ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲେଶ୍ୱର ଗସ୍ତରେ ଯିବେ। ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କରିବେ। ବନ୍ୟା ସ୍ଥିତି ଦେଖିବା ପରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପାଛୁଡ଼ିଆରେ ଏକ ପାର୍କ ମଧ୍ୟ ଉଦଘାଟନ କରିବେ।ଲଘୁଚାପଜନିତ ଲଗାଣ ବର୍ଷାରେ ବାଲେଶ୍ୱରରେ ବନ୍ୟା ସ୍ଥିତି ଦେଖାଦେବା ସହ ଏକାଧିକ ଗାଁ ପାଣିଘେରରେ ରହିଛି। ମୁଖ୍ୟମନ୍ତ୍ରୀ ବାଲେଶ୍ୱରର ବାଲିଆପାଳ ଓ ଭୋଗରାଇରେ ବନ୍ୟା ସ୍ଥିତି ଦେଖିବା ସହ ସ୍ଥାନୀୟ ପଦ୍ମରେବତୀ ପାର୍କରେ ସ୍ଥିତି ସମୀକ୍ଷା କରିବେ।


