Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମା’ ଦୁର୍ଗାଙ୍କ ମେଲଣ ପାଇଁ କଟକରେ ଲାଗୁ ହେଲା ଟ୍ରାଫିକ କଟକଣା

ଆଜି ଧରାପୃଷ୍ଠରୁ ଲୀଳାଖେଳା ଛାଡ଼ି ବାହୁଡିବେ ଜଗତ ଜନନୀ ମା’ ଦୁର୍ଗା। ମା’ଙ୍କ ଭସାଣ ଶୋଭାଯାତ୍ରା ପାଇଁ ଟୁଇନ୍ ସିଟିରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସବୁ ବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଭୁବନେଶ୍ୱର ଓ କଟକରେ ଭସାଣ ଉତ୍ସବକୁ ଆକର୍ଷଣୀୟ କରିବାକୁ ସବୁ ପୂଜା କମିଟିମାନେ ଭରପୁର ଆୟୋଜନ କରିଛନ୍ତି। ସେହିଭଳି ଭୁବନେଶ୍ବର ଓ କଟକରେ ଭସାଣି ସମୟରେ ଯାନବାହନର ସୁନିୟନ୍ତ୍ରିତ ଚଳାଚଳ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ ଟ୍ରାଫିକ କଟକଣା ଜାରି ହୋଇଛି ।

କଟକ ଭସାଣି ପାଇଁ ସକାଳ ୭ଟାରୁ ଆସନ୍ତାକାଲି ଭସାଣି ଶେଷ ହେବା ପର୍ଯ୍ୟନ୍ତ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଲାଗୁ କରାଯାଇଛି । କଟକରେ ହୋଇଥିବା ଟ୍ରାଫିକ କଟକଣା ଅନୁସାରେ ମେଢ ଗୁଡିକ ମୁଖ୍ୟ ରାସ୍ତାରେ ସୂଚାର ରୂପେ ଯିବା ପାଇଁ କଲେଜ ଛକ ଠାରୁ ବକ୍ସିବଜାର ଓ ତିନିକୋଣିଆ ବଗିଚା ଦେଇ ଚାନ୍ଦିନଚୌକ ଛକ ପର୍ଯ୍ୟନ୍ତ, ଚୌଧୁରୀବଜାର ଛକରୁ ପୂର୍ଣ ସାହୁ ଛକ, ଯାଉଁଳିଆପଟି ଓ ଫିରିଙ୍ଗି ବଜାର ଦେଇ ଦେବୀ ଗଡା ପର୍ଯ୍ୟନ୍ତ ଏବଂ କଟକ ଚଣ୍ଡୀ ଛକରୁ ଶେଖବଜାର ଓ ମହମ୍ମଦିଆ ବଜାର ରାସ୍ତାରେ ଚାନ୍ଦିନଚୌକ ଛକ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାରେ କୌଣସି ଯାନବାହାନ ଯାଇ ପାରିବେ ନାହିଁ, କିନ୍ତୁ ମୁଖ୍ୟ ରାସ୍ତାର ଛକ ମାନଙ୍କରେ ମେଢ ଯାଉନଥିବା ସମୟରେ ଗୋଟିଏ ପଟରୁ ଅନ୍ୟ ପଟକୁ ଟ୍ରାଫିକ ନିର୍ଦ୍ଦେଶ ଅନୁଯାଇ ଯାନବାହାନ ଯାଇପାରିବେ । ଏହି କଟକଣା ଅନୁଯାୟୀ ଯାନବାହାନ ନିୟନ୍ତ୍ରଣ ନିମ୍ନଲିଖିତ ମତେ କରାଯିବ ।

ଅଫିସ ପୁରୁଣା ଗେଟ ପଟୁ କୌଣସି ଯାନବାହାନ ସିଧା ପୁର୍ଣସାହୂ ଛକ ଆଡକୁ ଆସିପାରିବେ ନାହିଁ ।ସେହିପରି ନନ୍ଦୀ ସାହି ଛକ ପଟୁ କୌଣସି ଯାନବାହାନ ଆପଣଙ୍କ ହୋଟେଲ ଛକ ଦେଇ ପୂର୍ଣସାହୁ ଛକକୁ ଆସିପାରିବେ ନାହିଁ ।ତଳତେଲେଙ୍ଗା ବଜାର ପଞ୍ଚମୁଖୀ ଚଉରା ଛକରୁ କୌଣସି ଯାନବାହାନ ନୃସିଂହନାଥ ମଠ ରାସ୍ତାରେ କାଠଯୋଡି ବନ୍ଧ ରାସ୍ତାକୁ ଯାଇପାରିବେ ନାହିଁ । ଖାନନଗର ଛକରୁ ଓ ବ୍‌ଲୁଲାଗୁନ ହୋଟେଲ ଛକ ପଟୁ କୌଣସି ଯାନବାହାନ କାଠଯୋଡି ରିଙ୍ଗରୋଡରେ ପୁରୀଘାଟ ଗଡା ଆଡକୁ ଯାଇପାରିବେ ନାହିଁ ।ଜୁଡିସିଆଲ ଏକାଡ଼େମୀ ଛକରୁ କୌଣସି ଭାରୀଯାନ ପୁରୀଘାଟ ଆଡକୁ ଯାଇ ପାରିବେ ନାହିଁ । ସେମାନେ ତ୍ରୀଶୁଳିଆ କିମ୍ବା ସତିଚଉର ଦେଇ ଯାଇ ପାରିବେ ।ଏହି ନିୟମଟି ଜନସାଧାରଣଙ୍କ ସୁରକ୍ଷିତ ଓ ସୁଗମନାଗମନ ନିମନ୍ତେ ଲାଗୁ କରାଗଲା ।

ଏହି ନିୟମ ଖୋଲାପ କାଲେ ଖୁଲାପକାରୀଙ୍କୁ ଓଡ଼ିଶା ଅର୍ବାନ୍ ପୁଲିସ ଆକ୍ଟ ୨୦୦୩ ଧାରା ୯୬ ଅନୁସାରେ ୫୦୦ ଟଙ୍କା କିମ୍ବା ସର୍ବାଧ‌ିକ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ ।ଉପରୋକ୍ତ କଟକଣା ଗୁଡିକ ପୁଲିସ, ଫାୟାର ବ୍ରିଗେଡେ, ଏକ୍ସସାଇଜ, ଆମ୍ବଲାନ୍ସ ଓ ଅନ୍ୟ ଅତ୍ୟାବଶ୍ୟକୀୟ ଗାଡି ଗୁଡିକ ପାଇଁ ଲାଗୁ ହେବ ନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top