Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୨୪ରେ ଓଡ଼ିଶା ଆସିବେ ମୋହନ ଭାଗବତ

ଭୁବନେଶ୍ୱର(ଓଡ଼ିଶା ୱେୟାର):ଓଡ଼ିଶାରେ ସଂଗଠନକୁ ସୁଦୃଢ଼ କରିବା ଉପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ) ଏବେ ଅଧିକ ଗୁରୁତ୍ୱ ଦେଉଛି । ଆସନ୍ତା ୨୫ତାରିଖରେ ସଂଘର ପୂର୍ବାଂଚଳ କ୍ଷେତ୍ର ବୈଠକ ଭୁବନେଶ୍ୱରରେ ହେବାକୁ ଥିବାବେଳେ ସରସଂଘଚାଳକ ମୋହନ ଭାଗବତ ଆସନ୍ତା ୨୪ତାରିଖରେ ୩ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ସଂଘର ସରକାର୍ଯ୍ୟବାହ ସୁରେଶ(ଭାୟାଜୀ) ଯୋଶୀ ମଧ୍ୟ ଭୁବନେଶ୍ୱର ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ।
ଆରଏସଏସ୍ ପ୍ରାନ୍ତ ପ୍ରଚାର ପ୍ରମୁଖ(ଓଡ଼ିଶା ପୂର୍ବ) ରବିନାରାୟଣ ପଣ୍ଡା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଭୁବନେଶ୍ୱରର ତୋରପନ୍ଥ ଭବନରେ ପୂର୍ବକ୍ଷେତ୍ର ପାଇଁ ଉଦ୍ଦିଷ୍ଟ ସାଂଗଠନିକ କାର୍ଯ୍ୟକ୍ରମ ବୈଠକ ୨୫ ଓ ୨୬ତାରିଖରେ ଅନୁଷ୍ଠିତ ହେବ । ଏଥିରେ ପଶ୍ଚିମବଙ୍ଗ, ଓଡ଼ିଶା, ଆଣ୍ଡାମାନ ଓ ନିକୋବରରେ ଥିବା ଆରଏସଏସ୍ ମଣ୍ଡଳର ୩୫ଜଣ ସଦସ୍ୟ ସାମିଲ ହେବେ । କରୋନା ଗାଇଡଲାଇନକୁ ଦୃଷ୍ଟିରେ ରଖି ପ୍ରଥମଥର ପାଇଁ କ୍ଷେତ୍ରସ୍ତରୀୟ ବୈଠକ ଅନୁଷ୍ଠିତ ହେଉଛି । ପ୍ରତିବର୍ଷ ଦୀପାବଳୀରେ ଆସନ୍ତାବର୍ଷର କାର୍ଯ୍ୟଯୋଜନା ଓ ଏବେ ଚାଲୁଥିବା କାର୍ଯ୍ୟର ସମୀକ୍ଷା ପାଇଁ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ ଅନୁଷ୍ଠିତ ହୋଇଥାଏ । ଏଥିରେ ସମସ୍ତ ସଂଘଚାଳକ, ପ୍ରାନ୍ତ କାର୍ଯ୍ୟବାହ, ପ୍ରାନ୍ତ ପ୍ରଚାରକ ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥାନ୍ତି । ଚଳିତବର୍ଷ ଏହି ବୈଠକ ୟୁପିର ପ୍ରୟାଗରାଜଠାରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ କରୋନା ଯୋଗୁ ବୈଠକକୁ ଅଖିଳ ଭାରତୀୟସ୍ତରରେ ନକରି କ୍ଷେତ୍ରସ୍ତରରେ କରାଯାଉଛି । ପୂର୍ବକ୍ଷେତ୍ରର ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ।
ବୈଠକରେ ଆରଏସଏସ୍ ସ୍ୱୟଂସେବକଙ୍କ ଦ୍ୱାରା କରାଯାଇଥିବା ସେବାକାର୍ଯ୍ୟର ଆଲୋଚନା ଓ ସମୀାକ୍ଷ ହେବା ସହ କୋଭିଡ ଯୋଗୁ ପ୍ରଭାବିତ ଜନଜୀବନ, ଶିକ୍ଷା, ସ୍ୱାସ୍ଥ୍ୟ, ଆତ୍ମନିର୍ଭରଶୀଳତା, ସ୍ୱଦେଶୀ ଇତ୍ୟାଦି ବିଷୟ ଉପରେ ମଧ୍ୟ ଆଲୋଚନା ହେବ । ଏହାସହିତ ପରିବର୍ତ୍ତିତ ପରିସ୍ଥିତିରେ ସଂଘର କାର୍ଯ୍ୟ, ଦୈନିକ ଚାଲୁଥିବା ଶାଖାର ସ୍ୱରୂପ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top