Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ଭୋଟ୍ , ପ୍ରଥମଥର ଭୋଟ୍ ଦେବେ ୭.୧୧ ଲକ୍ଷ

ଭୁବନେଶ୍ୱର(ଓଡ଼ିଶା ୱେୟାର): ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ୯୨.୫୭ଲକ୍ଷ ଭୋଟର ଆସନ୍ତାକାଲି ମୋଟ ୪୧୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏସବୁ ଆସନରେ ୭ଲକ୍ଷ ୧୧ହଜାର ୨୭୮ଜଣ ଭୋଟର ପ୍ରଥମଥର ପାଇଁ ନିଜର ମତାଧିକାର ସାବ୍ୟସ୍ତ କରିବେ । ସମ୍ପୂର୍ଣ୍ଣ ଭାବେ ମହିଳା କର୍ମଚାରୀଙ୍କ ଦାୟିତ୍ୱରେ ୩୮ଟି ମତଦାନ କେନ୍ଦ୍ର ସମେତ ମୋଟ ୧୦,୪୬୪ଟି ମତଦାନ କେନ୍ଦ୍ର ହୋଇଛି । ଏଥିରୁ ୩୧୮୬ଟି ମତଦାନ କେନ୍ଦ୍ର ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ଜଣାପଡ଼ିଛି ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ଆସନ୍ତାକାଲି ତୃତୀୟ ପର୍ଯ୍ୟାୟରେ କଟକ,ପୁରୀ,ଭୁବନେଶ୍ୱର,ସମ୍ବଲପୁର,ଢ଼େଙ୍କାନାଳ, କେନ୍ଦୁଝର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବିଧାନସଭା ଆସନଗୁଡ଼ିକରେ ଭୋଟଗ୍ରହଣ ହେବ । ୪୭,୯୯,୦୩୦ଜଣ ପୁରୁଷ ଭୋଟର, ୪୪,୫୬,୭୨୯ଜଣ ମହିଳା ଭୋଟର ଓ ୧୧୬୩ଜଣ ତୃତୀୟ ଲିଙ୍ଗ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଲୋକସଭାରେ ୬ଜଣ ମହିଳାଙ୍କ ସମେତ ମୋଟ ୬୧ଜଣ ପ୍ରାର୍ଥୀ ଓ ବିଧାନସଭାରେ ୩୭ଜଣ ମହିଳା ଓ ଜଣେ କିନ୍ନରଙ୍କ ସମେତ ମୋଟ ୩୫୬ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ନିର୍ବାଚନ ପରିଚାଳନା ପାଇଁ ମତଦାନ କେନ୍ଦ୍ରରେ ମୋଟ ୬୮,୪୨୨ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । କେବଳ ମହିଳା କର୍ମଚାରୀମାନଙ୍କ ମାଧ୍ୟମରେ ଏହି ପର୍ଯ୍ୟାୟରେ ୩୮ଟି ମତଦାନ କେନ୍ଦ୍ର ପରିଚାଳନା ହେବ ।
ଏହି ପର୍ଯ୍ୟାୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଶାସକରୁ ରାଜନେତା ହୋଇଥିବା ପ୍ରକାଶ ମିଶ୍ର, ଅପରାଜିତା ଷଡ଼ଙ୍ଗୀ,ଅରୂପ ପଟ୍ଟନାୟକ, ନଳିନୀକାନ୍ତ ପ୍ରଧାନ ପ୍ରମୁଖ ପ୍ରାର୍ଥୀ ହୋଇଥିବାବେଳେ ହେଭିୱେଟ ଭର୍ତ୍ତୃହରି ମହତାବ, ପିନାକୀ ମିଶ୍ର, ସମ୍ବିତ ପାତ୍ର ଏବଂ ୬ଜଣ ମନ୍ତ୍ରୀ ଯଥା ବଦ୍ରିନାରାୟଣ ପାତ୍ର, ମହେଶ୍ୱର ମହାନ୍ତି, ପ୍ରଫୁଲ୍ଲ ମଲ୍ଲିକ, ନୃସିଂହ ସାହୁ, ଅଶୋକ ଚନ୍ଦ୍ର ପଣ୍ଡା ଓ ଚନ୍ଦ୍ରସାରଥୀ ବେହେରା ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷକରି ପିପିଲି ଓ ଘସିପୁରା ନିର୍ବାଚନମଣ୍ଡଳୀରେ ଅଧିକ ସଂଖ୍ୟକ ପୁଲିସ ମୁତୟନ କରାଯାଇଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top