Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସୋସିଆଲ ମିଡିଆରେ ଅପପ୍ରଚାର, କାର୍ଯ୍ୟାନୁଷ୍ଠାନ ଦାବି କଲେ ଲେଖାଶ୍ରୀ

ଭୁବନେଶ୍ୱର(ଓଡ଼ିଶା ୱେୟାର):ସୋସିଆଲ ମିଡିଆରେ ତାଙ୍କ ନାଁରେ ଚାଲିଥିବା ଅପପ୍ରଚାର ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି । ଏକ ନିର୍ଦ୍ଦିଷ୍ଟ ଫେସବୁକ ପେଜରେ ତାଙ୍କ ନାଁ ନେଇ ଏକ ମିଛ ଖବର ପ୍ରଚାର କରାଯାଉଥିବାରୁ ଶ୍ରୀମତୀ ସାମନ୍ତସିଂହାର ଟ୍ୱିଟର ମାଧ୍ୟମରେ ରାଜ୍ୟ ପୁଲିସ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଶ୍ରୀମତୀ ସାମନ୍ତସିଂହାର ଆଜି ଟ୍ୱିଟ୍ ମାଧ୍ୟମରେ ରାଜ୍ୟ ପୁଲିସ ଡିଜି, କ୍ରାଇମବ୍ରାଂଚ ଓ ପୁଲିସ କମିଶନରଙ୍କୁ ତାଙ୍କ ବିରୁଦ୍ଧରେ ଏକ ଫେସବୁକ ପେଜରେ ଚାଲିଥିବା ଅପପ୍ରଚାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଦାବି କରିଛନ୍ତି । ଏକ ଫେସବୁକ ପେଜରେ ଗତକାଲି ଲେଖାଶ୍ରୀଙ୍କ ନାଁ ନେଇ ଗ୍ୟାସ୍ ଦର ବୃଦ୍ଧି ସମ୍ପର୍କିତ ଏକ ମିଛ ମନ୍ତବ୍ୟକୁ ପ୍ରଚାର କରାଯାଇଛି । “ମହିଳାମାନେ ଅଳ୍ପ ଆଇଟମ୍ କରନ୍ତୁ, ଅର୍ଥାତ୍ ଖାଲି ଭାତ ଓ ଡାଲି’ କରନ୍ତୁ ବୋଲି ଲେଖାଶ୍ରୀ କହିଥିବା ନେଇ ଏହି ଫେସବୁକ ପେଜରେ ଉଲ୍ଲେଖ ରହିଛି ।
ତେବେ ଶ୍ରୀମତୀ ସାମନ୍ତସିଂହାର ଏଭଳି କୌଣସି ମନ୍ତବ୍ୟ ଦେଇନାହାନ୍ତି ବୋଲି ଆଜି ଟ୍ୱିଟର ମାଧ୍ୟମରେ ସ୍ପଷ୍ଟ କରିବା ସହ ପୁଲିସ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଶ୍ରୀମତୀ ସାମନ୍ତସିଂହାର ଟ୍ୱିଟ୍ କରି କହିଛନ୍ତି ଯେ, “ସେ ଏଭଳି କୌଣସି ବୟାନ ଦେଇନାହାନ୍ତି । ତାଙ୍କୁ ବ୍ଲାକମେଲ୍ କରିବା ଓ ଚାନ୍ଦା ଆଦାୟ ଉଦ୍ଦେଶ୍ୟରେ ଏଭଳି ଫେକ୍ ନ୍ୟୁଜ ପ୍ରସାର କରାଯାଉଛି, ଯାହାକି ତାଙ୍କୁ ବ୍ୟଥିତ କରିଛି ।”
ପରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ତାଙ୍କର ମର୍ଯ୍ୟାଦା ହାନି ପାଇଁ ଏଭଳି ମିଛ କଥା ପ୍ରଚାର କରାଯାଉଛି । ଏଭଳି ପ୍ରୟାସକୁ ସେ କଡ଼ା ଭାଷାରେ ନିନ୍ଦା କରୁଛନ୍ତି । ସେ ଟ୍ୱିଟ୍ ମାଧ୍ୟମରେ ପୁଲିସ ଡିଜି, କ୍ରାଇମବ୍ରାଂଚ ସାଇବର ସେଲ୍ ଓ କମିଶନରେଟ ପୁଲିସକୁ ଅବଗତ କରିଛନ୍ତି । ଏହାକୁ ଏକ ଏଫଆଇଆର ଭାବେ ବିବେଚନା କରିବାକୁ ସେ ଅନୁରୋଧ କରୁଛନ୍ତି । ଏହାର ତଦନ୍ତ କରାଯାଇ ଏଭଳି କାର୍ଯ୍ୟ ପଛରେ ଥିବା ଲୋକମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯିବା ଉଚିତ୍ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top