Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ଅପରାଧ

ମାଓବାଦୀଙ୍କ ସହିଦ ସପ୍ତାହ:ଜିଲ୍ଲା ସୀମାରେ ହାଇ ଆଲର୍ଟ

ବଲାଙ୍ଗୀର: ମାଓବାଦୀମାନେ ଶୁକ୍ରବାରରୁ ସହିଦ ସପ୍ତାହ ପାଳନ ଆରମ୍ଭ କରିଛନ୍ତି।  ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବ୍ଲକରେ ସକ୍ରିୟ ଥିବା ସିପିଆଇ ମାଓ ସଂଗଠନର କର୍ମକର୍ତ୍ତାମାନେ ସହିଦ ଦିବସ ପାଳନ ସହ ଗାଁ ଗାଁରେ ବୈଠକ କରିଛନ୍ତି। ଖପ୍ରାଖୋଲ ବ୍ଲକ ସହ ତୁରେକେଲା, ମୁରିବାହାଲ ବ୍ଲକ ଅଞ୍ଚଳର ଦୁର୍ଗମ ଗାଁଗୁଡ଼ିକରେ ବିଛେଇ ହେଇ ଯାଇଛନ୍ତି ମାଓବାଦୀ। ସଂଗଠନରେ ଅଧିକରୁ ଅଧିକ ଯୁବକଙ୍କୁ ସାମିଲ କରିବା ପାଇଁ ଶିବିର ଆୟୋଜନ ସହ ଲୋକଙ୍କୁ ସଂଗଠନ ଆଡକୁ ଢଳେଇବା  ଲାଗି ଚାଲିଛି ଉଦ୍ୟମ। ଅନ୍ୟପଟେ ସହିଦ ସପ୍ତାହକୁ ଆଖିରେ ରଖି ପୁଲିସ ଓ ସିଆର୍‌ପିଏଫ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବଲାଙ୍ଗୀର ପୁଲିସ ମୁଖ୍ୟାଳୟରେ ଶୁକ୍ରବାର ସିଆର୍‌ପିଏଫ୍‌ର କମାଣ୍ଡାଣ୍ଟଙ୍କ ସହ ବଲାଙ୍ଗୀରର ନୂତନ ଏସ୍‌ପି ଆଲୋଚନା କରିଛନ୍ତି।

ସିଆର୍‌ପିଏଫ୍‌ କମାଣ୍ଡାଣ୍ଟଙ୍କ ସହ ଏସ୍‌ପିଙ୍କ ବୈଠକ

ସହିଦ ସପ୍ତାହ ପାଳନ ପୂର୍ବରୁ ବରଗଡ-ବଲାଙ୍ଗୀର ଓ ମହସମୁନ୍ଦ ଡିଭିଜନ୍‌ ପକ୍ଷରୁ ବ୍ୟାପକ ମାଓ ପୋଷ୍ଟର ଓ ବ୍ୟାନର ଲଗାଯାଇଥିଲା। ମାଓ ସହିଦ୍‌ ସପ୍ତାହରେ ସାମିଲ ହେବାକୁ ଆହ୍ଵାନ ଦିଆଯାଇଥିଲା। ଚିରାଚରିତ ଢଙ୍ଗରେ ପୁଲିସ ଓ ପ୍ରଶାସନ ବିରୋଧୀ ସ୍ଲୋଗାନ ବି ଦିଆଯାଇଥିଲା। ତେବେ କିିଛି ଦିନ ତଳେ ତୁରେକେଲାର ଛତ୍ରଦାଣ୍ଡି ଜଙ୍ଗଲର ଏକ ଗୁମ୍ଫାରୁ ବହୁ ପରିମାଣରେ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ କରିଥିଲା ପୁଲିସ। ମାଓ ସହିଦ ସପ୍ତାହ ଅବସରରେ ମାଓବାଦୀଙ୍କ ପକ୍ଷରୁ ଶକ୍ତି ପ୍ରଦର୍ଶନ ପାଇଁ କିଛି ବଡ ଧରଣର ଅଭିଯାନକୁ ପୁଲିସ ଭଣ୍ଡୁର କରି ଦେଇଥିବା ଚର୍ଚ୍ଚା ହୋଇଥିଲା। ସେହିପରି ମାଓ କ୍ୟାଡର୍‌ ସୁଦର୍ଶନ ବଲାଙ୍ଗୀର-ବରଗଡ ଜିଲ୍ଲାରେ ମାଓ ସଂଗଠନର ନେତୃତ୍ୱ ନେଉଥିବା, ତାରି ନର୍ଦ୍ଦେଶରେ ସଂଗଠନ କାର୍ଯ୍ୟ କରୁଥିବା ସୂଚନା ମିଳିଛି। ଦୀର୍ଘ ଦିନ ହେବ ବରଗଡ ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଲା ସୀମାନ୍ତରେ ଥିବା ମାଓ ପ୍ରବଣ ଗାଁଗୁଡ଼ିକରେ ମାଓବାଦୀମାନେ ସମୋନଙ୍କ ଗତିବିଧି ଚଳାଇଛନ୍ତି। ପୂର୍ବରୁ ଗଣମାଧ୍ୟମ ଜରିଆରେ ସେମାନେ ସାମ୍ନାକୁ ଆସୁଥିବା ବେଳେ ଏବେ ଗତିବିଧିକୁ ଗୋପନୀୟ ରଖୁଛନ୍ତି। ବିଶେଷ ଲୋକଲୋଚନକୁ ନଆସି ସେମାନେ ଗାଁ ଗାଁରେ କ୍ୟାମ୍ପ କରି ମାଓ କାର୍ଯ୍ୟ କଳାପର ପ୍ରଚାର ପ୍ରସାର କରୁଛନ୍ତି।

ଖପ୍ରାଖୋଲ ବ୍ଲକର ରେଙ୍ଗାଲି, ସାନବାଂଝିପାଲି, ମହରାପଦର, ବଡ ତେଲେନପାଲି, ଜଳ ମହାଦେବ ଭଳି ଅଞ୍ଚଳରେ ସେମାନେ ସକ୍ରିୟ ରହିଛନ୍ତି। ତୁରେକେଲା ବ୍ଲକ ସହ ମୁରିବାହାଲ ବ୍ଲକର ଗୁଡିଘାଟ, ଟିକ୍ରାପଡ଼ା ସହ ଜଙ୍ଗଲ ଗାଁଗୁଡ଼ିକରେ ସେମାନେ ବସବାସ କରୁଥିବା ଜଣାପଡିଛି। ସହିଦ ସପ୍ତାହର ପ୍ରଥମ ଦିନରେ କୌଣସି ପ୍ରକାର ଅଘଟଣ ଘଟି ନାହିଁ। ତେବେ ବଲାଙ୍ଗୀର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଶୁକ୍ରବାର ଏସ୍‌ପି କେ.ସିଭା ସୁବ୍ରମଣିଙ୍କ ସହ ସିଆର୍‌ପିଏଫ୍‌ର କମାଣ୍ଡେଣ୍ଟ ଏନ୍ଥୋନୀ ଜେନ୍‌ସନ୍‌ ଓ ସହକାରୀ କମାଣ୍ଡେଣ୍ଟ  ଆର୍‌.ଯାଦବ ଆଲୋଚନା କରିଛନ୍ତି। ପ୍ରାୟ ଅଧା ଘଣ୍ଟା ଧରି ଆଲୋଚନା ହୋଇଥିଲା। ଆଲୋଚନା କେଉଁ ବିଷୟରେ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ଶୁକ୍ରବାରଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହେଉଥିବା ବେଳେ ଏସ୍‌ପି ଓ ସିଆର୍‌ପିଏଫ୍‌ ଅଧିକାରୀଙ୍କ ଆଲୋଚନା ବେଶ ଗୁରୁତ୍ୱ ବହନ କରୁଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top