ଢାକା: ବାଂଲାଦେଶରେ ଥିବା ରୋହିଙ୍ଗ୍ୟାଙ୍କ କ୍ୟାମ୍ପରେ ବଡ଼ଧରଣର ନିଆଁ ଲାଗିଯାଇଛି। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦୦ ଜଣ ନିଖୋଜ ହୋଇଯାଇଛନ୍ତି। ଏ ସମ୍ପର୍କରେ ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସି ସୂଚନା ଦେଇଛି।
ବାଂଲାଦେଶର ଢାକାରୁ ୟୁଏନଏଚଆରସିର ଜୋନେସ ଭାନ ଡେର କଲାୱ ଭିଡିଓ କନଫରେନ୍ସିଂରେ କହିଛନ୍ତି, ରୋହିଙ୍ଗ୍ୟା କ୍ୟାମ୍ପରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷିୟକ୍ଷତି ହୋଇଛି। ଏଯାଏ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦୦ ଜଣ ଲୋକଙ୍କର କୌଣସି ପତ୍ତା ମିଳୁନାହିଁ। ସେମାନେ ଭିଡ଼ ଭିତରେ କେଉଁ ଆଡ଼େ ନିଖୋଜ ହୋଇଯାଇଥିବା ଅନୁମାନ କରାଯାଉଛି। ଘଟଣାରେ ୫୬୦ ଜଣ ଆହତ ହୋଇଥିବା ବେଳେ ୪୫,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ନିଆଁ କେମିତି ଲାଗିଲା, ତାହା ଜଣାପଡ଼ି ନାହିଁ।


