ଭୁବନେଶ୍ୱର: ସଂସଦର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ପୂର୍ବରୁ ଶନିବାର ନବୀନ ନିବାସରେ ବିଜେଡି ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଛି । ସଂସଦର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ପୂର୍ବରୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ବିଜେଡିର ରଣନୀତିକୁ ଚୂଡ଼ାନ୍ତ ରୂପ ଦିଆଯାଇଛି । ଏହା ସହିତ ସମସ୍ତ ସଦସ୍ୟ ସଂସଦର ଷ୍ଟାଣ୍ଡିଂ କମିଟିରୁ ଇସ୍ତଫା ଦେଇଛନ୍ତି । କେଉଁ ସାଂସଦମାନେ କେଉଁ ଷ୍ଟାଣ୍ଡିଂ କମିଟିରେ ରହିବ ତା’ର ନିଷ୍ପତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନେବେ ବୋଲି ଜଣାପଡ଼ିଛି ।ଭୁବନେଶ୍ୱର: ସଂସଦର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ପୂର୍ବରୁ ଶନିବାର ନବୀନ ନିବାସରେ ବିଜେଡି ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଛି । ସଂସଦର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ପୂର୍ବରୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ବିଜେଡିର ରଣନୀତିକୁ ଚୂଡ଼ାନ୍ତ ରୂପ ଦିଆଯାଇଛି । ଏହା ସହିତ ସମସ୍ତ ସଦସ୍ୟ ସଂସଦର ଷ୍ଟାଣ୍ଡିଂ କମିଟିରୁ ଇସ୍ତଫା ଦେଇଛନ୍ତି । କେଉଁ ସାଂସଦମାନେ କେଉଁ ଷ୍ଟାଣ୍ଡିଂ କମିଟିରେ ରହିବ ତା’ର ନିଷ୍ପତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନେବେ ବୋଲି ଜଣାପଡ଼ିଛି । ଦଳର ସାଂସଦ କଳିକେଶ ସିଂହଦେଓ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ସଂସଦର ବଜେଟ୍ ଅଧିବେଶନରେ ଦଳର ସାଂସଦମାନେ ମହାନଦୀ ଟ୍ରିବ୍ୟୁନାଲ ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା,ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ରାଜ୍ୟର ସମଗ୍ର ରେଳବାଇ ଅଂଚଳକୁ ଗୋଟିଏ ଜୋନ୍ ମଧ୍ୟରେ ରଖିବା, କେବିକେ ପାଇଁ ସ୍ୱତନ୍ତ୍ର ଅନୁଦାନ , ପୋଲାଭରମ୍ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା ଓ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ଜୋରସୋରରେ ଉଠାଇବ । ସେହିପରି ବିଜେଡି ସଂସଦୀୟ ଦଳ ନେତା ଭର୍ତୃହରି ମହତାବ କହିଛନ୍ତି ଯେ, ବିଜେଡିର ଯେଉଁ ସାଂସଦମାନେ ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ସଦସ୍ୟ ଅଛନ୍ତି ସେମାନେ ସମସ୍ତେ ନିଜର ଆନୁଗତ୍ୟ ପ୍ରଦର୍ଶନ କରି ଦଳର ସୁପ୍ରିମୋ ଶ୍ରୀ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ଦେଇସାରିଛନ୍ତି । ତେଣୁ କାହାକୁ ଏବେ ଷ୍ଟାଣ୍ଡିଂ କମିଟିର ନିଆଯିବ ତା’ର ନିଷ୍ପତି ଦଳର ସଭାପତି ନେବେ । ୪ବର୍ଷ ପରେ ପୁଣିଥରେ ଦଳର ସଭାପତି ଶ୍ରୀ ପଟ୍ଟନାୟକଙ୍କ ହାତମୁଠାକୁ ସଶକ୍ତ କରିବା ପାଇଁ ସାଂସଦମାନେ ଏଭଳି ନିଷ୍ପତି ନେଇଛନ୍ତି ଓ ସେହି ଦିଗରେ କାର୍ଯ୍ୟ କରୁଛନ୍ତି । ଏବେ ଦଳର ୨୦ଜଣ ସାଂସଦ ଲୋକସଭାରେ ଥିବାବେଳେ ସେଥିରୁ ୨ଜଣ ନିଲମ୍ବିତ ଅଛନ୍ତି । ରାଜ୍ୟସଭାରେ ୮ଜଣ ସଦସ୍ୟ ଅଛନ୍ତି । ଦଳର ମୋଟ୍ ୨୬ଜଣ ସାଂସଦ ଏବେ ସକ୍ରିୟ ଅଛନ୍ତି । ତେବେ ଆଜିର ବୈଠକରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପ୍ରତାପ କେଶରୀ ଦେବ ଓ ରୀତା ତରାଇ ଅନୁପସ୍ଥିତ ଥିଲେ । ସାଧାରଣତଃ ସଂସଦୀୟ ଷ୍ଟାଣ୍ଡିଂ କମିଟିର ସଦସ୍ୟତାର ପୁର୍ନବିଚାର ପ୍ରତି ୨ବର୍ଷରେ ହେବା କଥା । କିନ୍ତୁ ଏହା ଏବେ ହେଉଛି । ସାଂସଦ ବୈଜୟନ୍ତ ପଣ୍ଡା ପୁର୍ନବାର ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ବିଜେଡିର ସଦସ୍ୟ ଭାବେ ପ୍ରତିନିଧିତ୍ୱ କରିବେ କି ନାହିଁ ତା’ର ନିଷ୍ପତି ବିଜେଡି ସଭାପତି ନବୀନ ପଟ୍ଟନାୟକ ନେବେ ବୋଲି ସାଂସଦ ନଗେନ୍ଦ୍ର ପ୍ରଧାନ କହିଛନ୍ତି । ସେହିପରି ସାଂସଦ କଳିକେଶ ସିଂହଦେଓ କହିଛନ୍ତି ଯେ ନିର୍ବାଚନ ପାଖେଇ ଆସୁଛି । ତେଣୁ ଷ୍ଟାଣ୍ଡିଂ କମିଟି ଓ ପରାମର୍ଶଦାତା କମିଟିର ପୁର୍ନଗଠନ ଆବଶ୍ୟକତା ହୋଇଛି ।


