Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଆସନ୍ତାକାଲିଠୁ ବିଧାନସଭା, ଚୂଡ଼ାନ୍ତ ହେଲା ୩ ଦଳର ରଣନୀତି

ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଜ୍ୟ ବିଧାନସଭାର ଶୀତକାଳୀନ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଥିବାବେଳେ ଆଜି ୩ ପ୍ରମୁଖ ଦଳ- ବିଜେଡି,ବିଜେପି ଓ କଂଗ୍ରେସ ନିଜର ରଣନୀତି ଚୂଡ଼ାନ୍ତ କରିଛନ୍ତି । ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୪୦ଦିନିଆ ଅଧିବେଶନରେ ପ୍ରଶ୍ନକାଳ ନଥିଲେ ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଶୀତ ଅଧିବେଶନ ସରଗରମ ରହିବାର ଯଥେଷ୍ଟ ସମ୍ଭାବନା ରହିଛି । ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକ ବସି ଗୃହରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ ହୋଇଥିବାବେଳେ ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ଶାସକ ଦଳ ତାକୁ ସାମ୍ନା କରିବ ବୋଲି କହିଛି ।
ଆଜି ସନ୍ଧ୍ୟାରେ ଶାସକ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସମସ୍ତ ବିଧାୟକଙ୍କୁ ଗୃହରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆନ୍ଧ୍ରର ଦାଦାଗିରି ଓ ସୀମା ବିବାଦ ପ୍ରସଙ୍ଗକୁ ନେଇ ଶାସକ ବିଜେଡି ଗୃହରେ ନିଜର ଆଭିମୁଖ୍ୟ କଠୋର କରିବାର ସମ୍ଭାବନା ରହିଛି । ବୈଠକ ସମ୍ପର୍କରେ ସୂଚନା ଦେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ଚଳିତ ଅଧିବେଶନରେ ମୋଟ ୧୦ଟି ବିଲ୍ ଉପସ୍ଥାପନ କରାଯିବ । ୩ଟି ଅଧ୍ୟାଦେଶକୁ ଆଇନରେ ପରିଣତ କରିବାକୁ ବିଲ୍ ଗୃହରେ ଆସିବ । ବିରୋଧୀ ଦଳ ରାଜ୍ୟ ସ୍ୱାର୍ଥ ସହ ଜଡ଼ିତ ଯେଉଁ ସବୁ ପ୍ରସଙ୍ଗ ଉଠାଇବେ ତାକୁ ଶାସକ ଦଳ ସାମ୍ନା କରିବ ବୋଲି ସେ କହିଛନ୍ତି । ବିଜେଡି ଗୃହରେ ଜାତୀୟ ଶିକ୍ଷା ନୀତି ପ୍ରସଙ୍ଗ ଉଠାଇବାର ସମ୍ଭାବନା ଥିବା ଦଳ ସୂତ୍ରରୁ ସୂଚନା ମିଳିଛି ।
ସେହିପରି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ଗୋଟିଏ ଦିନରେ ୨ଟି ହାଜତ ମୃତ୍ୟୁ ସହ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା, ମହିଳା ସୁରକ୍ଷା, ବେରୋଜଗାର, ଧାନ ମଣ୍ଡିରେ ଅବ୍ୟବସ୍ଥା, ହିତାଧିକାରୀଙ୍କୁ ଘର ଦେବା ପାଇଁ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରାଯିବ, କୋଭିଡ୍ ପରିଚାଳନାରେ ବିଫଳତା, ସୀମା ସୁରକ୍ଷା ଆଦି ପ୍ରସଙ୍ଗକୁ ବିଜେପି ଗୃହରେ ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିବ ବୋଲି ଜଣାପଡ଼ିଛି । ଏହାସହିତ ରାଜ୍ୟର ବିଭିନ୍ନ ସମସ୍ୟା ଉଠାଇବା ସହ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଉପରେ ସରକାରଙ୍କୁ ପ୍ରଶ୍ନ କରିବ ବୋଲି ଜଣାପଡ଼ିଛି ।
ଶ୍ରୀ ନାଏକ ଏ ସମ୍ପର୍କରେ ଅଧିକ ସୂଚନା ଦେଇ କହିଛନ୍ତି ଯେ କାମ୍ପା ଫଣ୍ଡରୁ କୋଟିକୋଟି ଟଙ୍କାର ହରିଲୁଟ, ଡିଏମଏଫ ଓ ଓଏମବିଏଡିସି ପାଣ୍ଠିରୁ ୧୫ହଜାର କୋଟି ଟଙ୍କା ହେରଫେର, ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ ଲାଗୁ କରିବା, ଭକ୍ତଙ୍କ ଆବେଗକୁ ହୃଦୟଙ୍ଗମ କରି ମନ୍ଦିର ତୁରନ୍ତ ଖୋଲିବାକୁ ନିଷ୍ପତ୍ତି ନେବା, ରାଜ୍ୟରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଆଦି ପ୍ରସଙ୍ଗ ଉଠାଇବା ନିମନ୍ତେ ଶ୍ରୀ ନାଏକ କହିଛନ୍ତି ।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ବିଧାୟକ ଦଳ ବୈଠକ ବସି ବିଧାନସଭା ପାଇଁ ରଣନୀତି ଚୂଡ଼ାନ୍ତ ହୋଇଛି । ଏ ସମ୍ପର୍କରେ ସୂଚନା ଦେଇ କଂଗ୍ରେସ ବିଧାୟକ ଦଳ ଉପନେତା ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ ଦଳ ପକ୍ଷରୁ ହାଜତ ମୃତ୍ୟୁ ପ୍ରସଙ୍ଗ ସହ ରାଜ୍ୟର ବେକାରୀ ଓ ପ୍ରବାସୀ ଶ୍ରମିକ ସମସ୍ୟା, ଧାନମଣ୍ଡିରେ ଅବ୍ୟବସ୍ଥା, ପୁରୀ ହାଜତ ମୃତ୍ୟୁ, ସ୍କୁଲ ଖୋଲିବା ଓ ଖଣିଜ ସମ୍ପଦ ପ୍ରସଙ୍ଗ ଉଠାଇବ । ମାଲକାନଗିରି ଜିଲ୍ଲାପାଳଙ୍କ ହତ୍ୟା ସମ୍ପୃକ୍ତି ପ୍ରସଙ୍ଗକୁ ବି ଦଳ ଗୃହରେ ଉଠାଇବ ।
ସୂଚନାଯୋଗ୍ୟ, ଆସନ୍ତାକାଲି ଶୀତ ଅଧିବେଶନର ପ୍ରଥମ ଦିନରେ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ ବଜେଟ ଉପସ୍ଥାପନ ହେବ ବୋଲି ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top