Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆନ୍ଦୋଳନରତ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ କଂଗ୍ରେସ ପରେ ବିଜେପି ପ୍ରତିନିଧି ଭେଟିଲେ

ଭୁବନେଶ୍ୱର(ଓଡ଼ିଶା ୱେୟାର):ବିଧାନସଭା ସମ୍ମୁଖରେ ଆନ୍ଦୋଳନରତ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଆଜି ବିଜେପି ପ୍ରତିନିଧି ଦଳ ଭେଟି ସମର୍ଥନ ଜଣାଇଛନ୍ତି । ଧାରଣାସ୍ଥଳକୁ ଯାଇ କଂଗ୍ରେସ ବିଧାୟକ ଦଳ ପୂର୍ବରୁ ନିଜର ସମର୍ଥନ ଜଣାଇ ସାରିଥିବାବେଳେ ବିଜେପି ଆଜି ନିଜର ସମର୍ଥନ ଜଣାଇ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରିଛି ।
ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ,
କୋଭିଡ-୧୯ ମହାମାରୀରେ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ମିଥ୍ୟା ପ୍ରତିଶୃତି ଦେଇ ପଂଚାୟତ ସ୍ତରରେ ତାଲିମ ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀମାନଙ୍କୁ (ଏଏନଏମ) ନିଯୁକ୍ତି ଦେଲେ । ଏହି ମହାମାରୀ ସମୟରେ ସମସ୍ତେ ଘରେ ରହିଥିବାବେଳେ ଏଏନଏମ ମାନଙ୍କୁ କରୋନା ମୁକାବିଲା ନିମନ୍ତେ କରୋନା ଯୋଦ୍ଧା ଭାବେ ନିୟୋଜିତ କରାଇ ତାଙ୍କ ଜୀବନକୁ ବାଜି ଲଗାଇଥିଲେ । ରାଜ୍ୟ ସରକାରଙ୍କ ସମସ୍ତ ନୀତିନିୟମକୁ ପାଳନ କରି ସେମାନେ ଘର ଘର ବୁଲି ଲୋକଙ୍କ ପାଖକୁ ଯାଇ ସ୍ୱାସ୍ଥ୍ୟ ସେବା ଯୋଗାଇଥିଲେ । ଏବେ କରୋନା କମି ଯିବାର ଆଳ ଦେଖାଇ ରାଜ୍ୟ ସରକାର ସମସ୍ତ କୋଭିଡ କେୟାର ହସପିଟାଲ (ସିସିଏଚ)ରେ କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଛଟେଇ କରି ସେମାନଙ୍କୁ ପ୍ରତାରଣା କରିଛନ୍ତି ।
ପାରିଶ୍ରାମିକ ତଥା ଦରମା ନପାଇ ଗତ ୯ ଦିନ ଧରି ଭୂବନେଶ୍ୱର ବିଧାନସଭା ସମ୍ମୁଖରେ ଧାରଣାରତ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଆଜି ବିଜେପି ପ୍ରତିନିଧି ଦଳ ଭେଟି ସେମାନଙ୍କ ସମସ୍ୟା ଏବଂ ଦାବି ପ୍ରସଙ୍ଗରେ ଅବଗତ ହୋଇଥିଲେ । ଧାରଣାକାରୀଙ୍କ ଦାବି ଯୁକ୍ତିଯୁକ୍ତ ଓ ଯଥାର୍ଥ ବୋଲି କହିବା ସହ ରାଜ୍ୟ ସରକାର ତୁରନ୍ତ ଆଲୋଚନା କରି ସେମାନଙ୍କ ଦାବି ଓ ସମସ୍ୟା ସମାଧାନ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି । ଆନ୍ଦୋଳନରତ ମହିଳା ସ୍ୱାସ୍ଥ୍ୟ କର୍ମୀମାନଙ୍କ ଯଥାର୍ଥ ଦାବିକୁ ବିଜେପି ସମର୍ଥନ କରୁଛି । ରାଜ୍ୟ ସରକାର ଯଥାଶୀଘ୍ର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ବିଧାନସଭା ଭିତରେ ଓ ବାହାରେ ଛଟେଇ ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କ ସହ ମିଶି ବିଜେପି ଲଢେଇରେ ସାମିଲ ହେବ ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି । ଏହି ପ୍ରତିନିଧି ଦଳରେ ଦିଲୀପ ମଲ୍ଲିକ ଏବଂ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top