Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆପତ୍ତି ଥିଲେ ଲିଖିତ ଭାବେ ଦିଅନ୍ତୁ, ସମାଧାନ ନିଶ୍ଚିତ ହେବ: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ୱେୟାର): ଭୁବନେଶ୍ୱରର ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ(ଏନଏମଏ) ବାଇ-ଲ’କୁ ନେଇ ଶାସକ ବିଜେଡି ଓ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପତ୍ତି ଉଠାଇବାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଜବାବ ରଖିଛନ୍ତି । ସେ ଟ୍ୱିଟ୍ କରି ସମସ୍ତ ଆପତ୍ତିର ସମାଧାନ ନିମନ୍ତେ ଭାରତ ସରକାର ପ୍ରସ୍ତୁତ ଥିବା କହିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀଙ୍କୁ ସଠିକ୍ ତଥ୍ୟ ଅବଗତ କରାଯାଇ ନାହିଁ ବୋଲି କଟାକ୍ଷ କରିବାକୁ ମଧ୍ୟ ପଛାଇ ନାହାନ୍ତି ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ, ଏନଏମଏ ଦ୍ୱାରା ପ୍ରକାଶିତ ଚିଠା ଉପନିୟମ ଗୁଡ଼ିକର ସଠିକ୍ ଭାବରେ ଅଧ୍ୟୟନ କରିବା ସହ ଏ ନେଇ ଯଦି ରାଜ୍ୟ ସରକାରଙ୍କର କିଛି ଆପତ୍ତି ଓ ଅଭିଯୋଗ ରହିଛି ତାହାର ତାଲିକା ପ୍ରସ୍ତୁତ କରି ଲିଖିତ ଭାବ କେନ୍ଦ୍ର ସଂସ୍କୃତି ବିଭାଗକୁ ଅବଗତ କରିବା ନିମନ୍ତେ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଅନୁରୋଧ କରିଛନ୍ତି । ଓଡ଼ିଶାର ସମୃଦ୍ଧ ଐତିହ୍ୟର ସୁରକ୍ଷା ଏବଂ ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ଶ୍ରଦ୍ଧାଳୁ, ସେବାୟତ ଏବଂ ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଭୀର ଚିନ୍ତା ସ୍ୱାଗତଯୋଗ୍ୟ । ସାଂସ୍କୃତିକ ଓ ଐତିହାସିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଦେଶର ଐତିହ୍ୟ ଗୁଡ଼ିକର ସୁରକ୍ଷା ଆମ ସମସ୍ତଙ୍କର ମିଳିତ ଦାୟିତ୍ୱ । ଇନଟାକର ପ୍ରତିଷ୍ଠାତା ସଦସ୍ୟ ମୁଖ୍ୟମନ୍ତ୍ରୀ ଏହା ବିଷୟରେ ଜାଣିବା ଉଚିତ୍ ଯେ ସମସ୍ତ ବିଜ୍ଞାପିତ ଐତିହ୍ୟର ସୁରକ୍ଷା ଏମସର୍ ଆଇନ, ୧୯୫୮ ସଂସଦରେ ଗୃହୀତ ହୋଇଛି । ଏହି ପୁରାତନ କୀର୍ତିରାଜିର ରକ୍ଷଣାବେକ୍ଷଣ, ସୁରକ୍ଷା ଏବଂ ସଂରକ୍ଷଣ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ) ଗଠନ କରାଯାଇଛି, ଯାହା ସାଂସ୍କୃତିକ ଓ ଐତିହାସିକ ଗୁରୁତ୍ୱପୂର୍ଣ୍ଣ ସ୍ମାରକୀ ଗୁଡ଼ିକର ସଂରକ୍ଷଣ ଉପରେ ଅଧିକ ଉନ୍ନତି ଆଣିବା ପାଇଁ ଉତମ ନୀତି ଓ ଆଇନଗତ ଢାଂଚା ପ୍ରଦାନ କରିବ । ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦକ୍ଷ କର୍ତୃପକ୍ଷ ହୋଇଥିବାରୁ ଓଡ଼ିଶାର ବିଜ୍ଞପ୍ତି ସ୍ମାରକୀ ଚତଃପାଶ୍ୱର୍ରେ ଯେକୌଣସି ପ୍ରକାରର ନିର୍ମାଣ ଏବଂ ବିକାଶ କାର୍ଯ୍ୟ ପାଇଁ ଆବଶ୍ୟକ ଅନୁମତି ପ୍ରଦାନ କରିଆସୁଛନ୍ତି । ଏଥିରୁ ଜଣାପଡୁଛି ଯେ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଅଧିକାରୀମାନେ ବୋଧହୁଏ ଭୁବନେଶ୍ୱରର ଅନନ୍ତ ବାସୁଦେବ ଏବଂ ବ୍ରହ୍ମଶ୍ୱର ମନ୍ଦିରରେ ଏନଏମଏ ଦ୍ୱାରା ପ୍ରକାଶିତ ଚିଠା ଉପନିୟମ ସମ୍ବନ୍ଧରେ ସଠିକ୍ ଭାବରେ ଅବଗତ କରିନାହାନ୍ତି । ଏହି ସଦ୍ୟତମ ଉପନିୟମ ଗୁଡ଼ିକର ସଠିକ ଭାବରେ ଅଧ୍ୟୟନ କରିବା ପାଇଁ ରାଜ୍ୟର ମୁଖ୍ୟ ସଚିବଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ଏହି ଚିଠା ଉପନିୟମ ନେଇ ରାଜ୍ୟ ସରକାରଙ୍କ ଯାହା ଆପତ୍ତି ରହିଛି ତାହାର ତାଲିକା ପ୍ରସ୍ତୁତ କରିବା ସହ ଏହାକୁ ଭାରତ ସରକାରଙ୍କ ସଂସ୍କୃତି ବିଭାଗର ସଚିବଙ୍କୁ ଲିଖିତ ଭାବରେ ଅବଗତ କରାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଏହାର ସମାଧାନ ବାହାର କରିବେ ବୋଲି ଶ୍ରୀ ପ୍ରଧାନ ଆଜି ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱସ୍ତ କରିଛନ୍ତି ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଓଡ଼ିଶା ଜନସାଧାରଣଙ୍କର ସଂସ୍କୃତି, ଗୌରବ ଏବଂ ଭାବାବେଗକୁ ସମ୍ମାନ ଦେବାରେ ତିଳେମାତ୍ର ଅବହେଳା କରିବେ ନାହିଁ । ରାଜ୍ୟ ସରକାରଙ୍କ ଥିବା ସମସ୍ତ ଅଭିଯୋଗକୁ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top