Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ନୀତି ଆୟୋଗ ରିପୋର୍ଟ: ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ୱେୟାର):
ନିତି ଆୟୋଗଙ୍କ ଦ୍ୱାରା ଏସଡିଜି ରିପୋର୍ଟକୁ ନେଇ ଆଜି ବିଜେପି ସିଧାସଳଖ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହ ବିଫଳତାର ଲମ୍ବା ତାଲିକା ଦେବାପରେ ବିଜେଡି ପ୍ରତିକ୍ରିୟା ରଖିଛି । ମାତ୍ର ବିଜେଡି ଏହି ରିପୋର୍ଟ ପାଇଁ ସିଧାସଳଖ ନିତି ଆୟୋଗ କିମ୍ବା ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା ନକରି ଏଭଳି ରିପୋର୍ଟକୁ ନେଇ ରାଜନୀତି ନହେଉ ବୋଲି କହିଛି। ଏହାସହିତ ରିପୋର୍ଟକୁ ନେଇ ଉପରଠାଉଣିଆ ଭାବେ ରାଜନୀତି କରିବା ଦୁଃଖଦାୟକ ଓ ଏଥିରେ ପରିପକ୍ୱତାର ଅଭାବ ପ୍ରତିଫଳିତ ହେଉଛି ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି।

ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ କରି ନିତି ଆୟୋଗଙ୍କ ଏସଡିଜି ଇଣ୍ଡିଆ ରାଙ୍କିଂରେ ଓଡ଼ିଶାର ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାବେଳେ ବିଜେଡି ମଧ୍ୟ ଅନୁରୂପ ସାମ୍ବାଦିକ ସମ୍ମିଳନୀ କରି ପାଲଟା ଜବାବ ଦେଇଥିଲା। ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି କହିଥିଲେ ଯେ, ନିତି ଆୟୋଗ ସିଇଓ ଅମିତାଭ କାନ୍ତଙ୍କ ମୁଖବନ୍ଧର ଦ୍ୱିତୀୟ ପାରାରେ ସ୍ପଷ୍ଟ ଭାବେ ଏପରି ରିପୋର୍ଟ ପାଇଁ ପଂଚାୟତସ୍ତରରେ ଡାଟା ସଂଗ୍ରହ ଉପରେ ଗୁରୁତ୍ୱ ଦେଇଛନ୍ତି ।

ରିପୋର୍ଟ ଅନୁସାରେ ୨୦୧୮ରେ ୫୧, ୨୦୧୯ରେ ୫୮ ଓ ୨୦୨୦ରେ ୬୧ ଅଙ୍କ ଓଡ଼ିଶାକୁ ମିଳିଛି । ନିତି ଆୟୋଗ ୩ଟି ପାରାମିଟରରେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏଥିରୁ ଫ୍ରଣ୍ଟରନର ବର୍ଗରେ ଓଡ଼ିଶାକୁ ଗୋଟିଏ, ପରଫର୍ମର ବର୍ଗରେ ୯ଟି ଓ ଆକାଂକ୍ଷା ବର୍ଗରେ ୬ଟି ଲକ୍ଷ୍ୟ ନିର୍ଦ୍ଧାରଣ ହୋଇଛି । ତେବେ ଏସବୁ ଡାଟା ସଂଗ୍ରହ ଉପରେ ନିର୍ଭର କରେ । ଡାଟା ଯୋଗାଇବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର‌୍ୟ୍ୟ । କିନ୍ତୁ କେବଳ କେନ୍ଦ୍ରୀୟ ଯୋଜନାକୁ ଭିତ୍ତି କରି ଏହି ନିତି ଆୟୋଗ ରିପୋର୍ଟ ପ୍ରସ୍ତୁତ ହୋଇଛି ।
ୱାସ୍ଥ୍ୟ କଲ୍ୟାଣ ଯୋଜନା କିମ୍ବା ମମତା ଯୋଜନା ପ୍ରସଙ୍ଗରେ କିଛି ବି ଉଲ୍ଲେଖ ନାହିଁ । ନିତି ଆୟୋଗ ଏହି ଇଣ୍ଡିକେଟରକୁ ବି ସାମିଲ କରିନାହାନ୍ତି । ସେହିପରି ୨୦୧୯ ମସିହାରେ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ୯୨% ଅଙ୍କ ରଖିଥିବାବେଳେ ୨୦୨୦ରେ ୦ ପ୍ରତିଶତକୁ ଖସିଆସିଛି। ଯଦିଓ ୨୦୨୦ ମସିହାରେ କରୋନା ସତ୍ତ୍ୱେ ଓଡ଼ିଶା ଅଧିକ ନିବେଶକଙ୍କୁ ଆକୃଷ୍ଟ କରିପାରିଛି । ତେଣଉ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ରିପୋର୍ଟ ପ୍ରସ୍ତୁତ କରିବା ଉଚିତ୍।

Click to comment

Leave a Reply

Your email address will not be published. Required fields are marked *

Most Popular

To Top