ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ ପୁଣି ୧୦ ହଜାର ଡେଇଁଲା ଦୈନିକ ସଂକ୍ରମଣ। ଗତ କିଛି ଦିନ ଧରି ୧୦ ହଜାର ତଳେ ରହୁଥିବା ପଜିଟିଭ ସଂଖ୍ୟା ଆଜି ପୁଣି ଥରେ ଲମ୍ବ ଡିଆଁ ମାରି ୧୦,୫୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୧୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୭୭ ପଜିଟିଭ ଚିହ୍ନଟ ହୋଇଛନ୍ତି।
ସୁନ୍ଦରଗଡ଼ରୁ ୧୧୮୬, କଟକରୁ ୯୬୩, କଳାହାଣ୍ଡିରୁ ୫୭୧, ବରଗଡ଼ରୁ ୫୪୩, ସମ୍ବଲପୁରରୁ ୪୬୦, ନବରଙ୍ଗପୁରରୁ ୪୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


