Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଆରମ୍ଭ ହେଲା ବିଧାନସଭା ଅଧିବେଶନ

ଭୁବନେଶ୍ୱର: “ଓଡ଼ିଶା ଏବେ ବୈଷମବିହୀନ, ସାମୁହିକ ସାମାଜିକ ଓ ଅର୍ଥନୀତିକ ବିକାଶର ଉନ୍ମୁକ୍ତ ପଥରେ ଦ୍ରୁତ ଗତିରେ ଅଗ୍ରସର ହେଉଛି । ରାଜ୍ୟର ସବୁ ବର୍ଗର ଲୋକଙ୍କ ସଶକ୍ତିକରଣ ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରୟାସ ଏବେ ଜାତୀୟସ୍ତରରେ ସଂଖ୍ୟାଧିକ କୀର୍ତ୍ତିମାନ ସ୍ଥାପନ କରିଛି । ” ରାଜ୍ୟପାଳ ଡଃ ଏସ୍.ସି.ଜମିର ନିଜ କାର୍ଯ୍ୟକାଳର ଶେଷଦିନରେ ଆଜି ବିଧାନସଭାର ବଜେଟ୍ ଅଧିବେଶନରେ ଅଭିଭାଷଣ ରଖି ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ ଭୂୟଂସୀ ପ୍ରଶଂସା କରିଛନ୍ତି । ତେବେ ବର୍ତ୍ତମାନର ପ୍ରମୁଖ ପ୍ରସଙ୍ଗ ଉପରେ ଗୁରୁତ୍ୱ ନଦେଇ ରାଜ୍ୟପାଳ କେବଳ ସରକାରଙ୍କ ପ୍ରଶଂସା କରିଥିବାରୁ କଂଗ୍ରେସ ସଦସ୍ୟମାନେ ଏହାର ପ୍ରତିବାଦ କରି କକ୍ଷତ୍ୟାଗ କରିଥିଲେ । ବିଧାନସଭାରେ ଆଜି କଂଗ୍ରେସ ବିଧାୟକମାନେ ପ୍ରଥମେ କକ୍ଷତ୍ୟାଗ ଓ ପରେ ପୋଡ଼ିୟମ ନିକଟରେ ଛିଡ଼ା ହୋଇ ଗୃହରେ ହଟ୍ଟଗୋଳ କରିଥିଲେ ।ଭୁବନେଶ୍ୱର: “ଓଡ଼ିଶା ଏବେ ବୈଷମବିହୀନ, ସାମୁହିକ ସାମାଜିକ ଓ ଅର୍ଥନୀତିକ ବିକାଶର ଉନ୍ମୁକ୍ତ ପଥରେ ଦ୍ରୁତ ଗତିରେ ଅଗ୍ରସର ହେଉଛି । ରାଜ୍ୟର ସବୁ ବର୍ଗର ଲୋକଙ୍କ ସଶକ୍ତିକରଣ ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରୟାସ ଏବେ ଜାତୀୟସ୍ତରରେ ସଂଖ୍ୟାଧିକ କୀର୍ତ୍ତିମାନ ସ୍ଥାପନ କରିଛି । ” ରାଜ୍ୟପାଳ ଡଃ ଏସ୍.ସି.ଜମିର ନିଜ କାର୍ଯ୍ୟକାଳର ଶେଷଦିନରେ ଆଜି ବିଧାନସଭାର ବଜେଟ୍ ଅଧିବେଶନରେ ଅଭିଭାଷଣ ରଖି ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ ଭୂୟଂସୀ ପ୍ରଶଂସା କରିଛନ୍ତି । ତେବେ ବର୍ତ୍ତମାନର ପ୍ରମୁଖ ପ୍ରସଙ୍ଗ ଉପରେ ଗୁରୁତ୍ୱ ନଦେଇ ରାଜ୍ୟପାଳ କେବଳ ସରକାରଙ୍କ ପ୍ରଶଂସା କରିଥିବାରୁ କଂଗ୍ରେସ ସଦସ୍ୟମାନେ ଏହାର ପ୍ରତିବାଦ କରି କକ୍ଷତ୍ୟାଗ କରିଥିଲେ । ବିଧାନସଭାରେ ଆଜି କଂଗ୍ରେସ ବିଧାୟକମାନେ ପ୍ରଥମେ କକ୍ଷତ୍ୟାଗ ଓ ପରେ ପୋଡ଼ିୟମ ନିକଟରେ ଛିଡ଼ା ହୋଇ ଗୃହରେ ହଟ୍ଟଗୋଳ କରିଥିଲେ । ଆଜିଠୁ ଆରମ୍ଭ ହୋଇଥିବା ବିଧାନସଭାର ବଜେଟ୍ ଅଧିବେଶନରେ ଆରମ୍ଭରେ ରାଜ୍ୟପାଳ ଡଃ ଜମିର ନିଜର ଅଭିଭାଷଣରେ ରାଜ୍ୟ ସରକାର କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା, ଭିତ୍ତିଭୂମି ବିକାଶ ଓ ଦାରିଦ୍ର୍ୟ ଦୂରୀକରଣ ଆଦି କ୍ଷେତ୍ରରେ ସଫଳ ହୋଇଛନ୍ତି ବୋଲି ଗୃହକୁ ଅବଗତ କରିଥିଲେ । ଏହା ସହିତ ଓଡ଼ିଶା ଏବେ ସୁଦୃଢ଼ ଲୋକାଭିମୁଖୀ ସୁଶାସନ ପଥରେ ଅଗ୍ରସର ହେଉଛି । ଦାରିଦ୍ର୍ୟ ଦୂରୀକରଣ ଯୋଜନା, ବିକାଶ ପ୍ରକ୍ରିୟାରେ ଜନଜାତି ଓ ମହିଳାଙ୍କ ସାମିଲ ଓ ଦୁର୍ନୀତିବିରୋଧୀ କାର୍ଯ୍ୟକ୍ରମ ଜାତୀୟସ୍ତରରେ ଉଦାହରଣ ପାଲଟିଛି ବୋଲି କହିଛନ୍ତି । ରାଜ୍ୟରେ ୨୦୧୭-୧୮ ଆର୍ଥିକ ବର୍ଷରେ ଖାଦ୍ୟଶସ୍ୟ ଉତ୍ପାଦନ ୧୦୭ ଲକ୍ଷ ମେଟ୍ରିକ ଟନ୍ରେ ପହଞ୍ôଚବ ବୋଲି ଆକଳନ କରାଯାଇଥିବାବେଳେ ୨୦୧୮-୧୯ରେ ଏହା ୧୨୨ଲକ୍ଷ ମେଟ୍ରିକ ଟନ୍ରେ ପହଞ୍ଚାଇବା ପାଇଁ ଯୋଜନା ହୋଇଛି ।                                                      କୃଷି ଉତ୍ପାଦନ ଓ କୃଷକଙ୍କ ଆୟ ଦ୍ୱିଗୁଣିତ କରାଯାଇଛି । ୮ ନିୟୁତ ଅଧିକ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଉଦ୍ଧ୍ୱର୍କୁ ଅଣାଯାଇ ପାରିଛି । ଗ୍ରାମାଞ୍ଚଳରେ ୧୫.୫୦ଲକ୍ଷ ପକ୍କାଘର କାର୍ଯ୍ୟ ଶେଷ ହୋଇଥିବାବେଳେ,  ଗ୍ରାମ୍ୟ ଗୃହ ନିର୍ମାଣ କାର୍ଯ୍ୟକ୍ରମ ଓ ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଜମି ଓ ସମ୍ପତ୍ତି ଅଧିକାର ପ୍ରଦାନରେ ଓଡ଼ିଶା ସର୍ବାଗ୍ରେ ରହିଛି ବୋଲି କହିଥିଲେ । ଏହା ସହିତ ରାଜ୍ୟରେ ଶିଶୁ ମୃତ୍ୟୁହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି ଓ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ମଡେଲ୍ ବିଶ୍ୱସ୍ତରୀୟ ସାବ୍ୟସ୍ତ ହେବା ସହ ଆନ୍ତର୍ଜାତିକସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଥିବା କହିଛନ୍ତି । ସେହିପରି ଜଙ୍ଗଲ ଅଧିକାର ସତ୍ତ୍ୱ ପ୍ରଦାନରେ ଓଡ଼ିଶା ଦେଶରେ ସର୍ବପ୍ରଥମ ଓ ୪.୧୧ଲକ୍ଷରୁ ଊଦ୍ଧ୍ୱର୍  ଜନଜାତିଙ୍କୁ ବ୍ୟକ୍ତିଗତ ସ୍ୱତ୍ତ୍ୱ ପ୍ରଦାନ କରାଯାଇଛି ବୋଲି ସୂଚନା ଦେଇଛନ୍ତି । ସେହିପରି  ସୁନ୍ଦରଗଡ଼ ଓ ଆଠଗଡ଼ରେ ୫୦୦ କଏଦର ରହିବା ଭଳି ଦୁଇଟି ମଡେଲ୍ ଜେଲ୍ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ମାଓ ହିଂସାରେ ସୁରକ୍ଷା କର୍ମୀଙ୍କ କ୍ଷେତ୍ରରେ ଅନୁକମ୍ପାମୂଳକ ସହାୟତା ରାଶିକୁ ୨ଲକ୍ଷ ଟଙ୍କାରୁ ୪ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।  ସୁରକ୍ଷା କର୍ମୀଙ୍କ ଚିକିତ୍ସା ସହାୟତା ନାମକ ଏକ ନୂଆ ଯୋଜନା ପ୍ରଣୟନ କରିଛନ୍ତି । ସାଧାରଣ ନାଗରିକଙ୍କ କ୍ଷେତ୍ରରେ ମୃତ୍ୟୁ ପରବର୍ତ୍ତୀ ଅନୁକମ୍ପାମୂଳକ ସହାୟତା ରାଶି ୧ଲକ୍ଷରୁ ୩ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।  ଗତବର୍ଷ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତ ଥିବାବେଳେ କୌଣସି ସାମ୍ପ୍ରଦାୟିକ ଦଙ୍ଗା ଘଟିନାହିଁ । ବାମପନ୍ଥୀ ଉଗ୍ରବାଦ ବି ରାଜ୍ୟରେ ହ୍ରାସ ପାଇଛି ବୋଲି ରାଜ୍ୟପାଳ କହିଛନ୍ତି । ସେହିପରି ୨୦୧୮ ନଭେମ୍ବର ମାସରେ ପୁଣିଥରେ ‘ମେକ୍ ଇନ୍ ଓଡ଼ିଶା’ର ପରବର୍ତ୍ତୀ ସଂସ୍କରଣ ଆରମ୍ଭ କରି ରାଜ୍ୟ ସରକାର ପୁଞ୍ଜିନିବେଶ ପରିମାଣକୁ ବୃଦ୍ଧି କରିବେ ବୋଲି ରାଜ୍ୟପାଳ ଡଃ ଜମିର ସୂଚନା ଦେଇଛନ୍ତି । ଶିଳ୍ପ ଭିତ୍ତିକ ପ୍ରକଳ୍ପ କାର୍ଯ୍ୟକାରିତାରେ ଓଡ଼ିଶା ଭାରତବର୍ଷରେ ପ୍ରଥମ ରାଜ୍ୟ । ସେହିପରି ଆସନ୍ତା ୫ବର୍ଷ ମଧ୍ୟରେ ୧୦ଲକ୍ଷ ୧୦ହଜାର ଯୁବକଯୁବତୀଙ୍କୁ ତାଲିମ ପ୍ରଦାନ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ୨୦୧୮-୧୯ରେ ବିଭିନ୍ନ ଯୋଜନାରେ ଅଧିକ ୧୫୦ଟି ପୋଲ ଓ ୧୪,୨୩୦ କିମି ଗ୍ରାମ୍ୟ ରାସ୍ତା ଓ ବିଭିନ୍ନ ବିଭାଗର ୫୪୦ଟି କୋଠାବାଡ଼ି ନିର୍ମାଣ ଲକ୍ଷ୍ୟ ରଖାଯାଇଛି । ସେିହପରି ୨୦୦୦ ମସିହାରୁ ଏପର୍ଯ୍ୟନ୍ତ ୩୪୩ଟି ସେତୁ, ୯ଟି ଓଭରବ୍ରିଜ ଓ ୩ଟି ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।ରାଜ୍ୟପାଳଙ୍କ ତାଙ୍କ ଅଭିଭାଷଣରେ ଓଡ଼ିଶା ଦେଶର କ୍ରୀଡ଼ା ରାଜଧାନୀ ଓ ମହାନଦୀ ପ୍ରସଙ୍ଗରେ ଓଡ଼ିଶାବାସୀଙ୍କ ସ୍ୱାର୍ଥରକ୍ଷା କରିବାକୁ ସରକାର ଯେକୌଣସି ଉଦ୍ୟମରୁ ବିରତ ହେବେ ନାହିଁ ବୋଲି କହିଛନ୍ତି । ପୋଲାଭରମ ପ୍ରସଙ୍ଗରେ ଓଡ଼ିଶା ସରକାର ଠିକ୍ ମାର୍ଗରେ ଅଗ୍ରସର ହେଉଛନ୍ତି ବୋଲି ରାଜ୍ୟପାଳ ଡଃ ଜମିର କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top