ବାଲିଆ: ଜଣେ ବୃଦ୍ଧ ଅସୁସ୍ଥ ପତ୍ନୀଙ୍କୁ ଏକ ଠେଲାଗାଡିରେ ଡାକ୍ତରଖାନାକୁ ନେଇଯାଉଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାଲିଆର ଚିଲକହର ବ୍ଲକରେ ରହୁଥିବା ଶୁକୁଲ ପ୍ରଜାପତି ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ହାତଟଣା ଗାଡ଼ି ବା ଠେଲାଗାଡିରେ ଡାକ୍ତରଖାନାକୁ ନେଇଥିଲେ। ପ୍ରାୟ ଚାରି କିଲୋମିଟର ଯିବା ପରେ ଶୁକ୍ଲା ପ୍ରଜାପତି କମୁ୍ନିଟି ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥତ୍ଲେ କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା ଚିକିତ୍ସା ସମୟରେ ଶୁକ୍ଲାଙ୍କ ପତ୍ନୀଙ୍କର ମୃତ୍ଯୁ ହୋଇଥିଲା।
ଶୁକ୍ଲା ପ୍ରଜାପତି ଅତ୍ଯନ୍ତ ଗରିବ, ତାଙ୍କ ପତ୍ନୀଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରିବା ପାଇଁ ତାଙ୍କ ପାଖରେ ପର୍ଯ୍ଯାପ୍ତ ଅର୍ଥ ନାହିଁ ଶୁକ୍ଲା କହିଛନ୍ତି ତାଙ୍କୁ ଆମ୍ବୁଲାନ୍ସ ମିଳିନଥିଲା। ଫଟୋ ଭାଇରାଲ ହେବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅଧିକାରୀମାନେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ମୁଖ୍ଯ ଚିକିତ୍ସା ଅଧିକାରୀ ନୀରଜ ପାଣ୍ଡେ ମଙ୍ଗଳବାର କହିଛନ୍ତି ଯେ ଉପ-ମୁଖ୍ଯମନ୍ତ୍ରୀ ଏହି ଘଟଣାର ତଦନ୍ତ ପାଇଁ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି।
ଏହି ପ୍ରସଙ୍ଗରେ ଆଣ୍ଡାଉର ଗାଁର ବାସିନ୍ଦା ଶୁକ୍ଲାଙ୍କ ବିବୃତ୍ତି ମଧ୍ୟ ଆସିଛି ସେ କହିଛନ୍ତି ଯେ ମାର୍ଚ୍ଚ ୨୮ରେ ଯେତେବେଳେ ସେ ତାଙ୍କ ପତ୍ନୀଙ୍କୁ ଡାକ୍ତରଖାନା ନେବା ପାଇଁ କୌଣସି ଉପାୟ ପାଇ ନଥିଲେ, ସେତେବେଳେ ସେ ତାଙ୍କୁ ଏକ ହାତଟଣା ଗାଡ଼ି ବା ଠେଲାଗାଡ଼ି ନେଇ ଚିଲକାହାର ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ଡାକ୍ତରମାନେ ପତ୍ନୀଙ୍କୁ କିଛି ଔଷଧ ଦେବା ପରେ ଜିଲ୍ଲା ଡାକ୍ତରଖାନାକୁ ପଠାଇଥିଲେ କିନ୍ତୁ ସେଠାରେ ତାଙ୍କ ପତ୍ନୀଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ।


