Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମାହାଙ୍ଗା ଡବଲ ମର୍ଡର: ବିଜେପି ପରେ ପରିବାରକୁ ଭେଟିଲା କଂଗ୍ରେସ ଟିମ୍‌

ଭୁବନେଶ୍ୱର(ଓଡ଼ିଶା ୱେୟାର): ମାହାଙ୍ଗା ବ୍ଲକର ନୃତାଙ୍ଗ ଗାଁରେ ଡବଲ ମର୍ଡର ଘଟଣାରେ ବିଜେପି ପ୍ରତିନିଧି ଦଳ ଗତକାଲି ଦୁଇ ମୃତକଙ୍କ ପରିବାରକୁ ଭେଟିଥିବାବେଳେ ଆଜି ପ୍ରଦେଶ କଂଗ୍ରେସର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ସରଜମିନ୍ ଯାଂଚ କରିଛି । ଏହି ହତ୍ୟାକାଣ୍ଡ ସମ୍ପୂର୍ଣ୍ଣ ଭାବେ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ନିଜ ପଦରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଦୁଇ ମୃତ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପରିବାର ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ଭେଟି କେଉଁ ପରିସ୍ଥିତିରେ ଉଭୟଙ୍କୁ ହତ୍ୟା କରାଗଲା ସେନେଇ ଅବଗତ ହୋଇଥିଲେ । ଏହାପରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା ମୃତ କୁଳମଣି ବରାଳଙ୍କ ଘରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ, କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କର ହତ୍ୟା ରାଜନୈତିକ ଉଦ୍ଦେଶ୍ୟ ସହ ଏକ ହୀନ ରାଜନୈତିକ ଚକ୍ରାନ୍ତ । ର୍ଦୁନୀତିରେ ବୁଡ଼ି ରହିଥିବା ରାଜ୍ୟ ସରକାର ଓ ସ୍ଥାନୀୟ ଲୋକ ପ୍ରତିନିଧି ନିଜର ମୁଖା ଖୋଲିଯିବା ଭୟରେ ଏଭଳି ବୀଭତ୍ସ କାଣ୍ଡ କରିଛନ୍ତି । ସେ ଉଭୟ ରାଜ୍ୟ ସରକାର ଓ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ଭୂମିକାକୁ ତୀବ୍ର ଭର୍ସନା କରିଥିଲେ । ମାହାଙ୍ଗା ବ୍ଲକରେ ବିଗତ ୪୦ବର୍ଷ ଧରି କଂଗ୍ରେସ ଦଳରେ ସକ୍ରିୟ ରାଜନୀତି କରି ବ୍ଲକ ଅଧ୍ୟକ୍ଷ ସହ ବିଭିନ୍ନ ପଦପଦବୀରେ ରହି ଜନତାଙ୍କ ସେବା କରିଥିବା ସ୍ୱର୍ଗତ କୁଳମଣୀ ବରାଳ ୨୦୧୮ ମସିହାରେ ବିଜେପିରେ ସାମିଲ ହୋଇଥିଲେ । ସ୍ଥାନୀୟ ଜନପ୍ରତିନିଧି ଓ ସରକାରଙ୍କର ବରିଷ୍ଠ ମନ୍ତ୍ରୀଙ୍କ ଦ୍ୱାରା କରାଯାଉଥିବା ଅନେକ ଅନୀତି ଓ ଦୁର୍ନୀତି ବିରୁଦ୍ଧରେ ବିଭିନ୍ନ ସମୟରେ ସ୍ୱର ଉତ୍ତୋଳନ କରୁଥିବା ସ୍ୱର୍ଗତ ବରାଳଙ୍କୁ ହତ୍ୟା କରାଯାଇଛି । ସ୍ୱର୍ଗତ ବରାଳ ମୃତ୍ୟୁ ପୂର୍ବରୁ ତାଙ୍କ ବଡ଼ ପୁଅଙ୍କ ଆଗରେ ବୟାନ ଦେଇଥିଲେ । ପୁଲିସ୍ ପ୍ରକୃତ ଅଭିଯୁକ୍ତଙ୍କୁ ଘଂଟ ଘୋଡ଼ାଇବା ପାଇଁ ଅପପ୍ରୟାସ କରୁଛି । ସ୍ୱର୍ଗତ ବରାଳଙ୍କ ହତ୍ୟାକାରୀକୁ ଉଚିତ୍ ଦଣ୍ଡ ଦେବା ସହ ମାହାଙ୍ଗା ଭଳି ଏକ ଶାନ୍ତିପ୍ରିୟ ଅଂଚଳରେ ପ୍ରଶାସନିକ ଶାନ୍ତି ବଜାୟ ରଖିବା ପାଇଁ ସେ ଓଡ଼ିଶା ସରକାରଙ୍କ ନିକଟରେ ଦାବି ରଖିଛନ୍ତି । ବିପର୍ଯ୍ୟୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ତାଙ୍କର ନୈତିକତା ଦୃଷ୍ଟିରୁ ପଦତ୍ୟାଗ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି ।
କଂଗ୍ରେସ ପ୍ରତିନିଧି ଦଳରେ ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ, ଜ୍ଞାନ ବେଉରା, ମହିଳା କଂଗ୍ରେସ ରାଜ୍ୟ ସଭାନେତ୍ରୀ ବନ୍ଦିତା ପରିଡ଼ା, କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଧରଣୀଧର ନାୟକ, ପଦ୍ମାକର ଗୁରୁ, ଦେବେନ୍ଦ୍ର ସାହୁ, ରବିନ୍ଦ୍ର କର, ବୁଟୁ କର, ଶିବ ପ୍ରସାଦ ବେହେରା, ଶ୍ରୀନିବାସ ବେଉରା, କୁସୁମ ପ୍ରଧାନ, ରୀତା ସ୍ୱାଇଁ ପ୍ରମୁଖ ଘଟଣାସ୍ଥଳକୁ ଯାଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top