ବ୍ରହ୍ମପୁର : ପୂର୍ବତନ କେନ୍ଦ୍ର ରାଷ୍ଟମନ୍ତ୍ରୀ ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କଂଗ୍ରେସ ସହିତ ୪୦ ବର୍ଷର ସମ୍ପର୍କ ଶେଷ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ବ୍ରହ୍ମପୁରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ହଜାର ହଜାର ସମର୍ଥକଙ୍କ ସହିତ ବିଜେଡ଼ିରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ନବୀନଙ୍କ ବିକାଶ ଧାରା ମୋତେ ବିଜେଡ଼ିରେ ସାମିଲ ହେବାକୁ ପ୍ରେରଣା ଯୋଗାଇଛି। ନବୀନ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇ ପାରଇଛନ୍ତି। ତାଙ୍କ ନେତୃତ୍ୱରେ ମୁଁ ଗୁଣ୍ଡୁଚି ମୂଷା ଭଳି କାମ କରିବି। ଚନ୍ଦ୍ରଶେଖର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ମଧ୍ୟ ମନେ ପକାଇଛନ୍ତି। ଦଳରେ ସାମିଲ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି। ନବୀନ ହେଉଛନ୍ତି ବିକାଶ ପୁରୁଷ । ଭାରତ ବର୍ଷର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ । ତାଙ୍କ ନେତୃତ୍ୱରେ ସେ ଗୁଣ୍ଡୁଚିମୂଷା ଭଳି କାର୍ୟ୍ୟ କରିବେ । ସେ ଦୀର୍ଘ ଚାଳିଶ ବର୍ଷ ଧରି କଂଗ୍ରେସରେ ଥିଲେ । ନବୀନବାବୁଙ୍କ ସ୍ନେହ, ଶ୍ରଦ୍ଧା ଆଶୀର୍ବାଦ ପାଇଁ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ତାଙ୍କର ହଜାର ହଜାର ସମର୍ଥକ ଓ ସହକର୍ମୀ ମଧ୍ୟ ବିଜେଡ଼ିରେ ସାମିଲ୍ ହୋଇଛନ୍ତି । ସେ କହିଲେଯେ, ପ୍ରଥମେ ମାଟି, ପରେ ପାର୍ଟି । ସେ ସବୁବେଳେ ମାଟି ପାଇଁ ଲଢେ଼ଇ କରି ଆସିଛନ୍ତି । ୧୯୯୨ରେ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ବ୍ରହ୍ମପୁର ମୁନିସପାଲଟିର ଚେୟାରମ୍ୟାନ ଥିଲେ । ସେତେବେଳେ ବିଜୁବାବୁ କହିଥିଲେ ମୁଁ ଏହିଭଳି ଲୋକଙ୍କୁ ଚାହୁଁଛି । ଆଜି ଏହାର ଅନେକ ବର୍ଷ ପରେ ବିଜୁବାବୁଙ୍କ ସୁପୁତ୍ର ନବୀନ ବାବୁଙ୍କ ନେତୃତ୍ୱରେ ଗୁଣ୍ଡୁଚିମୂଷା ଭଳି କାର୍ୟ୍ୟ କରିବାକୁ ସଂକଳ୍ପବଦ୍ଧ । ନବୀନ ବାବୁ ତାଙ୍କ ଉପରେ ବିଶ୍ୱାସ ରଖି ଦଳୀୟ କାର୍ୟ୍ୟକ୍ରମରେ ସାମିଲ୍ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ ।
ଚନ୍ଦ୍ରଶେଖର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଦଳୀୟ ସଦସ୍ୟତା ରସିଦ ଗ୍ରହଣ କରିଛନ୍ତି। ଚନ୍ଦ୍ରଶେଖରଙ୍କ ବ୍ୟତୀତ ମିଶ୍ରଣ ପର୍ବରେ ପୂର୍ବତନ ପିସିସି ସାଧାରଣ ସଂପାଦକ ବକ୍ରମ ପଣ୍ଡା ଓ ପୂର୍ବତନ ଜିଲ୍ଲା ସଭାପତି ଭଗବାନ ଗନ୍ତାୟତ ମଧ୍ୟ ବିଜେଡ଼ିରେ ସାମିଲ ହୋଇଛନ୍ତି। ଏଥି ସହିତ ବ୍ରହ୍ମପୁର ମହାନଗର ନିଗମର ସମସ୍ତ କଂଗ୍ରେସ କର୍ପୋରେଟର ବିଜେଡ଼ିରେ ଯୋଗ ଦେଇଛନ୍ତି। ପୁରୁଷୋତ୍ତମପୁର ନଗର କଂଗ୍ରେସ ସଭାପତି ଦଳ ଛାଡ଼ିଥିବାବେଳେ ଛତ୍ରପୁର ବିଧାନସଭା ପ୍ରାର୍ଥୀ ବନମାଳି ସେଠି କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଛନ୍ତି।


