Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ରତ୍ନଭଣ୍ଡାର ଯାଞ୍ଚ ପାଇଁ ଅନୁମତି ଦେଲେ ରାଜ୍ୟ ସରକାର

ପୁରୀ : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ସ୍ଥିତି ପରଖିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ମାତ୍ର କେଉଁ କାର୍ଯ୍ୟ ହେବ, କିଭଳି କରାଯିବ ସେ ସମ୍ପର୍କରେ ଯେଉଁ ତଥ୍ୟ ଉଲ୍ଲେଖ କରିଛନ୍ତି ତାହା ସାର୍ବଜନୀନ ହୋଇନାହିଁ । ଆସନ୍ତାକାଲି ପରିଚାଳନା କମିଟି ବୈଠକ ଏବଂ ଗୁରୁବାରଦିନ ଛତିଶା ନିଯୋଗ ବୈଠକ ବସିବ । ସରକାରଙ୍କ ଅନୁମତି ପତ୍ରର ରୂପରେଖ କ’ଣ ରହିଛି ତାହା ଏହି ବୈଠକରୁ ଜଣାପଡିବ ।
ଅନ୍ୟପକ୍ଷରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ କରାଯାଇଥିବା ସବକମିଟିର ନିଷ୍ପତ୍ତିକୁ ସେବାୟତମାନେ ସ୍ୱାଗତ କରିଛନ୍ତି । ତେବେ ରତ୍ନଭଣ୍ଡାର ଯାଞ୍ଚଞ୍ଚ ସମୟରେ ମହାପ୍ରଭୁଙ୍କ ମୂଲ୍ୟବାନ ଅଳଙ୍କାର ଓ ଆଭୂଷଣର ସୁରକ୍ଷା କିଭଳି କରାଯିବ ତାହା ପ୍ରଶ୍ନବାଚୀ ହୋଇରହିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କୁହାଯାଇଛି ଯେ ରତ୍ନ ଭଣ୍ଡାରର କାନ୍ଥ, ଛାତ ଓ ଚଟାଣର କେବଳ ଯାଞ୍ଚ କରାଯିବ । କୌଣସି ଅଳଙ୍କାରକୁ କେହି ସ୍ପର୍ଶ କରିପାରିବେ ନାହିଁ । ରତ୍ନଭଣ୍ଡାର ଭିତରକୁ ଯେଉଁମାନଙ୍କୁ ଛଡ଼ାଯିବ ସେମାନଙ୍କୁ ମଧ୍ୟ ସୁରକ୍ଷା ବଳୟ ଦେଇ ଯିବାକୁ ପଡିବ । ଯାଞ୍ଚ କାର୍ଯ୍ୟରେ ସମ୍ପୂୂର୍ଣ୍ଣ ସ୍ୱଚ୍ଛତା ରଖାଯିବ । ଏଥିନେଇ ମଧ୍ୟ ଛତିଶା ନିଯୋଗ ସହିତ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରି ନିଷ୍ପତ୍ତି ନେବ । ମାର୍ଚ୍ଚ ୨୬,୨୭ ଦୁଇଦିନ ରତ୍ନଭଣ୍ଡାର ଯାଞ୍ଚ ପାଇଁ ହାଇକୋର୍ଟ ଅନୁମତି ପ୍ରଦାନ କରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅନୁମତି ମିଳିନଥିବାରୁ ତାହା ହୋଇପାରିନଥିଲା । ସରକାରଙ୍କ ଏହି ଅନୁମତି ପତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପାଖରେ ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top