦୃଷ୍ଟିରେ ରଖି ପୌର ସଂସ୍ଥାଗୁଡ଼ିକରେ ନିର୍ବାଚନ ଏବେ ନକରିବା ଚକ୍କରରେ ରହିଛି । ଯେଉଁଥିପାଇଁ ପୌର ନିର୍ବାଚନରେ ୫୦ପ୍ରତିଶତରୁ ଅଧିକ ଆସନ ସଂରକ୍ଷଣ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ୨୦୧୮ ସେପ୍ଟେମ୍ବର ମାସରୁ ପ୍ରତ୍ୟାଖ୍ୟାନ କରିବା ସତ୍ତ୍ୱେ ପୌର ନିର୍ବାଚନ ଆଇନ-୧୯୯୪ରେ ସଂଶୋଧନ ପାଇଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ପଦକ୍ଷେପ ନେଉନାହାନ୍ତି ।
ବିଜେଡି ସୂତ୍ର ଅନୁସାରେ, ଦଳୀୟ ସଂଗଠନକୁ ନେଇ ଏବେ ଅନ୍ତଃକନ୍ଦଳ ଚରମ ସୀମାରେ ରହିଛି । ଉପରକୁ ସବୁକିଛି ଠିକଠାକ୍ ଦିଶୁଥିଲେ ମଧ୍ୟ ବିଜେଡିରେ ବରିଷ୍ଠ ନେତାମାନଙ୍କୁ ଅଣଦେଖା କରାଯିବାକୁ ନେଇ ତୀବ୍ର ଅସନ୍ତୋଷ ରହିଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ କରୁନଥିବାରୁ କାର୍ଯ୍ୟାନୁଷ୍ଠାନ ଭୟରେ ଦଳୀୟ ନେତାମାନେ ଏବେ ନିରବ ରହିଛନ୍ତି । ଭୁବନେଶ୍ୱର ମହାନଗର ନିଗମରେ ଏବେ ମେୟର ପଦବୀ ଲବିରେ ୪ରୁ ୫ଜଣ ନେତା ରହିଥିବାବେଳେ ତୃତୀୟ ମହଲା ପକ୍ଷରୁ ଜଣେ ଛାତ୍ରୀ ନେତ୍ରୀଙ୍କୁ ଡେପୁଟି ମେୟର ପଦବୀରେ ଆସୀନ କରିବା ନିମନ୍ତେ ପ୍ରତିଶ୍ରୁତି ଦିଆଯାଇ ସାରିଲାଣି । ଯେଉଁଥିପାଇଁ ଭୁବନେଶ୍ୱରରେ କର୍ପୋରେଟର ଓ ମେୟର ଆଶାୟୀଙ୍କ ମଧ୍ୟରେ ଛକାପଞ୍ଝା ଓ ଗୋଷ୍ଠୀକନ୍ଦଳ ବଢ଼ିବାରେ ଲାଗିଛି । ତା’ଛଡ଼ା ଭୁବନେଶ୍ୱର ସଂସଦୀୟ ଆସନରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର କାର୍ଯ୍ୟକ୍ରମ ଜୋରଦାର କରି ଭୁବନେଶ୍ୱର ମହାନଗର ନିଗମକୁ ନିଜ ନିୟନ୍ତ୍ରଣ ନେବାକୁ ଗୋଟିଚାଳନା ଆରମ୍ଭ କରିସାରିଛନ୍ତି । ସେହିପରି କଟକ ବାରବାଟୀରେ କଂଗ୍ରେସ ବିଧାୟକ ଥିବାବେଳେ କଟକ ରାଜନୀତିରୁ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଦୂରେଇ ରଖାଯାଇଛି । ଦଳର ନେତା ଦେବାଶୀଷ ସାମନ୍ତରାୟ, ପ୍ରଭାତ ବିଶ୍ୱାଳ, ପ୍ରଭାତ ତ୍ରିପାଠୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଜେନା ଓ ଅନୁଭବ ମହାନ୍ତି ପ୍ରମୁଖ ବିବାଦୀୟ ସ୍ଥିତିରେ ରହିଛନ୍ତି । ସେମାନଙ୍କ ଉପରେ ସ୍ଥାନୀୟ ଲୋକେ ଭରସା କରିବା ସ୍ଥିତିରେ ନାହାନ୍ତି ।
ସେହିପରି ପୁରୀରେ ମହେଶ୍ୱର ମହାନ୍ତି, ଜୟପୁରରେ ରବି ନନ୍ଦ, ସମ୍ବଲପୁରରେ ରାସେଶ୍ୱରୀ ପାଣିଗ୍ରାହୀ, ଭବାନୀପାଟଣାରେ ପୁଷ୍ପେନ୍ଦ୍ର ସିଂହଦେଓ, ରାୟଗଡ଼ାରେ ଏନ୍ ଭାସ୍କର ରାଓ, ବଲାଙ୍ଗିରରେ ଏୟୁ ସିଂଦେଓ ପରିବାର ଆଦି ଏବେ ସମ୍ପୂର୍ଣ୍ଣ ଅଣଦେଖା ସ୍ଥିତିରେ ରହିଥିବାବେଳେ ସୁନ୍ଦରଗଡ଼, ରାଜଗାଙ୍ଗପୁର, ରାଇରଙ୍ଗପୁର ଆଦି ଆସନରେ ବିଜେପି ନିଜର ପତିଆରା ଦେଖାଇବାକୁ ଚାହୁଁଛି ।
ତେଣୁ ବିଜେଡି ଏବେ ପୌର ନିର୍ବାଚନ ହେଲେ ଦଳକୁ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଆଶଙ୍କା କରୁଛି । ଯେଉଁଥିପାଇଁ ଦଳ ଏବେ ପୌର ବଦଳରେ ପଂଚାୟତ ନିର୍ବାଚନ ଉପରେ ଅଧିକ ଫୋକସ କରୁଛି । ପୌର ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କୁ ଏବେ ସାନି ୱାର୍ଡ ପୁର୍ନଗଠନ ଓ ଆସନ ସଂରକ୍ଷଣ କରିବାକୁ ପଡ଼ିବ । ଏସବୁ ପ୍ରକ୍ରିୟା ଅତିକମରେ ୪ରୁ ୬ମାସ ହୋଇଥିବାବେଳେ ନିର୍ବାଚନ କରାଇବା ନିମନ୍ତେ କମିଶନଙ୍କୁ ମଧ୍ୟ ୨ରୁ ୩ମାସ ସମୟ ଲାଗିବ । ତେଣୁ ୨୦୨୨ ଫେବୃୟାରୀରେ ପଂଚାୟତ ନିର୍ବାଚନର ମାତ୍ର ୨-୩ମାସ ପୂର୍ବରୁ ପୌର ନିର୍ବାଚନ କରି ବିଜେଡି କଦାପି ନିଜ ପାଇଁ ବିପର୍ଯ୍ୟୟ ଡାକିବ ନାହିଁ ବୋଲି ତିଥ୍ୟାଭିଜ୍ଞ ମହଲ ମତ ଦେଇଛନ୍ତି ।
ସୂଚନାଯୋଗ୍ୟ,୨୦୧୮ ସେପ୍ଟେମ୍ବର ୩୦ତାରିଖରୁ ବ୍ରହ୍ମପୁର ମହାନଗର ନିଗମ ସମେତ ୬୬ଟି ପୌର ସଂସ୍ଥା , ୨୦୧୮ ଡିସେମ୍ବର ୪ରେ ୨୦ଟି ପୌର ସଂସ୍ଥା, ୨୦୧୮ ଡିସେମ୍ବର ୯ରେ ଅନ୍ୟ ୨ଟି ପୌର ସଂସ୍ଥା, ୨୦୧୯ ଜାନୁୟାରୀ ୧୭ରୁ ଭୁବନେଶ୍ୱର ମହାନଗର ନିଗମ, ୨୦୧୯ ଫେବୃୟାରୀ ୧୩ ଓ ଜୁଲାଇ ୧୧ରୁ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ସମେତ ବାକି ପୌର ସଂସ୍ଥାର କାର୍ଯ୍ୟକାଳ ଶେଷ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top