Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଗୃହ ଭିତରେ ଶାସକ ଦଳର ହଟ୍ଟଗୋଳ, ବିଧାନସଭା ଅଚଳ

ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଗତକାଲିଠୁ ଆରମ୍ଭ ହୋଇଥିଲେ ମଧ୍ୟ ଆଜିବି ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରିନି । ଆଜି ଗୃହ ଭିତରେ ଶାସକ ଦଳର ସଭ୍ୟମାନଙ୍କ ହଟ୍ଟଗୋଳ ଯୋଗୁ ବିଧାନସଭା ଚାଲିପାରିନି । ଧାନକିଣାରେ ଅବ୍ୟବସ୍ଥା ପ୍ରସଙ୍ଗକୁ ନେଇ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ହଟ୍ଟଗୋଳ କରିଥିବାବେଳେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ନମାଗିବା ପର୍ଯ୍ୟନ୍ତ ଗୃହ ଚଳାଇ ଦିଆଯିବ ନାହିଁ ବୋଲି ଶାସକ ଦଳ ଚେତାବନୀ ଦେଇଛି । ଆଜି ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଓ ଜିଦ୍ ଯୋଗୁ ଗୃହ ଆଜି ଚାଲିପାରିନି । ଗତକାଲି ଭଳି ଆଜି ମଧ୍ୟ ଗୃହରେ ପ୍ରଶ୍ନକାଳ,ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ସମ୍ଭବପର ହୋଇନି । ଚଳିତ ବଜେଟ ଅଧିବେଶନରେ ପ୍ରଥମଥର ପାଇଁ ଶାସକ ଦଳ ଗୃହକୁ ଅଚଳ କରିଛି ।
ଆଜି ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ଧାନକିଣାରେ ହେଉଥିବା ଅବ୍ୟବସ୍ଥା ଦୂର କରିବା ଦାବିରେ ହଟ୍ଟଗୋଳ କରିଥିଲେ । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡ଼ିୟମ ସମ୍ମୁଖରେ ବିଧାନସଭା ସଚିବଙ୍କ ଚେୟାର ଉପରେ ଛିଡ଼ା ହୋଇଥିବାବେଳେ ବିରୋଧୀ ଦଳର ଅନ୍ୟ ସଦସ୍ୟମାନେ ଧାନକିଣାରେ ଅବ୍ୟବସ୍ଥାକୁ ନେଇ ସରକାର ବିରୋଧରେ ସ୍ଲୋଗାନ ମାନ ଦେଇଥିଲେ । ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ଚାଷୀ କାହିଁକି ହନ୍ତସନ୍ତ ହେବେ ବୋଲି ବିରୋଧୀ ଦଳ ପ୍ରଶ୍ନ କରିଥିଲା । ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିବାକୁ ଚେଷ୍ଟା କରିବାବେଳେ ମାର୍ଶାଲ ସେମାନଙ୍କୁ ଅଟକାଇବାରେ ସକ୍ଷମ ହୋଇଥିଲା । ତେବେ ବିରୋଧୀଙ୍କ ଏଭଳି ହଟ୍ଟଗୋଳବେଳେ ବିଜେଡି ସଦସ୍ୟମାନେ ନିଜ ସିଟରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ । ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ଯେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗତକାଲି ଯେଭଳି ଗୃହରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କଲେ ତାହା ଅତ୍ୟନ୍ତ ନିନ୍ଦନୀୟ । ସେ ଗୃହର ମର୍ଯ୍ୟାଦାହାନି କରିଛନ୍ତି । ତେଣୁ ସେ କ୍ଷମା ମାଗିବା ଉଚିତ । ଯେପର୍ଯ୍ୟନ୍ତ ସେ କ୍ଷମା ମାଗିନାହାନ୍ତି ସେପର୍ଯ୍ୟନ୍ତ ଗୃହକୁ ଚାଲିବାକୁ ଦିଆଯିବ ନାହିଁ । ଶ୍ରୀମତୀ ମଲ୍ଲିକଙ୍କ ଏହି ମନ୍ତବ୍ୟ ପରେ ବିଜେଡି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ଦାବିରେ ହଟ୍ଟଗୋଳ କରିବାପରେ ବାଚସ୍ପତି ଗୃହକୁ ପ୍ରଥମେ ଦିନ ସାଢ଼େ ୧୧ଟା ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।
ଦ୍ୱିତୀୟାର୍ଦ୍ଧରେ ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ଅନୁରୂପ ପରିସ୍ଥିତି ଲାଗି ରହିଥିଲା । ଉଭୟ ଶାସକ ଓ ବିରୋଧୀ ସଦସ୍ୟମାନେ ନିଜ ନିଜ ଜିଦରେ ଅଟଳ ରହିଥିଲେ । ବାଚସ୍ପତି ପୁଣି ଗୃହକୁ ୪ଟା ୨ରୁ ୪ଟା ୧୭ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ତା’ପରେ ଗୃହ କାର୍ଯ୍ୟ ଆରମ୍ଭ ହେବାରୁ ସମାନ ସ୍ଥିତି ଲାଗି ରହିଥିଲା, ସେହି ହଟ୍ଟଗୋଳ ମଧ୍ୟରେ ଗୃହରେ ବିଲ୍ ଉପସ୍ଥାପିତ ହୋଇଥିଲା ଓ ବାଚସ୍ପତି ଗୃହକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
ଗୃହ ବାହାରେ ଏହି ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତି କହିଛନ୍ତି ଯେ, ଗୃହ ମଧ୍ୟଭାଗକୁ ଆସି ମନ୍ତ୍ରୀମାନେ ହଟ୍ଟଗୋଳ କରୁଛନ୍ତି । ଯାହାକି ବିଧାନସଭାରେ ପ୍ରଥମ ଘଟଣା । ତେଣୁ ମନ୍ତ୍ରୀମାନେ କ୍ଷମା ନମାଗିବା ପର୍ଯ୍ୟନ୍ତ ବିଧାନସଭାକୁ ଏଭଳି ପରିଚାଳନା ହେବାକୁ ଦିଆଯିବ ନାହିଁ । ମନ୍ତ୍ରୀମାନେ ଗୃହର ମଧ୍ୟଭାଗରେ ହଟ୍ଟଗୋଳ ଓ ଧାରଣା ଦେବା ପବିତ୍ର ଗୃହର ଅମର୍ଯ୍ୟାଦା କରୁଛି । ମନ୍ତ୍ରୀ ନବ କିଶୋର ଦାସ, ସୁଶାନ୍ତ ସିଂ ଓ ଦିବ୍ୟଶଙ୍କର ମିଶ୍ର ଆସି ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିଛନ୍ତି । ସେମାନେ ତୁରନ୍ତ କ୍ଷମା ମାଗନ୍ତୁ ।
ସେହିପରି ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ ଗୃହ ବାହାରେ କହିଥିଲେ ଯେ, ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଭୁଲ୍ ମାଗିବାର ପ୍ରଶ୍ନ ଉଠୁନି । ସଦସ୍ୟଙ୍କୁ ନିଲମ୍ବନ କରିବାର କ୍ଷମତା ସେମାନଙ୍କର ଅଛି । ସେମାନେ କରନ୍ତୁ । କିନ୍ତୁ ବିଧାୟକ ଶ୍ରୀ ପାଣିଗ୍ରାହୀ କିଛି ଭୁଲ କରିନାହାନ୍ତି । ଚାଷୀଙ୍କ ପ୍ରତି ସରକାରଙ୍କ ବୈମାତୃକ କାର୍ଯ୍ୟ ପ୍ରତିବାଦରେ ସେ ଏହା କରିଛନ୍ତି ।
ବିଜେପି ସଦସ୍ୟଙ୍କ ଯୁକ୍ତିକୁ କଂଗ୍ରେସ ମୁଖ୍ୟ ସଚେତକ ଶ୍ରୀ ବାହିନୀପତି ସମର୍ଥନ କରିବା ସହ ସେମାନେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବି କରୁନାହାନ୍ତି । ଚାଷୀମାନଙ୍କର ସମସ୍ୟାକୁ ରାଜ୍ୟ ସରକାର ସମାଧାନ କରୁନଥିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥବଲେ । ଯେହେତୁ ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି, ତାଙ୍କ ଲୋକପ୍ରତିନିଧି ଭାବେ ଗୃହରେ ଅନୁରୂପ ପଦକ୍ଷେପ ସେ ନେଉଛନ୍ତି ।
ଅବଶ୍ୟ ଶାସକ ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ଶ୍ରୀ ପାଣିଗ୍ରାହୀଙ୍କ ଗତକାଲିର କାର୍ଯ୍ୟ ପାଇଁ ସାରା ଦେଶରେ ଓଡ଼ିଶାର ନାଁ ଖରାପ ହୋଇଛି । ଲୋକପ୍ରତିନିଧିମାନେ ବିଧାନସଭା ଭିତରେ ଏଭଳି ଭୁଲ୍ ପରମ୍ପରା ସୃଷ୍ଟି କରିବା ଉଚିତ୍ ନୁହେଁ ।
ସୂଚନାଯୋଗ୍ୟ, ଧାନକିଣାରେ ଅବ୍ୟବସ୍ଥା ନେଇ ବିରୋଧୀ ଦଳ ହଟ୍ଟଗୋଳ କରୁଥିବାବେଳେ ଗତକାଲି ଆତ୍ମହତ୍ୟା ଉଦ୍ୟମ କରି ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ସବୁ ମାଇଲେଜ୍ ନେଇଯିବା ପରେ ବିଜେଡି ଏଭଳି ପଦକ୍ଷେପ ନେଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top