Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମା’ ଦୁର୍ଗାଙ୍କ ଭସାଣି ନିମନ୍ତେ ଭୁବନେଶ୍ବରରେ ଜାରି ହେଲା ଟ୍ରାଫିକ କଟକଣା

ସରିଲା ଦୁର୍ଗା ପୂଜା। ଆଜି ଧରାପୃଷ୍ଠରୁ ବିଦାୟ ନେବେ ମା’ ଦୁର୍ଗା । ତେଣୁ ମାଆଙ୍କ ଭସାଣୀ ଉତ୍ସବ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ହୋଇଛି। ଭୁବନେଶ୍ବର ଓ କଟକରେ ଭସାଣି ସମୟରେ ଯାନବାହନର ସୁନିୟନ୍ତ୍ରିତ ଚଳାଚଳ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ ଟ୍ରାଫିକ କଟକଣା ଜାରି ହୋଇଛି ।

ଭୁବନେଶ୍ବରରେ ଦିନ ୩ଟାରୁ ଭସାଣି ଶେଷ ହେବା ଯାଏଁ କଟକଣା ବଳବତ୍ତର ରହୁଥିବା ବେଳେ କଟକରେ ଭସାଣି ପାଇଁ ସକାଳ ୭ଟାରୁ ଆସନ୍ତାକାଲି ଭସାଣି ଶେଷ ହେବା ପର୍ଯ୍ୟନ୍ତ କଟକଣା ଲାଗି କରାଯାଇଛି। ଭୁବନେଶ୍ୱର ରେ ହୋଇଥିବା ଟ୍ରାଫିକ କଟକଣା ଅନୁସାରେ ସହିଦ ନଗରରେ ଭସାଣୀ ଯାତ୍ରା ଚାଲୁଥିବା ସମୟରେ କୌଣସି ଯାନବାହାନ ବାଣୀବିହାର ପଟୁ ରୂପାଲୀ ଛକ ଆଡକୁ ଯାଇପାରିବେ ନାହିଁ । ସେହି ଗାଡିଗୁଡିକ ବାଣୀବିହାର ଠାରୁ ସିଧା ଆଚାର୍ୟ ବିହାର ଦେଇ ଯାଇପାରିବେ ।

ସେହିପରି ଭସାଣୀ ଯାତ୍ରା ଚାଲୁଥିବା ସମୟରେ ଜନପଥ ରାସ୍ତାରେ କୌଣସି ଯାନବାହାନ ଚଳାଚଳ କରିପାରିବେ ନାହଁ, ସେହି ଗାଡିଗୁଡିକ ସଚିବାଳୟ ମାର୍ଗ କିମ୍ବା ଏହାକୁ ସଂଯୋଗ କରୁଥିବା ରାସ୍ତା ଦେଇ ଯାଇପାରିବେ ।ରାଜଧାନୀ ମନ୍ଦିର ସୁରକ୍ଷା ଭସାଣୀ ସମିତି, ନୟାପଲ୍ଲୀ ରେ ଭସାଣୀ ଯାତ୍ରା ଚାଲୁଥିବା ସମୟରେ ସିଆରପି ପଟୁ କଟକ ଆଡକୁ ଯିବାକୁ ଚାହୁଁଥିବା ଯାନବାହାନ ଗୁଡିକ ସିଆରପି ଛକ ଠାରୁ ଏକାମ୍ର ପାର୍କ, ବିଜୁ ପଟ୍ଟନାୟକ କଲେଜ ରାସ୍ତା ଦେଇ ଜୟଦେବ ବିହାର ଦେଇ ଯାଇପାରିବେ ଏହି ଭସାଣୀ ଯାତ୍ରା ସମୟରେ ଷ୍ଟୁଆର୍ଟ ସ୍କୁଲ ରାସ୍ତା, ୟୁନିଟ -୮ ରାସ୍ତା, ଓ.ୟୁ.ଟି. ରାସ୍ତା ଏବଂ ନିୟୁ ଏୟାରପୋର୍ଟ ରାସ୍ତା ଦେଇ ଆସୁଥିବା ଯାନବାହାନ ଗୁଡିକୁ ଆବଶ୍ୟକ ଅନୁଯାଇ ଡାଇଭରସନ କରାଯିବ ।

ଉତ୍ତର ଭୁବନେଶ୍ବର ଭସାଣୀ କମିଟୀ, ଚନ୍ଦ୍ରଶେଖରପୁରରେ ଭସାଣୀ ଯାତ୍ରା ଚାଲୁଥିବା ସମୟରେ କିଟ୍ ଛକ ପଟୁ ନାଲକୋ ଛକ ଆଡକୁ କୌଣସି ଯାନବାହାନ ଯିବାକୁ ଦିଆଯିବ ନାହିଁ । ସେହି ଗାଡିଗୁଡିକ ନନ୍ଦନକାନନ ରାସ୍ତା ଦେଇ ଜୟଦେବ ବିହାର ଆଡକୁ ଯାଇପାରିବେ ଓ ଖୋର୍ଦ୍ଧା ପଟୁ ଆସୁଥ‌ିବା ଭାରୀ ଯାନବାହାନ ଗୁଡିକ ଫାୟାର ଷ୍ଟେସନ୍‌ ଛକ ଠାରୁ ଫ୍ଲାଏ ଓଭାର ଓଭାର ବ୍ରିଜ ଦେଇ ଯାଇ ପାରିବେ । ସେମାନଙ୍କୁ ସର୍ଭିସ ରୋଡରେ ଯିବାକୁ ଦିଆଯିବ ନାହିଁ ।ଏହି ନିୟମଟି ଜନସାଧାରଣଙ୍କ ସୁରକ୍ଷିତ ଓ ସୁଗମନାଗମନ ନିମନ୍ତେ ଲାଗୁ କରାଯାଇଛି ।

ଏହି ନିୟମ ଖୁଲାପ କଲେ ଖୁଲାପକାରୀଙ୍କୁ ଓଡ଼ିଶା ଅର୍ବାନ୍ ପୁଲିସ ଆକ୍ଟ ୨୦୦୩ ଧାରା ୯୬ ଅନୁଯାୟୀ ୫୦୦ କିମ୍ବା ସର୍ବାଧ‌ିକ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ । ଏବଂ ଉପରୋକ୍ତ କଟକଣା ଗୁଡିକ ପୁଲିସ, ଫାୟାର ବ୍ରିଗେଡେ, ଏକ୍ସସାଇଜ, ଆମ୍ବୁଲାନ୍ସ ଓ ଅନ୍ୟ ଅତ୍ୟାବଶ୍ୟକୀୟ ଗାଡି ଗୁଡିକ ପାଇଁ ଲାଗୁ ହେବ ନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top