Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଯାଜପୁର ନଦୀବନ୍ଧ ଭଙ୍ଗା: ୨ମାସ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ ପାଇଁ ଭିଜିଲାନ୍ସକୁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ କେଲୁଆ ନଦୀବନ୍ଧ ରାସ୍ତାକୁ ଡିନାମାଇଟ୍ ଲଗାଇ ଭାଙ୍ଗି ଦିଆଯାଇଥିବା ଅଭିଯୋଗର ତଦନ୍ତ ଭିଜିଲାନ୍ସ କରିବ । ଆସନ୍ତା ୨ମାସ ମଧ୍ୟରେ ପ୍ରାଥମିକ ତଦନ୍ତ କରି ୩ଟି ଦିଗ ଉପରେ ରିପୋର୍ଟ ଦାଖଲ କରିବା ନିମନ୍ତେ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଆଜି ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୨ତାରିଖକୁ ଧାର୍ଯ୍ୟ କରାଯାଇଥିବାବେଳେ ତା’ପୂର୍ବରୁ ଭିଜିଲାନ୍ସ ତା’ର ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିବ ।
ଅଭିଯୋଗକାରୀ ସର୍ବେଶ୍ୱର ବେଉରାଙ୍କ ଆବେଦନ ଉପରେ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ୍ ସିଂ ଆଜି ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିଥିଲେ । ତେବେ ବାରମ୍ବାର ନୋଟିସ୍ ସତ୍ତ୍ୱେ ଯାଜପୁର ଜିଲ୍ଲାପାଳ କିମ୍ବା ତାଙ୍କ ପକ୍ଷରୁ କୌଣସି ଓକିଲ ଆଜି ହାଜର ହୋଇନଥିଲେ । ଲୋକାୟୁକ୍ତ ଏହି ମାମଲାରେ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ୩ଟି ଦିଗ ଉପରେ ପ୍ରାଥମିକ ତଦନ୍ତ କରିବାକୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିଜସ୍ୱ ତଦାରଖରେ ଜଣେ ଏସପି କିମ୍ବା ଅତିରିକ୍ତ ଏସପି ପାହ୍ୟାର ସଚ୍ଚୋଟ ଅଫିସରଙ୍କ ଦ୍ୱାରା ମାମଲାର ତଦନ୍ତ କରିବାକୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ବିଶେଷକରି ୩ଟି ଦିଗ ଉପରେ ଭିଜିଲାନ୍ସକୁ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ସେଗୁଡ଼ିକ ହେଲା, ପ୍ରଥମତଃ- ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁ ନଦୀବନ୍ଧର ନିର୍ଦ୍ଦିଷ୍ଟ ଭାଗ ଧୋଇ ହୋଇଯାଇଛି କି? ଦ୍ୱିତୀୟତଃ- ଦୁର୍ନୀତିକୁ ଲୁଚାଇବାକୁ ନଦୀ ବନ୍ଧରେ ଘାଇ ସୃଷ୍ଟି କରାଯାଇଥିଲା କି? ତୃତୀୟତଃ- ନଦୀବନ୍ଧ ରାସ୍ତା କାମ ନିର୍ମାଣବେଳେ କୌଣସି ବ୍ୟକ୍ତି ବା ସରକାରୀ କର୍ମଚାରୀଙ୍କ ଦ୍ୱାରା ଦୁର୍ନୀତି ଉପାୟ ଅବଲମ୍ବନ କରାଯାଇଥିଲା କି?
ଏହି ୩ଟି ଦିଗ ଉପରେ ପ୍ରାଥମିକ ତଦନ୍ତ କରି ୨ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଲୋକାୟୁକ୍ତ କହିଛନ୍ତି । ସିଲ୍ କଭର ଭିତରେ ଏ ସଂକ୍ରାନ୍ତ ସମସ୍ତ ଦସ୍ତାବିଜକୁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ହସ୍ତାନ୍ତର କରିବା ପାଇଁ ନିଜର ସଚିବଙ୍କୁ ଲୋକାୟୁକ୍ତ କହିଛନ୍ତି । ଏହି ମାମଲାର ପ୍ରାଥମିକ ତଦନ୍ତ ରିପୋର୍ଟ ମାର୍ଚ୍ଚ ୧୨ତାରିଖ ପୂର୍ବରୁ ଦାଖଲ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ନଦୀବନ୍ଧର ସମ୍ପ୍ରସାରଣ ଓ ନିର୍ମାଣ ପାଇଁ ୨୧.୯୯କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ତେବେ ଅଭିଯୋଗକାରୀଙ୍କ କହିବାନୁସାରେ, ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟ ଓ ତାଙ୍କ ମାମୁଁ ତଥା ସ୍ଥାନୀୟ ଜେଇ ନରେନ୍ ଜେନା ମିଶି ଠିକାଦାରଙ୍କଠୁ ମୋଟା ଅଙ୍କର ଚାନ୍ଦା ନେଇଥିଲେ । ଯେଉଁଥିପାଇଁ ଠିକାଦାର ଉକ୍ତ ନଦୀବନ୍ଧ ନିର୍ମାଣ କାର୍ଯ୍ୟକୁ ନିମ୍ନମାନର କରିଥିଲେ । ଆଉ ଏହି ନିମ୍ନମାନର କାମ ଧରାପଡ଼ିବା ଭୟରେ ଏହାକୁ ଗତ ଅଗଷ୍ଟ ମାସରେ ବନ୍ୟା ସମୟରେ ଡିନାମାଇଟ୍ ଲଗାଇ ଉଡ଼ାଇ ଦିଆଯାଇଥିଲା । ଅବଶ୍ୟ ଜଳସେଚନ ବିଭାଗ ପକ୍ଷରୁ ଏହି ନଦୀ ବନ୍ଧ ଭାଙ୍ଗି କୃତ୍ରିମ ବନ୍ୟା କରାଯାଇଥିବା ନେଇ ଏକ ମାମଲା ଥାନାରେ ରୁଜୁ ହୋଇଛି । କିନ୍ତୁ ପୁଲିସ କାହାରି ଉପରେ ସେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top