Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ବାଂଲାଦେଶ ମୁହାଁ ‘ଫୋନି’ : ପୁରୀ, ଖୋର୍ଦ୍ଧା,କଟକ ଓ ନୟାଗଡ଼ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି

ଭୁବନେଶ୍ୱର(ଓଡ଼ିଶା ୱେୟାର): ଭାରତୀୟ ଉପମହାଦେଶରେ ଚଳିତ ଦଶନ୍ଧିର ସବୁଠୁ ଭୟାବହ ସାମୁଦ୍ରିକ ଝଡ଼ ‘ଫୋନି’ ଆଜି ପୁରୀ ନିକଟରେ ସ୍ଥଳଭାଗ ଛୁଇଁବା ପରେ ଏବେ ବାଂଲାଦେଶ ମୁହାଁ ହୋଇଛି। ‘ଫୋନି’ର ତାଣ୍ଡବରେ ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼ ଓ ଜଗତସିଂହପୁର ଜିଲ୍ଲାରେ ନାହିଁ ନଥିବା କ୍ଷୟକ୍ଷତି ହୋଇଛି। ବିଧ୍ୱଂସକାରୀ ‘ଫୋନି’ ପ୍ରଭାବରେ ଉପକୂଳ ଓଡ଼ିଶାର ୪ରୁ ୬ଟି ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ବହୁ ବଡ଼ବଡ଼ ଗଛ,ବିଦୁ୍ୟତ ଖୁଣ୍ଟ ଉପୁଡିବା ସହ ପୁରୀ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ବିଦୁ୍ୟତ ସେବା ଠପ୍ ହୋଇଯାଇଛି। ଏପର୍ଯ୍ୟନ୍ତ ୩ଜଣଙ୍କର ମୃତୁ୍ୟ ହୋଇଥିବା ସୂଚନା ମିଳିଛି। ଫୋନି ଏବେ ପଶ୍ଚିମବଙ୍ଗ ମୁହାଁ ହୋଇଥିବାରୁ ଯାଜପୁର, ମୟୂରଭଞ୍ଜ ଓ ବାଲେଶ୍ୱରରେ ଏହା ଆଗାମୀ ୩ରୁ ୪ଘଣ୍ଟା ମଧ୍ୟରେ ତାଣ୍ଡବଲୀଳା ରଚିବାର ଆଶଙ୍କା ରହିଛି।
ରାଜ୍ୟ ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ‘ଫୋନି’ ଆଜି ଅପରାହ୍ନ ସାଢେ଼ ୨ଟା ସୁଦ୍ଧା ଭୁବନେଶ୍ୱରର ଉତ୍ତର-ପୂର୍ବର ୨୫କିମି ଓ କଟକ ନିକଟବର୍ତ୍ତୀ ଅଞ୍ଚଳ ଦେଇ ପଶ୍ଚିମବଙ୍ଗ ଅଭିମୁଖେ ଘଣ୍ଟାପ୍ରତି ୧୭କିମି ବେଗରେ ଗତି କରୁଥିଲା। ପୁରୀ ନିକଟରେ ଆଜି ସକାଳ ୮ଟାରୁ ୧୦ଟା ମଧ୍ୟରେ ‘ଫୋନି’ ସ୍ଥଳଭାଗ ଛୁଇଁଥିଲା। ଫୋନି ସ୍ଥଳଭାଗ ଛୁଇଁବାବେଳେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୧୭୫-୧୮୦କିମି ରହିଥିଲା। ଏହାର ପ୍ରଭାବରେ ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା, କଟକ, ନୟାଗଡ଼ ଓ ଜଗତସିଂହପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଫୋନି ପ୍ରଭାବରେ ରାଜ୍ୟର ସମସ୍ତ ଉପକୂଳ ଜିଲ୍ଲାଗୁଡ଼ିକ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ରେକଡର଼୍ କରାଯାଇଛି ।‘ଫୋନି’ ଲ୍ୟାଣ୍ଡଫଲ୍ କରିବାର ୮ଘଣ୍ଟା ବିତିଯାଇଥିଲେ ମଧ୍ୟ ଏବେବି ଭୁବନେଶ୍ୱର ସମେତ ରାଜ୍ୟର ଉପକୂଳବର୍ତ୍ତୀ ଜିଳ୍ଲାରେ ଘଣ୍ଟାପ୍ରତି ୧୨୦-୧୪୦କିମି ବେଗରେ ପବନ ବୋହୁଛି। ଏହି ସ୍ଥିତି ଆଜି ରାତି ପ୍ରାୟ ୧୨ଟା ପର୍ଯ୍ୟନ୍ତ ରହିବ ବୋଲି ସୂଚନା ମିଳିଛି।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ପୁରୀ ଜିଲ୍ଲାରେ ଟେଲିଫୋନ୍ ଓ ମୋବାଇଲ ଫୋନରେ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବାବେଳେ ଅନେକ ସ୍ଥାନରେ ବିଦୁ୍ୟତ ଖୁଣ୍ଟ ଉପୁଡ଼ି ପଡ଼ିଥିବା ଓ ବିଦୁ୍ୟତ୍ ସବଷ୍ଟେସନ କ୍ଷତିଗ୍ରସ୍ତ ହୋଇଥିବାରୁ ବିଦୁ୍ୟତ ଯୋଗାଣ ବନ୍ଦ ରହିଛି। ପୁରୀ, ଭୁବନେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାରେ ଏବେ ବିଦୁ୍ୟତ ସେବା ବନ୍ଦ ରହିଛି ଓ ଏହାକୁ ବ୍ୟାହତ କରିବା ପାଇଁ ପ୍ରୟାସ ଜାରି ରହିଛି । ବହୁ ସ୍ଥାନରେ ବଡ଼ ବଡ଼ ଗଛ ଉପୁଜିଡିବା ସହ ବହୁ କଚ୍ଚାଘର ନଷ୍ଟ ହୋଇଛି। କେତେକ ସ୍ଥାନରେ ପୁରୁଣା କୋଠା ଘର ମଧ୍ୟ ଭୁଷୁଡ଼ି ପଡ଼ିଛି।
ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରୋଡକୁ ୨ଫୁଟର ବାଲି ମାଡ଼ି ଆସିଥିବାବେଳେ କୋଣାର୍କ, ଗୋପ, ନିମାପଡ଼ା ଏବଂ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଓ ନୟାଗଡ଼ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବ୍ୟାପକ କ୍ଷତି ହୋଇଛି। ଅନେକ ସ୍ଥାନରେ ବିଦୁ୍ୟତ ଖୁଣ୍ଟ ଉପୁଡ଼ିବା ସହ ବଡ଼ବଡ଼ ଗଛ ଓ ଆଜବେଷ୍ଟସ୍ ଘର, ଦୋକାନ ଓ ପାଚେରୀ ଆଦି ନଷ୍ଟ ହୋଇଯାଇଛି। ଜଗତସିଂହପୁର ଓ ପାରାଦୀପ ଅଞ୍ଚଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ଯୋଗୁ ଅନେକ କଚ୍ଚାଘର ନଷ୍ଟ ହେବା ସହ ବହୁ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି।
ବାତ୍ୟା ଯୋଗୁ ରାଜଧାନୀ ଭୁବନେଶ୍ୱରର କିଛି ପ୍ରମୁଖ ଓଡ଼ିଆ ଟିଭି ଚ୍ୟାନେଲ୍ କାର୍ଯ୍ୟାଳୟ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।
ପୁରୀ ଓ ଭୁବନେଶ୍ୱରରେ ବାତ୍ୟା ପରବର୍ତ୍ତୀ ସ୍ଥିତି, ପୁନରୁଦ୍ଧାର ଓ ରିଲିଫ କାର୍ଯ୍ୟରେ ସହାୟତା ପାଇଁ ୪୮ଟି ଏନଡିଆରଏଫ୍ ଟିମକୁ ମୁତୟନ କରାଯାଇଛି।
ବାୟୁସେନା ପକ୍ଷରୁ ଆକାଶମାର୍ଗରୁ ବାତ୍ୟା ସ୍ଥିତିର ଆକଳନ କରାଯିବାର କାର୍ଯ୍ୟକ୍ରମ ରହିଛି।
କେନ୍ଦ୍ରାପଡ଼ାର ରାଜନଗରରେ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବାବେଳେ ଜଣେ ୬୦ବର୍ଷୀୟ ମହିଳା ଉଷାରାଣୀ ବୈଦ୍ୟଙ୍କର ହୃଦଘାତରେ ମୃତୁ୍ୟ ହୋଇଛି। ସେହିପରି ପୁରୀ ଜିଲ୍ଲାର ସାକ୍ଷୀଗୋପାଳର ହିରଣ୍ୟପଡ଼ା ଗାଁରେ ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ପ୍ରାଣ ହରାଇଥିବାବେଳେ ନୟାଗଡ଼ର ପୁରୁଣା ଦଶପଲ୍ଲାରେ କାନ୍ଥପଡ଼ି ସୁଷମା ପରିଡ଼ା ନାମକ ଜଣେ ମହିଳାଙ୍କ ମୃତୁ୍ୟ ହୋଇଛି।
ଆଜି ଅପରାହ୍ନ ୫ଟାରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନ ୬ଟାରେ ସ୍ଥିତିର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top