ଭୁବନେଶ୍ୱର: ବିଜେଡିର ରାଜ୍ୟସଭା ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ସର୍ବାଧିକ ଧନୀ ଓ ଡଃ ଅଚ୍ୟୁତ ସାମନ୍ତ ସବୁଠୁ ଗରିବ । ସୌମ୍ୟ ପ୍ରାୟ ୨୨ କୋଟି ଟଙ୍କା ଓ ଅଚ୍ୟୁତ ମାତ୍ର ୫ଲକ୍ଷ ଟଙ୍କା ସମ୍ପତ୍ତିର ମାଲିକ ବୋଲି ସେମାନେ ପ୍ରାର୍ଥୀପତ୍ର ଦାଖଲବେଳେ ଦେଇଥିବା ସମ୍ପତ୍ତି ବିବରଣୀର ସତ୍ୟପାଠରୁ ଏହି ସୂଚନା ମିଳିଛି । ଭୁବନେଶ୍ୱର: ବିଜେଡିର ରାଜ୍ୟସଭା ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ସର୍ବାଧିକ ଧନୀ ଓ ଡଃ ଅଚ୍ୟୁତ ସାମନ୍ତ ସବୁଠୁ ଗରିବ । ସୌମ୍ୟ ପ୍ରାୟ ୨୨ କୋଟି ଟଙ୍କା ଓ ଅଚ୍ୟୁତ ମାତ୍ର ୫ଲକ୍ଷ ଟଙ୍କା ସମ୍ପତ୍ତିର ମାଲିକ ବୋଲି ସେମାନେ ପ୍ରାର୍ଥୀପତ୍ର ଦାଖଲବେଳେ ଦେଇଥିବା ସମ୍ପତ୍ତି ବିବରଣୀର ସତ୍ୟପାଠରୁ ଏହି ସୂଚନା ମିଳିଛି । ସୌମ୍ୟ ଦାଖଲ କରିଥିବା ନାମାଙ୍କନପତ୍ର ସତ୍ୟପାଠରେ ଦର୍ଶାଇଛନ୍ତି ଯେ ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୨୨କୋଟି ଟଙ୍କା ହେବ । ଏଥିରେ ସୌମ୍ୟଙ୍କ ନାଁରେ ୧୧କୋଟି ୫୨ଲକ୍ଷ ୭୫ହଜାର ଟଙ୍କାର ସ୍ଥାବର ଓ ୬କୋଟି ୫୭ଲକ୍ଷ ୫୫ହଜାର ଅସ୍ଥାବର ସମ୍ପତ୍ତି ଥିବାବେଳେ ତାଙ୍କ ପତ୍ନୀ ସୁଦତ୍ତା ପଟ୍ଟନାୟକଙ୍କ ନାଁରେ ୧କୋଟି ୨୫ଲକ୍ଷ ୮୭ହଜାର ଟଙ୍କାର ଅସ୍ଥାବର ଓ ୨କୋଟି ୧୨ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି । ତେବେ ସୌମ୍ୟଙ୍କ ନାଁରେ ପ୍ରାୟ ୩କୋଟି ଟଙ୍କା ଓ ତାଙ୍କ ପତ୍ନୀଙ୍କ ନାଁରେ ୬୮ଲକ୍ଷ ଟଙ୍କାର ଋଣ ରହିଛି । ସେହିପରି ପ୍ରଶାନ୍ତ ନନ୍ଦଙ୍କ ମୋଟ ସମ୍ପତ୍ତିର ପରିମାଣ ପ୍ରାୟ ସାଢ଼େ ୩କୋଟି ଟଙ୍କା । । ଅଭିନେତାରୁ ନେତା ହୋଇଥିବା ପ୍ରଶାନ୍ତ ନନ୍ଦଙ୍କ ମୋଟ ଅସ୍ଥାବର ସମ୍ପତ୍ତି ୨୯ଲକ୍ଷ ୨୦ହଜାର ଟଙ୍କା ଓ ସ୍ଥାବର ସମ୍ପତ୍ତିର ପରିମାଣ ୫୦ଲକ୍ଷ ଟଙ୍କା ଥିବାବେଳେ ତାଙ୍କ ପତ୍ନୀଙ୍କ ନାଁରେ ୨କୋଟି ୮ଲକ୍ଷ ଟଙ୍କାର ସ୍ଥାବର ଓ ୭୮ଲକ୍ଷ ୩୩ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । ସେହିପରି ଶିକ୍ଷାବିତ୍ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତାଙ୍କର ସ୍ଥାବର ସମ୍ପତ୍ତିର ମୂଲ୍ୟ ୧ଲକ୍ଷ ୮୬ହଜାର ଟଙ୍କା ହୋଇଥିବାବେଳେ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୪ଲକ୍ଷ ୧୨ହଜାର ଟଙ୍କା ରହିଛି । ତେବେ ୨୦୧୭-୧୮ ଆର୍ଥିକ ବର୍ଷରେ ସେ ମୋଟ ୨୯ଲକ୍ଷ ୧୦ହଜାର ୯୮୮ ଟଙ୍କା ଉପାର୍ଜନ ଉପରେ ଆୟକର ଟିକସ ପୈଠ କରିଛନ୍ତି ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି । ସେହିପରି ସୌମ୍ୟଙ୍କ ନାଁରେ ସର୍ବାଧିକ ୧୯ଟି ମାମଲା ଥିବାବେଳେ ପ୍ରଶାନ୍ତଙ୍କ ନାଁରେ ଗୋଟିଏ ଓ ଅଚ୍ୟୁତଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି ।


