Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମନ୍ତ୍ରିମଣ୍ଡଳରେ ବଢ଼ୁଛି ବିବାଦୀୟ ମନ୍ତ୍ରୀଙ୍କ ସଂଖ୍ୟା, ମୁଖ୍ୟମନ୍ତ୍ରୀ ନାଚାର

ଭୁବନେଶ୍ୱର(ଓଡ଼ିଶା ୱେୟାର): କ୍ରମାଗତ ପଂଚମ ଥର କ୍ଷମତାସୀନ ବିଜେଡି ପାଇଁ ଏବେ ଅଡ଼ୁଆ ବଢ଼ିଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ବିବାଦୀୟ କାର୍ଯ୍ୟ ଓ ଆଚରଣ ଉଭୟ ବିଜେଡି ଓ ସରକାର ପାଇଁ ମୁଣ୍ଡବ୍ୟଥା ବଢ଼ାଇଥିଲେ ବି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାର ଜୁ’ ପାଉନାହିଁ । ନୟାଗଡ଼ର ୫ବର୍ଷର ଝିଅ ‘ପରି’ ହତ୍ୟା ମାମଲାକୁ ନେଇ ଚାପରେ ଥିବା ସରକାର ପାଇଁ ଚାଷୀ ଆତ୍ମହତ୍ୟା ଉଦ୍ୟମ ଏବେ ଅଧିକ ଅଡ଼ୁଆ ସୃଷ୍ଟି କରିଛି । ତେବେ ଦୁର୍ନୀତିର ଗନ୍ଧ ବାରି ଅବା ବିବାଦର ଛାଇ ଦେଖି ବହୁ ପ୍ରଭାବଶାଳୀ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାହାରର ରାସ୍ତା ଦେଖାଇଥିବା ନବୀନଙ୍କ କାର୍ଯ୍ୟଶୈଳୀ ଚଳିତ ସରକାରରେ ସମ୍ପୂର୍ଣ୍ଣ ବଦଳି ଯାଇଥିବାବେଳେ ମନ୍ତ୍ରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ତାଙ୍କପକ୍ଷେ ଆଉ ସମ୍ଭବପର ହୋଇ ରହିନାହିଁ ବୋଲି ଚର୍ଚ୍ଚା ହେଉଛି ।
ନୟାଗଡ଼ ପରୀ ହତ୍ୟା ମାମଲାରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଜିଦରେ ଅଟଳ ରହି ବିରୋଧୀ ଦଳ ସଦସ୍ୟମାନେ ବିଧାନସଭାକୁ ଦୁଇଦିନ ଧରି ଅଚଳ କରିଛନ୍ତି । ବିଧାନସଭା ସମ୍ମୁଖରେ ପରୀର ପିତାମାତା ଆତ୍ମହତ୍ୟା ଉଦ୍ୟମ କରିବାପରେ ବିରୋଧୀ ଦଳ ଏହି ପ୍ରସଙ୍ଗକୁ ଜାବୁଡ଼ି ଧରି କୃଷିମନ୍ତ୍ରୀଙ୍କ ଇସ୍ତଫା ଦାବି କରିବାରେ ଲାଗିଛନ୍ତି । ପରୀ ହତ୍ୟା ଘଟଣାର ରାଜନୀତିକରଣ ହୋଇଛି ଓ ଏବେ ମନ୍ତ୍ରୀଙ୍କ ବହିଷ୍କାର ହିଁ ବିରୋଧୀ ଦଳର ମୁଖ୍ୟ ଲକ୍ଷ୍ୟ ହୋଇଛି । ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ୨ଟି ଭିଡିଓ ହିଁ ‘ପରୀ’ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକଙ୍କୁ ସୁରକ୍ଷା ଦେବାକୁ ମନ୍ତ୍ରୀଙ୍କ ପ୍ରୟାସକୁ ଦର୍ଶାଉଛି । ପରୀ ମାମଲାରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟବ୍ୟାପୀ ଆନ୍ଦୋଳନର ଧମକ ଦେଇ ରାସ୍ତାକୁ ଓହ୍ଲାଇଥିବାବେଳେ କଂଗ୍ରେସ ମଧ୍ୟ ନିଜର ରାଜନୀତିକ ଅସ୍ତିତ୍ୱ ଫେରିପାଇବାକୁ ପଦକ୍ଷେପ ନେଇଛି । କିନ୍ତୁ ପରୀ ଘଟଣାରେ ନବୀନ ଏପର୍ଯ୍ୟନ୍ତ ନିଜର ମନ୍ତ୍ରୀଙ୍କୁ ସୁରକ୍ଷିତ ରଖିଛନ୍ତି ଓ ଆବଶ୍ୟକ ପଡ଼ିଲେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦିଆଯିବ ବୋଲି କହି ବିରୋଧୀଙ୍କ ମୁହଁ ଚୁପ୍ ପାଇଁ ଉଦ୍ୟମ କରିଛନ୍ତି ।
ସେହିପରି ପରୀ ମାମଲା ଥମିନଥିବାବେଳେ ଆଜି ବିଧାନସଭା ସମ୍ମୁଖରେ ୩ଜଣ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିବା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଅଡ଼ୁଆରେ ପକାଇଛି । ସମବାୟ ଋଣ ଜାଲିଆତି ଅଭିଯୋଗରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭାଇ ବୀରେନ୍ଦ୍ର ଚାଷୀଙ୍କ ନାଁରେ ଋଣ ଉଠାଇ ଚଳୁ କରିଥିବା ଅଭିଯୋଗ କରି ଏହି ଚାଷୀମାନେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ନିଜସ୍ୱ ନିର୍ବାଚନମଣ୍ଡଳୀ ଆଠଗଡ଼ ଅଂଚଳର ଏହ ଗରିବ ଚାଷୀମାନେ ଦୀର୍ଘଦିନ ଧରି ସେମାନଙ୍କ ନାଁରେ ଋଣ ଉଠାଯାଇଥିବା ନେଇ ଅଭିଯୋଗ କରୁଥିଲେ ମଧ୍ୟ ସରକାର ସେଥିପ୍ରତି ସାମାନ୍ୟତମ ଦୃଷ୍ଟି ଦେଇନାହାନ୍ତି । ଯେଉଁଥିପାଇଁ ସମ୍ପୃକ୍ତ ଚାଷୀମାନଙ୍କୁ ଆତ୍ମହତ୍ୟା ଉଦ୍ୟମ ଭଳି ଚରମ ନିଷ୍ପତ୍ତି ନେବାକୁ ପଡ଼ିଛି । ମନ୍ତ୍ରୀଙ୍କ ଭାଇ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ ଅବା ଚାଷୀଙ୍କ ସମସ୍ୟାର ସମାଧାନ ମଧ୍ୟରୁ କିଛି ଗୋଟିଏ ବି କରିବାରେ ନବୀନ ସରକାର ସକ୍ଷମ ହୋଇପାରିନି ।
ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଚଂଚକତା କରି ସରକାରୀ ଜମିକୁ ହାତେଇବାକୁ ବସିଥିବା ତଥା ନିଜର ପ୍ରଭାବ ମାଧ୍ୟମରେ ପ୍ରଶାସନକୁ କରାୟତ କରି ଏଭଳି ବେଆଇନ କାର୍ଯ୍ୟ କରୁଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନିରବଦ୍ରଷ୍ଟା ସାଜିଛନ୍ତି । ଝାରସୁଗୁଡ଼ା ଜିଲ୍ଲାରେ ମନ୍ତ୍ରୀ ଶ୍ରୀ ଦାସ ନିଜ କ୍ଷମତାର ଅପବ୍ୟବହାର କରୁଥିବାର ଅଭିଯୋଗ ବାରମ୍ବାର ଆସୁଥିଲେ ମଧ୍ୟ ବିବାଦୀୟ ନବ ଦାସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ସାହାସ ଜୁଟାଇ ପାରିନାହାନ୍ତି ।
ସେହିପରି ପୂର୍ବରୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ନିଜର ଜଣେ ବାନ୍ଧବୀଙ୍କୁ ସରକାରୀ ଅର୍ଥରେ ରାଜ୍ୟ ବାହାରକୁ ନେଇ ବିବାଦଘେରକୁ ଆସିଥିଲେ ।
କେବଳ ଏହି ମନ୍ତ୍ରୀମାନେ ନୁହଁନ୍ତି, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କୋଭିଡ୍ ନିୟମକୁ ଉଲ୍ଲଘଂନ କରିବା, ସର୍ବସାଧାରଣରେ ଅତ୍ୟନ୍ତ ଅଶାଳୀନ ଭାଷାରେ ନିଜର ଭୋଟରଙ୍କୁ ଗାଳିଗୁଲଜ କରିବା, ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ବିବାହବାର୍ଷିକୀ ପାଳନ ଭଳି ଆଚରଣ ଦେଖାଉଥିଲେ ମଧ୍ୟ ତାଙ୍କୁ ତାଗିଦ୍ କରିବା କିମ୍ବା କାର୍ଯ୍ୟାନୁଷ୍ଠାନ ନେବାକୁ ନବୀନ ଆଗ୍ରହ ଦେଖାଇନାହାନ୍ତି ।
ସେହିପରି ଅନ୍ୟ କିଛି ମନ୍ତ୍ରୀ ଏବେ ମାତ୍ରାଧିକ ପରିମାଣର ଅର୍ଥ ଉପାର୍ଜନରେ ବ୍ୟସ୍ତ ଅଛନ୍ତି । ମନ୍ତ୍ରୀମାନେ ଖୋଲାଖୋଲି ଭାବେ ମାତ୍ରାଧିକ ‘ପିସି’ ଆଦାୟ କରୁଥିବାର ଗୁଇନ୍ଦା ରିପୋର୍ଟ ସରକାରଙ୍କ ପାଖରେ ପହଂଚୁଥିଲେ ମଧ୍ୟ ସରକାର ଚୁପ୍ ବସିଛନ୍ତି ।
ମନ୍ତ୍ରୀମାନଙ୍କ ଏଭଳି ଆଚରଣ ସରକାରକୁ ବିବାଦଘେରକୁ ଆଣୁଥିବାବେଳେ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିବାଦକୁ ନିଜ ପାଖ ମାଡ଼ିବାକୁ ଦେଉନଥିବା ନବୀନ ଏବେ ଏସବୁ ହଜମ କରି ବିବାଦୀୟ ମନ୍ତ୍ରୀମାନଙ୍କୁ ନିଜର ଗଳାର ମାଳି କରି ରଖିଛନ୍ତି । ତେବେ ଏହା ନବୀନଙ୍କ ଅସହାୟତା ନା କାର୍ଯ୍ୟଶୈଳୀର ପରିବର୍ତ୍ତନ ତାକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ଓ ଚର୍ଚ୍ଚା ଲାଗି ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top